Posted inଖେଳ

ହିମାଚଳ ନିକଟରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧୪।୧(ସ୍ପୋଟର୍‌ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍‌ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍‌ସିଙ୍କ ଅପରାଜିତ ଶତକ ଓ ରିଷି ଧାଓ୍ବନଙ୍କ ଶତକ ବଳରେ ଦଳ ୭ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ଅଙ୍କିତ କାଲ୍‌ସି ଅପରାଜିତ ୧୬୫ ରନ୍‌ କରିଥିବା ବେଳେ ଅଧିନାୟକ ରିଷି ଧାଓ୍ବନ ୧୦୨ ରନ୍‌ ସଂଗ୍ରହ କରିଥିଲେ। ଦିନର ପ୍ରଥମ ୫ ଓଭର ମଧ୍ୟରେ ୧୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା ହିମାଚଳ। ବସନ୍ତ ମହାନ୍ତି ୩ ଉଇକେଟ ଅକ୍ତିଆର କରିଥିଲେ। ରାଘବ ଧାଓ୍ବନ(୧), ପ୍ରଶାନ୍ତ ଚୋପ୍ରା(୭), ଅମିତ କୁମାର(୦) ଓ ଆକାଶ ବଶିଷ୍ଠ(୦) ସହଜରେ ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ୫ମ ଉଇକେଟରେ କାଲ୍‌ସି ଓ ଧାଓ୍ବନ ୨୦୩ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ପ୍ରଥମ ଇନିଂସର ସଫଳ ବୋଲର ରହିଥିବା ସୁନୀଲ ରାଉଳ ଲଗାତର ବଲରେ ରିଷି ଓ ମୟଙ୍କ ଡଗର(୦)ଙ୍କୁ ଆଉଟ କରିଥିଲେ। ଦଳୀୟ ସ୍କୋର ୨୩୬ ରନରେ ଉଇକେଟକିପର ପ୍ରବୀଣ ଠାକୁର ୫ ରନ୍‌ କରି ରନ୍‌ଆଉଟ ହୋଇଥିବା ବେଳେ ଓଡ଼ିଶାର ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ବିନୟ ଗଲେଟିୟା(୨୬*) ଓ ଅଙ୍କିତଙ୍କ ମଧ୍ୟରେ ୭୪ ରନର ଭାଗୀଦାରି ହେବାରୁ ଦଳ ୭୬.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଙ୍କିତ ୨୦୧ ବଲ୍‌ ଖେଳି ୧୯ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରିଷି ଧାଓ୍ବନ ୧୫୬ ବଲ୍‌ ଖେଳି ୧୫ ଚୌକା ମାରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୩, ସୁନୀଲ ରାଉଳ ୨ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶାର ତିନି ମଧ୍ୟମଗତି ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ ଓ ସୁନୀଲ ରାଉଳଙ୍କ ବୋଲିଂ ଇକୋନୋମି ୫ ଉପରେ ରହିବା ଦଳ ପରାଜୟର ଆଉ ଏକ କାରଣ ରହିଥିଲା। ଅଦ୍ୟାବଧି ୫ ମ୍ୟାଚ ଖେଳିଥିବା ଓଡ଼ିଶା ୩ ଡ୍ର ଓ ୨ ପରାଜୟ ସହ ୭ ପଏଣ୍ଟ ହାସଲକରି ସପ୍ତମ ସ୍ଥାନରେ ରହିଛି। ଅପରାଜିତ ୧୬୫ ରନର ଇନିଂସ ପାଇଁ ଅଙ୍କିତ କାଲ୍‌ସିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ହୋଇଥିବା ବେଳେ ହିମାଚଳ ପ୍ରଦେଶ ୬୭ ରନରେ ଆଗୁଆ ରହିଥିଲା। ଓଡ଼ିଶା ଦ୍ୱିତୀୟ ଇନିଂସରେ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ବଳରେ ୩୭୪ ରନ୍‌ କରିବା ସହିତ ୩୦୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

୪୦୦ ଉଇକେଟ କ୍ଲବରେ ବସନ୍ତ

ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପରାଜିତ ହୋଇଛି। ଏହି ମ୍ୟାଚରେ ଓଡ଼ିଶାର ବରିଷ୍ଠ ବୋଲର ବସନ୍ତ ମହାନ୍ତି ହାସଲ କରିଛନ୍ତି ଏକ ମାଇଲଖୁଣ୍ଟ। ୩୬ ବର୍ଷୀୟ ବସନ୍ତ ନିଜ ପ୍ରଥମ ଶ୍ରେଣୀ କ୍ରିକେଟର ୧୦୪ ତମ ମ୍ୟାଚରେ ହାସଲ କରିଛନ୍ତି ୪୦୦ ଉଇକେଟ। ଦ୍ୱିତୀୟ ଓଡ଼ିଆ ବୋଲର ଭାବରେ ବସନ୍ତ ଏହି ସଫଳତା ପାଇଛନ୍ତି। ପୂର୍ବରୁ ୧୧୭ ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୧୭ ଉଇକେଟ ଅକ୍ତିଆର କରିଥିଲେ ଦେବାଶିଷ ମହାନ୍ତି। ଶୁକ୍ରବାର ହିମାଚଳ ବିପକ୍ଷ ମ୍ୟାଚର ଅନ୍ତିମ ଦିନର ପ୍ରଥମ ସ୍ପେଲରେ ବସନ୍ତ ୩ ଉଇକେଟ ନେବା ସହିତ ୪୦୦ ତମ ସଫଳତା ହାସଲ କରିଥିଲେ। ଆକାଶ ବଶିଷ୍ଠଙ୍କୁ ନିଜର ୪୦୦ତମ ଉଇକେଟ ଭାବରେ ନେଇଥିଲେ ବସନ୍ତ ମହାନ୍ତି। ବୋଲିଂ କ୍ୟାରିୟରରେ ବସନ୍ତ ୨୩ ଥର ୫ ଉଇକେଟ ଓ ୩ଥର ୧୦ ଉଇକେଟ ସଫଳତା ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ- ୧୯୧/୧୦। ହିମାଚଳ ପ୍ରଦେଶ ପ୍ରଥମ ଇନିଂସ- ୨୫୮/୧୦। ଓଡ଼ିଶା ଦ୍ୱିତୀୟ ଇନିଂସ- ୯୫.୫ ଓଭରରେ ୩୭୪/୧୦( ଗୋବିନ୍ଦ ପୋଦ୍ଦାର-୧୩୫, ପ୍ରୟାସ ସିଂ-୭୩, ସୂର୍ଯ୍ୟକାନ୍ତ ପ୍ରଧାନ-୫୦*, ବୈଭବ ଅରୋରା-୨/୮୬, କେ.ଡି. ସିଂ-୨/୭୭, ମୟଙ୍କ ଡଗର-୨/୭୨)। ହିମାଚଳ ପ୍ରଦେଶ ଦ୍ୱିତୀୟ ଇନିଂସ- ୭୬.୩ ଓଭରରେ ୩୧୦/୭ (ଅଙ୍କିତ କାଲ୍‌ସି-୧୬୫*, ରିଷି ଧାଓ୍ବନ-୧୦୨, ବିନୟ ଗଲେଟିୟା-୨୬*, ବସନ୍ତ ମହାନ୍ତି-୩/୪୦, ସୁନୀଲ ରାଉଳ-୨/୯୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୭୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri