ଆନ୍ଧ୍ର ଅନୁରୋଧକୁ ଓଡ଼ିଶାର ଅଗ୍ରାହ୍ୟ

ଭୁବନେଶ୍ୱର,୭ା୭(ବ୍ୟୁରୋ):ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ବିବାଦୀୟ ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ ନ କରିବା ଯାଏ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶ କରାଯାଇ ପାରିବ ନାହିଁ। ଉକ୍ତ ରାୟକୁ ଗେଜେଟ୍‌ରେ ପ୍ରକାଶ କରିବା ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡ଼ିଶା ସରକାରଙ୍କ ସହମତି ଲୋଡ଼ାଯାଇଛି। ଓଡ଼ିଶା ସରକାର ଆନ୍ଧ୍ରର ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ମଙ୍ଗଳବାର ଜଳସମ୍ପଦ ବିଭାଗ ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି।
ବିଭାଗ ତରଫରୁ ଦିଆଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି ଯେ ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ତାଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିିର୍ମାଣ ପାଇଁ ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ। ଆନ୍ତଃ ରାଜ୍ୟ ବୁଝାମଣାର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତଗୁଡ଼ିକୁ ଟ୍ରିବ୍ୟୁନାଲଙ୍କ ଦ୍ୱାରା ଅଣଦେଖା କରାଯାଇଥିବା ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଏହା ସତ୍ତ୍ୱେ ଟ୍ରିବ୍ୟୁନାଲ ଆନ୍ଧ୍ର ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ଏହି ରାୟ ବିରୋଧରେ ୨୦୧୭ ଡିସେମ୍ବର ୧୨ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ୮୦୩୦/୨୦୧୮ ଦାଏର କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ୧୩ରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ପ୍ରଦତ୍ତ ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଛି। ୨୦୨୧ ଜୁନ୍‌ ୨୧ରେ ଟ୍ରିବ୍ୟୁନାଲ ତାଙ୍କ ବିବରଣୀରେ ସ୍ପଷ୍ଟ କରିଛନ୍ତି ଯେ ୨୦୧୭ ସେପ୍ଟେମ୍ବର ୧୩ରେ ପ୍ରକାଶିତ ଚୂଡ଼ାନ୍ତ ରାୟକୁ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି, ଯାହାକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ବତନ୍ତ୍ର ଲିଭ୍‌ ପିଟିଶନର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରୁଛି। ଓଡ଼ିଶା ପରିସୀମା ମଧ୍ୟରେ ମିଳିତ ସର୍ବେକ୍ଷଣ ପାଇଁ ୨୦୧୯ ସେପ୍ଟେମ୍ବର ୨୩ରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ବିପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓଡ଼ିଶା ପକ୍ଷରୁ ସ୍ବତନ୍ତ୍ର ଲିଭ୍‌ ପିଟିଶନ ସଂଖ୍ୟା ୨୭୯୩୦/୨୦୧୯ ଦାଏର କରାଯାଇଛି, ଯାହାକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏବେ ମଧ୍ୟ ବିଚାରାଧୀନ ରହିଛି।
ଓଡ଼ିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟମ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ମକଦ୍ଦମା ପରିଚାଳନା କରୁଛନ୍ତି। ସ୍ବତନ୍ତ୍ର ଲିଭ୍‌ ପିଟିଶନ ସଂଖ୍ୟା ୮୦୩୦/୨୦୧୮ ଓ ୨୭୯୩୦/୨୦୧୯ ନ୍ୟାୟାଳୟରେ ବିଚାରାଧୀନ ଥିବା ଦୃଷ୍ଟିରୁ ଟ୍ରିବ୍ୟୁନାଲଙ୍କ ୨୦୧୭ ସେପ୍ଟେମ୍ବର ୧୩ ଓ ୨୦୨୧ ଜୁନ୍‌ ୨୧ରେ ପ୍ରଦତ୍ତ ରାୟକୁ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ଧାରା ୬(୧) ଅନୁସାରେ ସରକାରୀ ରାଜପତ୍ର (ଗେଜେଟ୍‌)ରେ ପ୍ରକାଶିତ କରାଯାଇ ପାରିବ ନାହିଁ। ସରକାରୀ ଗେଜେଟ୍‌ରେ ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶିତ ନ ହେଲେ ତାହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ବତନ୍ତ୍ର ଲିଭ୍‌ ପିଟିଶନର ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ଯାଏ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟକୁ ଗେଜେଟରେ ପ୍ରକାଶନ ପାଇଁ ଆନ୍ଧ୍ର ପକ୍ଷରୁ ସହମତି ପ୍ରଦାନ ନିମନ୍ତେ କରାଯାଇଥିବା ଅନୁରୋଧକୁ ଓଡ଼ିଶା ସ୍ପଷ୍ଟ ଭାବେ ଅଗ୍ରାହ୍ୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri