Categories: ଜାତୀୟ

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ କୋଲକାତା ବଦଳି ସୁପାରିସ

ନୂଆଦିଲ୍ଲୀ,୨୭।୫: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ କୋଲକାତା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ତ୍ରିପୁରା ହାଇକୋର୍ଟର ଜଷ୍ଟିସ୍‌ ଶୁଭାଶିଷ ତଳପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବା ଲାଗି ସୁପାରିସ କରିଥିବା ଜଣାପଡ଼ିଛି। ଏବେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୧ଜଣ ବିଚାରପତି ଅଛନ୍ତି।

Share