ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏହି ପଦବୀରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ମେ ମାସ ୨୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅନ୍‌ଲାଇନରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁନ ୧୮ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୪୭ଟି ଏଏସ୍‌ଓ ପଦବୀ ମଧ୍ୟରୁ ୭୦ଟି ଅସଂରକ୍ଷିତ ଥିବା ବେଳେ ସେଥିରୁ ମହିଳାଙ୍କ ପାଇଁ ୨୩ଟି ପଦବୀ ରହିଛି। ଏସ୍‌ଇବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ମହିଳାଙ୍କ ପାଇଁ ୨ଟି ସଂରକ୍ଷିତ ରହିଛି। ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ୫୭ଟି ପଦରୁ ମହିଳା ୧୯ଟି ଓ ଏସ୍‌ସିଙ୍କ ପାଇଁ ସଂରକ୍ଷିତ ୧୫ଟି ପଦରୁ ୫ଟି ମହିଳାଙ୍କ ନିମନ୍ତେ ରହିଛି। ନିର୍ଦ୍ଦିଷ୍ଟ ସଂରକ୍ଷିତ ବର୍ଗର ଯୋଗ୍ୟ ମହିଳା ପ୍ରାର୍ଥୀ ନଥିଲେ ଉକ୍ତ ପଦବୀ ସେହି ବର୍ଗର ଯୋଗ୍ୟ ପୁରୁଷ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ ହେବ।

ପ୍ରାର୍ଥୀଙ୍କ ବୟସ ୧୪.୦୫.୨୦୨୪ ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୩୨ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଅର୍ଥାତ୍‌ ପ୍ରାର୍ଥୀ ୧୩.୦୫.୨୦୦୩ ଦିନ ଅଥବା ତା’ପୂର୍ବରୁ ଓ ୧୫.୦୫.୧୯୯୨ ଦିନ ଅଥବା ତା’ ପରେ ଜନ୍ମଗ୍ରହଣ କରିଥିବେ। ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ମହିଳାଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ ବର୍ଷ କୋହଳ କରାଯାଇଛି। ପ୍ରାର୍ଥୀ ଯେକୌଣସି ବିଷୟରେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ତାଙ୍କର କମ୍ପ୍ୟୁଟର ଆପ୍ଲିକେସନ ଉପରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ। ପରୀକ୍ଷା ଫି’ ବାବଦରେ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ହେବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ କାର୍ଡ/କ୍ରେଡିଟ କାର୍ଡ/ନେଟ ବ୍ୟାଙ୍କିଂ ଯୋଗେ ଏହି ଦେୟ ଦାଖଲ କରିପାରିବେ।

ଯୋଗ୍ୟ ପ୍ରାର୍ଥୀ ଚୟନ ନିମନ୍ତେ ଲିଖିତ ପରୀକ୍ଷା ହେବ। ଏହି ପ୍ରକ୍ରିୟାରେ ପ୍ରଥମେ ୧୫୦ ମାର୍କର ପ୍ରିଲିମିନାରୀ ପରୀକ୍ଷା ହେବ। ଏଥିରେ ଏକାଧିକ ଉତ୍ତର ବିକଳ୍ପ ଥାଇ ଅବଜେକ୍ଟିଭ ପ୍ରଶ୍ନ ଦିଆଯିବ। ଏହା ପରେ ୩୦୦ ମାର୍କର ମେନ୍‌ ପରୀକ୍ଷା ହେବ। ଏଥିରେ ୧୦୦ ମାର୍କର ଇଂରାଜୀ, ୧୦୦ ମାର୍କର ଗଣିତ ଓ ୧୦୦ ମାର୍କର ସାଧାରଣ ଜ୍ଞାନ ଏବଂ ରିଜନିଂ ପରୀକ୍ଷା କରାଯିବ। ତା’ପରେ ୧୦୦ ମାର୍କର କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ହେବ। ଶେଷରେ ୪୦ ମାର୍କର ଭାଇଭା-ଭସ୍‌ ଟେଷ୍ଟ ହେବ। ଗ୍ରୁପ-ବିରେ ଆସୁଥିବା ଏହି ଏଏସ୍‌ଓମାନଙ୍କ ଦରମାର ପେ’ ସ୍କେଲ ୩୫,୪୦୦ରୁ ୧ଲକ୍ଷ ୧୨ ହଜାର ୪୦୦ ଟଙ୍କା ରହିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri