ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର ୪ ଜଣ ଛାତ୍ର ଗୁରୁତର ଭାବେ ପୋଡ଼ି ହୋଇ ଆହତ ହେବା ପରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପ୍ରଧାନଶିକ୍ଷକ ଏବଂ ୪ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପାଇଁ ବିଭାଗ ପକ୍ଷରୁ ତୁରନ୍ତ ପ୍ରଧାନଶିକ୍ଷକ ଏବଂ ଉକ୍ତ ୪ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ବିରୋଧରେ ପରବର୍ତ୍ତୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂଚନା ଦେଇଛି।

ମୁନିଗୁଡ଼ା ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି। ପୋଲିସ ହସ୍ପିଟାଲରେ ପହଞ୍ଚି ଆହତ ଛାତ୍ରଙ୍କ ବୟାନ ରେକର୍ଡ କରିବା ସହ ବିଦ୍ୟାଳୟର ପିଅନଙ୍କ ପୁଅ ବିରୋଧରେ ମାମଲା ଦାୟର କରିଛି।

ସୋମବାର ସ୍କୁଲ ପରିସରରେ ଏହି ଅଘଟଣ ଘଟିବା ପରେ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନର ପ୍ରତିଶୃତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri