ନୀତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ-୨୦୨୦; ପଞ୍ଚମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ,୨୭।୮: ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ-୨୦୨୦ରେ ଓଡିଶା ପଞ୍ଚମ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଗୁଜରାଟ ରହିଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି। ବୁଧବାର ନୀତି ଆୟୋଗ ପ୍ରକାଶ କରିଥିବା ଏ ସଂକ୍ରାନ୍ତ ରିପୋର୍ଟରେ ଦେଶର ୬ ଉପକୂଳବର୍ତ୍ତୀ ରାଜ୍ୟ ଯଥା- ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଓଡିଶା, କର୍ନାଟକ ଏବଂ କେରଳ ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ରହିଛନ୍ତି। ଏହି ସ୍ଥାନଗୁଡିକରେ ରପ୍ତାନିକୁ ପ୍ରୋତ୍ସାହିତ କରିବା ଦିଗରେ ବିଭିନ୍ନ ସୁଯୋଗ ଏବଂ ସୁବିଧା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟ ରାଜ୍ୟଗୁଡିକ କଥା ବିଚାର କଲେ ଏହି ସୂଚୀରେ ରାଜସ୍ଥାନର ପରଫରମାନ୍ସ ସର୍ବୋତ୍ତମ ରହିଛି। ଏହା ପରେ ପରେ ତେଲେଙ୍ଗାନା ଏବଂ ହରିୟାଣା ଭଳି ରାଜ୍ୟ ସ୍ଥାନୀତ ହୋଇଛି। ସେହିଭଳି ହିମାଳୟ ରେଞ୍ଜରେ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରାଖଣ୍ଡ ଶୀର୍ଷରେ ରହିଥିବା ବେଳେ ତ୍ରିପୁରା ଏବଂ ହିମାଞ୍ଚଳ ପ୍ରଦେଶ ଏହା ପଛକୁ ରହିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ କଥା ବିଚାରକୁ ନେଲେ ଦିଲ୍ଲୀରେ ପ୍ରଦର୍ଶନ ସର୍ବୋତ୍ତମ ଏବଂ ଏହା ପଛକୁ ଗୋଆ ଏବଂ ଚଣ୍ଡୀଗଡ ସ୍ଥାନୀତ ହୋଇଛି। ଅପରପକ୍ଷରେ ଭୂଭାଗ ଘେରା ରାଜ୍ୟ ମଧ୍ୟରେ ଛତିଶଗଡ ଏବଂ ଝାଡଖଣ୍ଡ ଭଳି ୨ ରାଜ୍ୟ ରପ୍ତାନିକୁ ପ୍ରୋତ୍ସାହିତ କରିବା ଦିଗରେ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଏହି ଦୁଇ ରାଜ୍ୟ ରପ୍ତାନିକୁ ଉତ୍ସାହିତ କରିବା ଲାଗି ଯେଉଁ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଚ୍ୟାଲେଞ୍ଜ ସାମ୍ନା କରୁଥିବା ରାଜ୍ୟଗୁଡିକ ଉଦାହରଣ ଭାବେ ଗ୍ରହଣ କରିପାରିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ଆତ୍ମ ନିର୍ଭର ଭାରତ କ୍ଷେତ୍ରରେ ରପ୍ତାନିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ବାଣିଜ୍ୟ ଏବଂ ଦେଶର ମୋଟ ଜିଡିପିକୁ ରପ୍ତାନିର ଅଂଶ ବଢାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଦେଶର ମୁଣ୍ଡ ପିଛା ରପ୍ତାନି ବର୍ତ୍ତମାନ ୨୪୧ ଡଲାର ସ୍ତରରେ ରହିଛି। ଏହା ଦକ୍ଷିଣ କୋରିଆରେ ୧୧,୯୦୦ ଡଲାର ଏବଂ ଚାଇନା ୧୮,୦୦୦ ଡଲାର। ଭାରତ ନିକଟରେ ରପ୍ତାନି ଅଭିବୃଦ୍ଧିର ଏକ ବଡ ସୁଯୋଗ ରହିଛି। ରାଜ୍ୟଗୁଡିକ ରପ୍ତାନିକୁ ଉତ୍ସାହିତ କରିବା ଲାଗି ଏକ ଭିନ୍ନ ବିଭାଗ ସ୍ଥାପନ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ରପ୍ତାନିକୁ ଉତ୍ସାହିତ କରିବା ଲାଗି ସରକାରଙ୍କ ଉତ୍ପାଦନ ସଂଯୋଗୀ(ପିଏଲ୍‌ଆଇ) ଯୋଜନା କେବଳ ସହାୟକ ହୋଇ ପାରିବ ନାହିଁ। ଏଭଳି ସ୍ଥିତିରେ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ଭୂଭାଗ ଘେରା ରାଜ୍ୟଗୁଡିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ହେବ। ରପ୍ତାନି ଲାଗି ଏହି ଦୁଇ ବର୍ଗର ରାଜ୍ୟରେ ସ୍ଥିତି ଭିନ୍ନ ରହିଥାଏ। ଦୀର୍ଘ ମିଆଦି ଅର୍ଥନୈତିକ ଅଭିବୃଦ୍ଧି ଲାଗି ରପ୍ତାନି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ରପ୍ତାନି ବଢିଲେ ବିଶ୍ୱର ଭାଲ୍ୟୁ ଚେନ୍‌ରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ପାରିବ।

୪ ମାନକ ଆଧାରରେ ର଼୍ୟାଙ୍କ ପ୍ରଦାନ
୨୦୧୬-୧୭ରେ ଭାରତର ମର୍ଚାଣ୍ଡାଇଣ୍ଡ ରପ୍ତାନି ୨୭୫.୯ ବିଲିୟନ ଡଲାର ରହିଥିବା ବେଳେ ୨୦୧୭-୧୮ରେ ୩୦୩.୫ ବିଲିୟନ ଡଲାର ଏବଂ ୨୦୧୮-୧୯ରେ ୩୩୧ ବିଲିୟନ ଡଲାରକୁ ବଢିଛି। କୋଭିଡ୍‌ ଦେଶର ରପ୍ତାନିକୁ ବର୍ତ୍ତମାନ ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି। ଚଳିତ ବର୍ଷ ଏପ୍ରିଲରେ ରପ୍ତାନି ୬୦% ହ୍ରାସ ଘଟିଛି। ଇନଷ୍ଟିଚ୍ୟୁଟ ଅଫ୍‌ କମ୍ପିଟିଟିଭନେସ ସହ ମିଳିତ ସହଭାଗିିତାରେ ନୀତି ଆୟୋଗ ଏହି ରିପୋର୍ଟକୁ ପ୍ରଥମଥର ଲାଗି ଉନ୍ମୋଚନ କରିଛି। ରପ୍ତାନି କ୍ଷେତ୍ରରେ ରହିଥିବା ସୁଯୋଗ, ଚ୍ୟାଲେଞ୍ଜ ଏବଂ ନିୟାମକ କାର୍ଯ୍ୟଧାରାକୁ ଉତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ରାଜ୍ୟଗୁଡିକୁ ମୁଖ୍ୟତଃ ୪ଟି ପ୍ରସଙ୍ଗରେ ର଼୍ୟାଙ୍କ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ନୀତି, ବାଣିଜ୍ୟ ପରିବେଶ, ରପ୍ତାନି ପରିବେଶ ଏବଂ ରପ୍ତାନି ପରଫରମାନ୍ସ ରହିଛି। ଏହାବାଦ ୧୧ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମଧ୍ୟ ଏଥିରେ ବିଚାର କରାଯାଇଛି। ସେଗୁଡିକ ହେଲା-ରପ୍ତାନି ପ୍ରୋତ୍ସାହନ ନୀତି, ଆନୁଷ୍ଠାନିକ କାର୍ଯ୍ୟଧାରା, ବାଣିଜ୍ୟ ଧାରା, ଭିତ୍ତିଭୂମି, ପରିବହନ ବ୍ୟବସ୍ଥା, ଫାଇନାନ୍ସ ସୁବିଧା, ରପ୍ତାନି ଭିତ୍ତିଭୂମି, ବାଣିଜ୍ୟ ସହଯୋଗ, ଗବେଷଣା ଏବଂ ଉନ୍ନତିକରଣ ଭିତ୍ତିଭୂମି, ରପ୍ତାନି ବିସ୍ତୃତିକରଣ ଏବଂ ଅଭିବୃଦ୍ଧି ।

ମୋଟ ରପ୍ତାନିରେ ୫ ରାଜ୍ୟର ଅଂଶ ୭୦%
ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ ରହିଥିବା ବେଳେ ଗୁଜରାଟ ଏବଂ ଝାଡଖଣ୍ଡ ଏହା ପଛକୁ ରହିଛନ୍ତି। ସେହିଭଳି ବିଜ୍‌ନେସ ଇକୋସିଷ୍ଟମ କ୍ଷେତ୍ରରେ ଗୁଜରାଟ ଶୀର୍ଷରେ ରହିଛି। ଏହା ପଛକୁ ଦିଲ୍ଲୀ ଏବଂ ତାମିଲନାଡୁ ରହିଛି। ରପ୍ତାନି ଇକୋସିଷ୍ଟମ କ୍ଷେତ୍ରରେ ମହାରାଷ୍ଟ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଓଡିଶା ଏବଂ ରାଜସ୍ଥାନ ସ୍ଥାନୀତ ହୋଇଛନ୍ତି। ରପ୍ତାନି ପରଫରମାନ୍ସ କ୍ଷେତ୍ରରେ ମିଜୋରାମ ସୂଚକାରଙ୍କର ଶୀର୍ଷରେ ରହିଛି। ଏହା ପଛକୁ ଗୁଜରାଟ ଏବଂ ମହାରାଷ୍ଟ୍ର ରହିଛନ୍ତି। ଦେଶର ୫ ରାଜ୍ୟ ପ୍ରାୟ ୭୦% ରପ୍ତାନି କରୁଛନ୍ତି। ଏଗୁଡିକ ମଧ୍ୟରେ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ,ତାମିଲନାଡୁ ଏବଂ ତେଲେଙ୍ଗାନା ରହିଛି।

ରପ୍ତାନି ପ୍ରୋତ୍ସାହନରେ ୩ ପ୍ରମୁଖ ଚ୍ୟାଲେଞ୍ଜ
ରପ୍ତାନି ପ୍ରୋତ୍ସାହନ କ୍ଷେତ୍ରରେ ୩ ପ୍ରମୁଖ ଚ୍ୟାଲେଞ୍ଜ ରହିଛି। ଏହା ମଧ୍ୟରେ ରପ୍ତାନି ଭିତ୍ତିଭୂମି କ୍ଷେତ୍ରରେ ଅନ୍ତଃ ଏବଂ ଆନ୍ତଃରାଜ୍ୟ ବିଭେଦତା, ଦୁର୍ବଳ ବାଣିଜ୍ୟ ସହାୟତା ଏବଂ ରାଜ୍ୟଗୁଡିକର ଅଭିବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ସେହିଭଳି ରପ୍ତାନିକୁ ଉନ୍ନତ କରିବା ଲାଗି ଗବେଷଣା ଏବଂ ଉନ୍ନତିକରଣର ବିଭିନ୍ନ ସମସ୍ୟା ମଧ୍ୟ ରହିଥିବା ରିପୋର୍ଟରେ କୁହାଯାଇଛି। ରପ୍ତାନି ସୂଚନା ଦେବା ଲାଗି ଦେଶର ମାତ୍ର ୧୦ ରାଜ୍ୟ ଟ୍ରେଡ ଗାଇଡ ପ୍ରଦାନ କରୁଥିବା ୧୫ ରାଜ୍ୟ ଅନଲାଇନ ପୋର୍ଟାଲ ବ୍ୟବସ୍ଥା କରିଛନ୍ତି। ଏହାବାଦ ବାଣିଜ୍ୟ ଲାଗି ଋଣ ପ୍ରଦାନ ହାର ଉନ୍ନତ ନ ଥିବା ଜଣାପଡିଛି। ଏହା ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କେବଳ ଦିଲ୍ଲୀ ଏବଂ ଚଣ୍ଡୀଗଡ ଭଳି ରାଜ୍ୟର ଋଣ ପ୍ରଦାନ ହାର ଯଥାକ୍ରମେ- ୫.୩୧% ଏବଂ ୩.୩୬% ରହିଛି। ଦେଶର ଅନ୍ୟ ପ୍ରାନ୍ତଗୁଡିକରେ ଏକ୍ଷେତ୍ରରେ ଋଣ ପ୍ରଦାନ ହାର ୦.୬% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri