‘୫ ବର୍ଷରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି କରିଛି’

ଭୁବନେଶ୍ୱର,୬।୩(ବ୍ୟୁରୋ): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଗତ ୫ବର୍ଷ ଭିତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆମ ଯୁବଗୋଷ୍ଠୀଙ୍କ ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ଦେବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ବା ‘ଓ୍ବାଲର୍‌ଡ ସ୍କିଲ ସେଣ୍ଟର’କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ଏହା କହିଛନ୍ତି। ‘ଓ୍ବାଲର୍‌ଡ ସ୍କିଲ ସେଣ୍ଟର’ ଆମର ଯୁବପିଢ଼ିଙ୍କୁ ଦକ୍ଷତା ତାଲିମ ଦେଇ ସେମାନଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ବିଶ୍ୱ ଦକ୍ଷତା କେନ୍ଦ୍ରକୁ ସିଙ୍ଗାପୁରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନ, ରୁଷିଆର ଓ୍ବାଲର୍‌ଡ ସ୍କିଲ୍ସ ଏବଂ ଦକ୍ଷିଣ କୋରିଆର ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍ସଫର ସ୍କିଲ୍‌ ମଡେଲ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ନିର୍ମିତ ଏହି କେନ୍ଦ୍ରକୁ ଏସୀୟ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ସହଯୋଗ କରିଥିବାବେଳେ ନଲେଜ ପାର୍ଟନର ରହିଛି ସିଙ୍ଗାପୁରର ଆଇଟିଇ ଏଜୁକେଶନ ସର୍ଭିସେସ୍‌। ୧୩୪୨.୨କୋଟି ଟଙ୍କାର ବଜେଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ର ଆଇଟିଆଇ ଏବଂ ପଲିଟେକ୍ନିକ ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବେ ପରିଗଣିତ ହେବା ସହ ସେବା କାର୍ଯ୍ୟକ୍ରମ ଚଳାଇବ। ଆଇଟିଆଇ ଓ ପଲିଟେକ୍ନିକ୍‌ ଶିକ୍ଷକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ନିମନ୍ତେ ଏହା ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ରେଫ୍ରଜରେଶନ ଆଣ୍ଡ୍‌ ଏୟାର୍‌ କଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ୍‌ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସମେତ ଫ୍ୟାଶନ ଏବଂ ଡିଜାଇନ ଓ ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା ଭଳି ପାଠ୍ୟକ୍ରମ ପ୍ରଥମ ଥର ଆରମ୍ଭ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରସ୍ତୁତ ହୋଇଛି। ଆଇଟିଆଇ/ପଲିଟେକ୍ନିକ ଛାତ୍ରୀଛାତ୍ରଙ୍କୁ ଏହି କେନ୍ଦ୍ର ମଡ୍ୟୁଲାର ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରିବ। ଏହାବ୍ୟତୀତ ଓଡ଼ିଶାର ଶିଳ୍ପ ଅନୁଷ୍ଠାନ ପାଇଁ ସେଣ୍ଟର ଫର୍‌ ଇଣ୍ଡଷ୍ଟ୍ରି ପାର୍ଟନରଶିପ୍‌ ଭାବେ କାର୍ଯ୍ୟ କରିବ।
ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ‘କୁଶଳୀ ଓଡ଼ିଶା’ର ୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ। ଆମର ଯୁବକମାନଙ୍କୁ ବିଶ୍ୱବ୍ୟାପୀ ନିଯୁକ୍ତି ଦେବା ନିମନ୍ତେ ଦକ୍ଷତା ବିକାଶ ପାଇଁ ଉତ୍ତମ ସୁଯୋଗ ଯୋଗାଇବା ଏବଂ ସାମଗ୍ରିକ ବିକାଶର ଆବଶ୍ୟକତା ପାଇଁ ରାଜ୍ୟ ସ୍କିଲ ଭିଜନ ୨୦୩୦ ସୃଷ୍ଟି କରିବ ବୋଲି ବାଗ୍‌ଚୀ କହିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେଇ ଓଡ଼ିଶାର ସ୍କିଲ ଇକୋସିଷ୍ଟମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସୀୟ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଡିଜି କେନିଚି ୟୋକୋୟାମା, ଆଇଟିଇଇଏସ୍‌ ସିଇଓ ବ୍ରୁସ୍‌ ପୋହ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍‌ଘାଟନ ଅବସରରେ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri