ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଶିଶୁ। କୋଭିଡ୍‌-୧୯ ଯୋଗୁ ଗତ ୯ ମାସ ମଧ୍ୟରେ ଓଡ଼ିଶାର ୨୪,୪୦୫ ପିଲା ନିଜ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୁପ୍ରିମକୋର୍ଟରେ ସଦ୍ୟ ଦାଖଲ କରିଥିବା ସତ୍ୟପାଠରୁ ଏହି ଉଦ୍‌ବେଗଜନକ ବିଷୟ ପ୍ରଘଟ ହୋଇଛି। ସବୁ ମାମଲା ହିସାବକୁ ନେଲେ ହୁଏତ ପ୍ରକୃତ ସଂଖ୍ୟା ଏହାଠାରୁ ଆହୁରି ଅଧିକ ହୋଇପାରେ।
ମହାମାରୀ କରୋନା ୨୦୨୦ ଏପ୍ରିଲ ୧ରୁ ଅଦ୍ୟାବଧି ୧,୪୭,୪୯୨ ଶିଶୁଙ୍କୁ ଅନାଥ କରିଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୨୪,୪୦୫ ପିଲା କୋଭିଡ୍‌-୧୯ ଯୋଗୁ ନିଜ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି।
କୋଭିଡ୍‌-୧୯ ମହାମାରୀ ସମୟରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ଯନତ୍ ଓ ସୁରକ୍ଷାର ଆବଶ୍ୟକତା ସମ୍ପର୍କିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲାର ଶୁଣାଣି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ‘ବାଲ୍‌ ସ୍ବରାଜ ପୋର୍ଟାଲ-କୋଭିଡ୍‌ କେୟାର’ରେ ଜାନୁୟାରୀ ୧୧ ପର୍ଯ୍ୟନ୍ତ ଅପ୍‌ଲୋଡ୍‌ କରାଯାଇଥିବା ତଥ୍ୟକୁ ଭିତ୍ତିକରି ଏନ୍‌ସିପିସିଆର୍‌ ଆଇନଜୀବୀ ସ୍ବରୂପମା ଚତୁର୍ବେଦୀ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ ଉପରୋକ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ରାଜ୍ୟ ଓ୍ବାରି ସଂଖ୍ୟାକୁ ଦେଖିଲେ ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ୨୦୨୦ ଏପ୍ରିଲରୁ କୋଭିଡ୍‌ ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶାର ସର୍ବାଧିକ ୨୪,୪୦୫ ଶିଶୁ ଅନାଥ ହୋଇଛନ୍ତି। ଓଡ଼ିଶା ତଳକୁ ମହାରାଷ୍ଟ୍ର ରହିଛି, ଯେଉଁଠି ୧୯,୬୨୩ ଶିଶୁ ଅନାଥ ହୋଇଛନ୍ତି। ଏହି ଅବଧି ମଧ୍ୟରେ ଗୁଜରାଟର ୧୪,୭୭୦, ତାମିଲନାଡୁ ୧୧,୦୧୪, ଉତ୍ତର ପ୍ରଦେଶ ୯,୨୪୭, ଆନ୍ଧ୍ର ପ୍ରଦେଶ ୮,୭୬୦, ମଧ୍ୟପ୍ରଦେଶ ୭,୩୪୦, ପଶ୍ଚିମବଙ୍ଗ ୬,୮୩୫, ଦିଲ୍ଲୀ ୬,୬୨୯ ଏବଂ ରାଜସ୍ଥାନର ୬,୮୨୭ ଶିଶୁଙ୍କଠାରୁ ମହାମାରୀ ସେମାନଙ୍କ ମାତାପିତାଙ୍କୁ ଛଡ଼ାଇନେଇଛି। ମହାମାରୀରେ ଶିଶୁମାନେ ଯେପରି ପ୍ରଭାବିତ ନ ହେବେ ତାହା ସୁନିଶ୍ଚିତ କରିବା ଦିଗରେ ଏନ୍‌ସିପିସିଆର୍‌ ପଦକ୍ଷେପ ନେଉଥିବା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି। ମହାମାରୀ ପ୍ରଭାବରୁ ପିଲାଙ୍କୁ ଦୂରେଇ ରଖିବା ନିମନ୍ତେ ଏନ୍‌ସିପିସିଆର୍‌ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସ୍‌ସିପିସିଆର୍‌)ଙ୍କ ସହ ଭର୍ଚୁଆଲ ବୈଠକ କରୁଛନ୍ତି। ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପରିପ୍ରେକ୍ଷୀରେ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ଏନ୍‌ସିପିସିଆର୍‌ ବୈଠକରେ ସମୀକ୍ଷା କରୁଛନ୍ତି। ଆସନ୍ତା ୧୯ ତାରିଖରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଏସ୍‌ସିପିସିଆର୍‌ଙ୍କ ସହ ଅନ୍‌ଲାଇନ୍‌ ବୈଠକ କରାଯିବ। ଅନ୍ୟ ରାଜ୍ୟଗୁଡ଼ିକର ଆୟୋଗଙ୍କ ଭଳି ଉକ୍ତ ବୈଠକରେ ଶିଶୁଙ୍କ ପାଇଁ କରାଯାଇଥିବା ସ୍ବାସ୍ଥ୍ୟସେବା ସୁବିଧା, ଚିଲ୍‌ଡ୍ରେନ୍‌ ସ୍କୁଲ/ଆବାସିକ ବିଦ୍ୟାଳୟ ଆଦି ସମ୍ପର୍କରେ ଆଲୋଚନା ହେବ। ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁପାଳନର ସାମ୍ପ୍ରତିକ ଷ୍ଟାଟସ୍‌ର ସମୀକ୍ଷା କରାଯିବ ବୋଲି ଏନ୍‌ସିପିସିଆର୍‌ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
କମିଶନ ଏଥିରେ ଆହୁରି ଦର୍ଶାଇଛନ୍ତି ଯେ, ଗତ ଜାନୁୟାରୀ ୧୧ ଯାଏ ଦେଶରେ ସମ୍ପୂର୍ଣ୍ଣ ଅନାଥ ହୋଇଥିବା ୧୦,୦୯୪ ଶିଶୁଙ୍କୁ ଯନତ୍ ଓ ସୁରକ୍ଷା ଜରୁରୀ। ସେହିପରି ୧,୩୬,୯୧୦ ଶିଶୁ ନିଜ ମା’ କିମ୍ବା ବାପାଙ୍କୁ ହରାଇଛନ୍ତି। ଏଥିସହ ୪୪୮ ପରିତ୍ୟକ୍ତ ଶିଶୁଙ୍କୁ ମିଶାଇଲେ ଯନତ୍ ଓ ସୁରକ୍ଷା ଆବଶ୍ୟକ କରୁଥିବା ସଂଖ୍ୟା ୧,୪୭,୪୯୨ରେ ପହଞ୍ଚତ୍ଛି। ଲିଙ୍ଗଗତ ଦୃଷ୍ଟିରୁ ହିସାବ କଲେ ସେମାନଙ୍କ ମଧ୍ୟରୁ ୭୬,୫୦୮ ପୁଅ ଓ ୭୦,୯୮୦ ଝିଅ ଥିବାବେଳେ ୪ ଜଣ କିନ୍ନର ଶିଶୁ ରହିଛନ୍ତି। ସର୍ବାଧିକ ୫୯,୦୧୦ ଶିଶୁଙ୍କ ବୟସ ୮ରୁ ୧୩ ବର୍ଷ ମଧ୍ୟରେ ହେବ। ଏହା ତଳକୁ ୧୪ରୁ ୧୫ ବର୍ଷୀୟ ୨୨,୭୬୩ ଶିଶୁ ଥିବାବେଳେ ୧୬ରୁ ୧୮ ବର୍ଷର ୨୨,୬୨୬ ଜଣ ଓ ୪ରୁ ୭ ବର୍ଷୀୟ ୨୬,୦୮୦ ଶିଶୁ ଥିବା ଉକ୍ତ ସତ୍ୟପାଠରେ ଦର୍ଶାଯାଇଛି। ଶିଶୁଙ୍କ ସାମ୍ପ୍ରତିକ ଆଶ୍ରୟ ସ୍ଥିତି ସମ୍ପର୍କରେ ମଧ୍ୟ ଏନ୍‌ସିପିସିଆର୍‌ ଅବତାରଣା ଏଥିରେ କରିଛନ୍ତି। ସର୍ବାଧିକ ୧,୨୫,୨୦୫ ପିଲା ନିଜ ମା’ କିମ୍ବା ବାପାଙ୍କ ସହ ରହୁଥିବାବେଳେ ୧୧,୨୭୨ ଜଣ ପରିବାର ସହ ରହୁଛନ୍ତି। ସେହିପରି ୮,୪୫୦ ଶିଶୁ ଅଭିଭାବକଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ୧,୫୨୯ ପିଲା ଶିଶୁ ଆଶ୍ରୟସ୍ଥଳରେ, ୧୯ ଜଣ ଓପନ୍‌ ଶେଲ୍ଟର ହୋମ, ୧୮୮ ଅନାଥାଶ୍ରମ, ୬୬ ସ୍ବତନ୍ତ୍ର ପୌଷ୍ୟ ସଂସ୍ଥା ଓ ୩୯ ପିଲା ହଷ୍ଟେଲରେ ରହୁଥିବା ସତ୍ୟପାଠରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri