ଓଡ଼ିଶାର ବ୍ୟବସାୟିକ ପରିବେଶ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ):  ଓଡ଼ିଶାର ବ୍ୟବସାୟିକ ପରିବେଶ ବ୍ୟବସ୍ଥା ଭାରତରେ ସର୍ବୋତ୍ତମ। ଆମ ରାଜ୍ୟରେ ଚାକିରି ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ ଜାରି ରଖିବୁ। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ-୨୦୨୨ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ସଫଳତା ହାସଲ କରି ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ଏଭଳି ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଓଡ଼ିଶାର ବ୍ୟବସାୟିକ ବର୍ଗଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୦.୧% ଅଭିବୃଦ୍ଧି ହୋଇଛି, ଯାହା ଜାତୀୟ ଜିଡିପି ୮.୮% ଠାରୁ ଆଗରେ ଅଛି। ଶିଳ୍ପ କ୍ଷେତ୍ରରେ ୧୪.୫% ଅଧିକ ଅଭିବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବାସ୍ତବରେ ଆମ ଶିଳ୍ପ ପାଇଁ ଏହା ଭଲ ସମୟ। ଆଶା କରୁଛି, ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ଉଦ୍ୟୋଗୀ ଏବଂ ବ୍ୟବସାୟୀ ଆଗକୁ ବଢ଼ିବେ। ଗତ ୩ ବର୍ଷ ମଧ୍ୟରେ ଓଡ଼ିଶା ୪.୪ ଲକ୍ଷରୁ ଅଧିକ ପୁଞ୍ଜି ବିନିଯୋଗର ସୁଯୋଗ ପାଇଛି, ଯାହାକି ୧.୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିପାରେ। ସାରା ବିଶ୍ୱରୁ ନିବେଶକଙ୍କ ପାଇଁ ଓଡ଼ିଶା ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ସ୍ଥାନ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଥିଲେ, ୨୦୨୦ରୁ କରୋନା ସବୁ କ୍ଷେତ୍ରରେ ପ୍ରଭାବ ପକାଇଥିଲା। ଏଥିରେ ଶିଳ୍ପ, ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା। କିନ୍ତୁ ସେମାନେ ସେଭଳି କଠିନ ସମୟରେ ଛିଡ଼ା ହୋଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଛନ୍ତି। ସେଥିରେ ଉଦ୍ୟୋଗୀମାନେ ସଫଳତା ମଧ୍ୟ ପାଇଛନ୍ତି। ରାଜ୍ୟର ଅଭିବୃଦ୍ଧି ଘଟାଇବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା। ସମସ୍ତେ ମିଳିମିଶି ଏକାଠି କାମ କଲେ ଆମ ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର ଅଗ୍ରଗତି ଦେଖିବାକୁ ମିଳିବ ବୋଲି ମହାପାତ୍ର କହିଛନ୍ତି।
ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଚେୟାରମ୍ୟାନ ନବୀନ ଜିନ୍ଦଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗତ କିଛିବର୍ଷ ହେବ ଓଡ଼ିଶା ତାଙ୍କର କର୍ମଭୂମି ପାଲଟିଯାଇଛି ବୋଲି କହିଛନ୍ତି। ଓଡ଼ିଶାରେ ସବୁ କ୍ଷେତ୍ରରେ ବିକାଶ ହୋଇଛି। ଆଗକୁ ମଧ୍ୟ ଆହୁରି ବିକାଶ ହେବ। ଏଥିପାଇଁ ଆମେ ପରସ୍ପରକୁ ସହଯୋଗ କରିବା ଉଚିତ। କେହି ଉପରକୁ ଉଠିଲେ ଗୋଡ଼ ଟାଣିବା ପରିବର୍ତ୍ତେ ତାଙ୍କୁ ସାହାଯ୍ୟ କରିବା ଦରକାର। ଆମେ ପରସ୍ପର ସହିତ ଯୋଡ଼ିହୋଇ କାମ କଲେ ରାଜ୍ୟ ତଥା ଦେଶର ଉନ୍ନତି ଘଟିବ ବୋଲି ଜିନ୍ଦଲ କହିଥିଲେ। ଏହି ଅବସରରେ ସେ ତାଙ୍କ ପିତା ଓମ୍‌ ପ୍ରକାଶ ଜିନ୍ଦଲ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିଳ୍ପପତି ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଥିବା ବ୍ୟବସାୟିକ ଭାବର ଆଦାନପ୍ରଦାନ ସମ୍ପର୍କ ଅବତାରଣା କରିଥିଲେ। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ଏଭଳି ପ୍ରୟାସକୁ ଜିନ୍ଦଲ ପ୍ରଶଂସା କରିବା ସହ ବିଶିଷ୍ଟ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବେଦାନ୍ତ ଓଡ଼ିଶା ଓ ଛତିଶଗଡ଼ର ବିଜ୍‌ନେସ୍‌ ଡେଭଲପମେଣ୍ଟ ଆଣ୍ଡ୍‌ ଷ୍ଟ୍ରାଟେଜିର ପ୍ରେସିଡେଣ୍ଟ ତପନ କୁମାର ଚାନ୍ଦ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ।
ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ-୨୦୨୨ କାର୍ଯ୍ୟକ୍ରମରେ ବ୍ୟବସାୟିକ ଜଗତର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୩୮ଜଣ ଉଦ୍ୟୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ଶୋଭନା ମିଶ୍ର ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରାୟୋଜକ ବେଦାନ୍ତ ଲିମିଟେଡ୍‌ ଏବଂ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ ଥିବା ବେଳେ ଆସୋସିଏଟ୍‌ ପ୍ରାୟୋଜକ ଏଏମ୍‌ଏନ୍‌ଏସ୍‌, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଏବଂ ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ୍‌, ସହପ୍ରାୟୋଜକ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌, ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌, ନାଲ୍‌କୋ, ଇମ୍ଫା, ୟୁଏଆଇଏଲ୍‌(ଆଦିତ୍ୟ ବିର୍ଲା ଗ୍ରୁପ୍‌) ଓ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌, ବ୍ୟାଙ୍କିଙ୍ଗ୍‌ ପାର୍ଟନର ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଟରନେଟ୍‌ ପାର୍ଟନର ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ୍‌ ଏବଂ ଆଉଟ୍‌ଡୋର୍‌ ପାର୍ଟନର ଟିମ୍‌ ଆଡ୍‌ମାର୍କ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri