ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ କମିଶନ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆବେଦନକାରୀମାନେ ମାନବାଧିକାର ଉଲଂଘନ ସମ୍ପର୍କିତ ନିଜନିଜର ଅଭିଯୋଗ ଉପସ୍ଥାପନ କରିଥିଲେ । କମିଶନ ସଦସ୍ୟ ମହାପାତ୍ର ମୋଟ ୨୯ଟି ମାମଲାର ଶୁଣାଣୀ କରିଥିଲେ । ସେସଥିମଧ୍ୟରୁ ୨୨ଟି ମାମଲାର ତତ୍କାଳ ସମାଧାନ କରିଥିବା ବେଳେ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ କରିଥିଲେ ।

Dharitri – Odisha’s No.1 Odia Daily

Share