Posted inଖେଳ

ହିମାଚଳ ନିକଟରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧୪।୧(ସ୍ପୋଟର୍‌ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍‌ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍‌ସିଙ୍କ ଅପରାଜିତ ଶତକ ଓ ରିଷି ଧାଓ୍ବନଙ୍କ ଶତକ ବଳରେ ଦଳ ୭ ଉଇକେଟରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ଅଙ୍କିତ କାଲ୍‌ସି ଅପରାଜିତ ୧୬୫ ରନ୍‌ କରିଥିବା ବେଳେ ଅଧିନାୟକ ରିଷି ଧାଓ୍ବନ ୧୦୨ ରନ୍‌ ସଂଗ୍ରହ କରିଥିଲେ। ଦିନର ପ୍ରଥମ ୫ ଓଭର ମଧ୍ୟରେ ୧୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା ହିମାଚଳ। ବସନ୍ତ ମହାନ୍ତି ୩ ଉଇକେଟ ଅକ୍ତିଆର କରିଥିଲେ। ରାଘବ ଧାଓ୍ବନ(୧), ପ୍ରଶାନ୍ତ ଚୋପ୍ରା(୭), ଅମିତ କୁମାର(୦) ଓ ଆକାଶ ବଶିଷ୍ଠ(୦) ସହଜରେ ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ୫ମ ଉଇକେଟରେ କାଲ୍‌ସି ଓ ଧାଓ୍ବନ ୨୦୩ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ପ୍ରଥମ ଇନିଂସର ସଫଳ ବୋଲର ରହିଥିବା ସୁନୀଲ ରାଉଳ ଲଗାତର ବଲରେ ରିଷି ଓ ମୟଙ୍କ ଡଗର(୦)ଙ୍କୁ ଆଉଟ କରିଥିଲେ। ଦଳୀୟ ସ୍କୋର ୨୩୬ ରନରେ ଉଇକେଟକିପର ପ୍ରବୀଣ ଠାକୁର ୫ ରନ୍‌ କରି ରନ୍‌ଆଉଟ ହୋଇଥିବା ବେଳେ ଓଡ଼ିଶାର ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ ବିନୟ ଗଲେଟିୟା(୨୬*) ଓ ଅଙ୍କିତଙ୍କ ମଧ୍ୟରେ ୭୪ ରନର ଭାଗୀଦାରି ହେବାରୁ ଦଳ ୭୬.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଙ୍କିତ ୨୦୧ ବଲ୍‌ ଖେଳି ୧୯ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରିଷି ଧାଓ୍ବନ ୧୫୬ ବଲ୍‌ ଖେଳି ୧୫ ଚୌକା ମାରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୩, ସୁନୀଲ ରାଉଳ ୨ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶାର ତିନି ମଧ୍ୟମଗତି ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ ଓ ସୁନୀଲ ରାଉଳଙ୍କ ବୋଲିଂ ଇକୋନୋମି ୫ ଉପରେ ରହିବା ଦଳ ପରାଜୟର ଆଉ ଏକ କାରଣ ରହିଥିଲା। ଅଦ୍ୟାବଧି ୫ ମ୍ୟାଚ ଖେଳିଥିବା ଓଡ଼ିଶା ୩ ଡ୍ର ଓ ୨ ପରାଜୟ ସହ ୭ ପଏଣ୍ଟ ହାସଲକରି ସପ୍ତମ ସ୍ଥାନରେ ରହିଛି। ଅପରାଜିତ ୧୬୫ ରନର ଇନିଂସ ପାଇଁ ଅଙ୍କିତ କାଲ୍‌ସିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ହୋଇଥିବା ବେଳେ ହିମାଚଳ ପ୍ରଦେଶ ୬୭ ରନରେ ଆଗୁଆ ରହିଥିଲା। ଓଡ଼ିଶା ଦ୍ୱିତୀୟ ଇନିଂସରେ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ବଳରେ ୩୭୪ ରନ୍‌ କରିବା ସହିତ ୩୦୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

୪୦୦ ଉଇକେଟ କ୍ଲବରେ ବସନ୍ତ

ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପରାଜିତ ହୋଇଛି। ଏହି ମ୍ୟାଚରେ ଓଡ଼ିଶାର ବରିଷ୍ଠ ବୋଲର ବସନ୍ତ ମହାନ୍ତି ହାସଲ କରିଛନ୍ତି ଏକ ମାଇଲଖୁଣ୍ଟ। ୩୬ ବର୍ଷୀୟ ବସନ୍ତ ନିଜ ପ୍ରଥମ ଶ୍ରେଣୀ କ୍ରିକେଟର ୧୦୪ ତମ ମ୍ୟାଚରେ ହାସଲ କରିଛନ୍ତି ୪୦୦ ଉଇକେଟ। ଦ୍ୱିତୀୟ ଓଡ଼ିଆ ବୋଲର ଭାବରେ ବସନ୍ତ ଏହି ସଫଳତା ପାଇଛନ୍ତି। ପୂର୍ବରୁ ୧୧୭ ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୧୭ ଉଇକେଟ ଅକ୍ତିଆର କରିଥିଲେ ଦେବାଶିଷ ମହାନ୍ତି। ଶୁକ୍ରବାର ହିମାଚଳ ବିପକ୍ଷ ମ୍ୟାଚର ଅନ୍ତିମ ଦିନର ପ୍ରଥମ ସ୍ପେଲରେ ବସନ୍ତ ୩ ଉଇକେଟ ନେବା ସହିତ ୪୦୦ ତମ ସଫଳତା ହାସଲ କରିଥିଲେ। ଆକାଶ ବଶିଷ୍ଠଙ୍କୁ ନିଜର ୪୦୦ତମ ଉଇକେଟ ଭାବରେ ନେଇଥିଲେ ବସନ୍ତ ମହାନ୍ତି। ବୋଲିଂ କ୍ୟାରିୟରରେ ବସନ୍ତ ୨୩ ଥର ୫ ଉଇକେଟ ଓ ୩ଥର ୧୦ ଉଇକେଟ ସଫଳତା ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ- ୧୯୧/୧୦। ହିମାଚଳ ପ୍ରଦେଶ ପ୍ରଥମ ଇନିଂସ- ୨୫୮/୧୦। ଓଡ଼ିଶା ଦ୍ୱିତୀୟ ଇନିଂସ- ୯୫.୫ ଓଭରରେ ୩୭୪/୧୦( ଗୋବିନ୍ଦ ପୋଦ୍ଦାର-୧୩୫, ପ୍ରୟାସ ସିଂ-୭୩, ସୂର୍ଯ୍ୟକାନ୍ତ ପ୍ରଧାନ-୫୦*, ବୈଭବ ଅରୋରା-୨/୮୬, କେ.ଡି. ସିଂ-୨/୭୭, ମୟଙ୍କ ଡଗର-୨/୭୨)। ହିମାଚଳ ପ୍ରଦେଶ ଦ୍ୱିତୀୟ ଇନିଂସ- ୭୬.୩ ଓଭରରେ ୩୧୦/୭ (ଅଙ୍କିତ କାଲ୍‌ସି-୧୬୫*, ରିଷି ଧାଓ୍ବନ-୧୦୨, ବିନୟ ଗଲେଟିୟା-୨୬*, ବସନ୍ତ ମହାନ୍ତି-୩/୪୦, ସୁନୀଲ ରାଉଳ-୨/୯୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୭୬)।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?