ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏହି ପଦବୀରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ମେ ମାସ ୨୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁନ ୧୮ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୪୭ଟି ଏଏସ୍‌ଓ ପଦବୀ ମଧ୍ୟରୁ ୭୦ଟି ଅସଂରକ୍ଷିତ ଥିବା ବେଳେ ସେଥିରୁ ମହିଳାଙ୍କ ପାଇଁ ୨୩ଟି ପଦବୀ ରହିଛି। ଏସ୍‌ଇବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ମହିଳାଙ୍କ ପାଇଁ ୨ଟି ସଂରକ୍ଷିତ ରହିଛି। ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ୫୭ଟି ପଦରୁ ମହିଳା ୧୯ଟି ଓ ଏସ୍‌ସିଙ୍କ ପାଇଁ ସଂରକ୍ଷିତ ୧୫ଟି ପଦରୁ ୫ଟି ମହିଳାଙ୍କ ନିମନ୍ତେ ରହିଛି। ନିର୍ଦ୍ଦିଷ୍ଟ ସଂରକ୍ଷିତ ବର୍ଗର ଯୋଗ୍ୟ ମହିଳା ପ୍ରାର୍ଥୀ ନଥିଲେ ଉକ୍ତ ପଦବୀ ସେହି ବର୍ଗର ଯୋଗ୍ୟ ପୁରୁଷ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ ହେବ।

ପ୍ରାର୍ଥୀଙ୍କ ବୟସ ୧୪.୦୫.୨୦୨୪ ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୩୨ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅର୍ଥାତ୍‌ ପ୍ରାର୍ଥୀ ୧୩.୦୫.୨୦୦୩ ଦିନ ଅଥବା ତା’ପୂର୍ବରୁ ଓ ୧୫.୦୫.୧୯୯୨ ଦିନ ଅଥବା ତା’ ପରେ ଜନ୍ମଗ୍ରହଣ କରିଥିବେ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ମହିଳାଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ ବର୍ଷ କୋହଳ କରାଯାଇଛି। ପ୍ରାର୍ଥୀ ଯେକୌଣସି ବିଷୟରେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ତାଙ୍କର କମ୍ପ୍ୟୁଟର ଆପ୍ଲିକେସନ ଉପରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ। ପରୀକ୍ଷା ଫି’ ବାବଦରେ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ହେବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ କାର୍ଡ/କ୍ରେଡିଟ କାର୍ଡ/ନେଟ ବ୍ୟାଙ୍କିଂ ଯୋଗେ ଏହି ଦେୟ ଦାଖଲ କରିପାରିବେ।

ଯୋଗ୍ୟ ପ୍ରାର୍ଥୀ ଚୟନ ନିମନ୍ତେ ଲିଖିତ ପରୀକ୍ଷା ହେବ। ଏହି ପ୍ରକ୍ରିୟାରେ ପ୍ରଥମେ ୧୫୦ ମାର୍କର ପ୍ରିଲିମିନାରୀ ପରୀକ୍ଷା ହେବ। ଏଥିରେ ଏକାଧିକ ଉତ୍ତର ବିକଳ୍ପ ଥାଇ ଅବଜେକ୍ଟିଭ ପ୍ରଶ୍ନ ଦିଆଯିବ। ଏହା ପରେ ୩୦୦ ମାର୍କର ମେନ୍‌ ପରୀକ୍ଷା ହେବ। ଏଥିରେ ୧୦୦ ମାର୍କର ଇଂରାଜୀ, ୧୦୦ ମାର୍କର ଗଣିତ ଓ ୧୦୦ ମାର୍କର ସାଧାରଣ ଜ୍ଞାନ ଏବଂ ରିଜନିଂ ପରୀକ୍ଷା କରାଯିବ। ତା’ପରେ ୧୦୦ ମାର୍କର କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ହେବ। ଶେଷରେ ୪୦ ମାର୍କର ଭାଇଭା-ଭସ୍‌ ଟେଷ୍ଟ ହେବ। ଗ୍ରୁପ-ବିରେ ଆସୁଥିବା ଏହି ଏଏସ୍‌ଓମାନଙ୍କ ଦରମାର ପେ’ ସ୍କେଲ ୩୫,୪୦୦ରୁ ୧ଲକ୍ଷ ୧୨ ହଜାର ୪୦୦ ଟଙ୍କା ରହିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri