ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

କଟକ,୧୧।୯(କାର୍ତ୍ତିକ ସାହୁ): ପ୍ରାୟ ୩ ଦଶନ୍ଧି ତଳର ଏକ ଦଓ୍ବୋନି ମାମଲାରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନଢ଼ କରିବାରେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏବେ ସରକାରଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କାର ଦୃଷ୍ଟାନ୍ତମୂଳକ ଜରିମାନା କରିଛନ୍ତି। ଏହି ଜରିମାନା ଅର୍ଥ ମାମଲାର ଡିକ୍ରି ହୋଲ୍‌ଡର(ଧାରକ)ଙ୍କୁ ପ୍ରଦାନ କରାଯିବାକୁ କୁହାଯାଇଛି। ଏପରି କି ଅଦାଲତଙ୍କ ଆଦେଶ ଅନୁପାଳନ କରିବାରେ ବିଳମ୍ବ କରିଥିବା ଅଧିକାରୀଙ୍କଠାରୁ ଏହି ଜରିମାନା ଅର୍ଥ ସଂଗ୍ରହ କରିବାକୁ ବିଚାରପତି ଦିକ୍ଷିତ କ୍ରୀଷ୍ଣା ଶ୍ରୀପଦ ୧୯୯୭ ମସିହାର ଏକ ଏକ୍‌ଜିକ୍ୟୁଶନ ମାମଲାର ରାୟରେ ଉଲ୍ଲେଖ କରିଛନ୍ତି। ଗୋଟେ ଛୋଟ ବିବାଦ ସମାଧାନ କରିବାରେ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ଆବେଦନକାରୀଙ୍କୁ ୩ ଦଶନ୍ଧୀ ଧରି ମାମଲାର ଜାଲରେ ଛନ୍ଦି ହୋଇ ରହିବାକୁ ପଡ଼ିଲା ବୋଲି ଅଦାଲତ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ୧୯୭୦ ମସିହାରେ ଉଦୟ ନାଥ ସାହୁ ଏବଂ ଆର୍‌.ଏସ୍‌ ଭାଟିଆଙ୍କ ମଧ୍ୟରେ ଏକ ଜଙ୍ଗଲ ଜମି ଚୁକ୍ତିକୁ ନେଇ ବିବାଦ ହୋଇଥିଲା। ସୁପ୍ରିମ୍‌କୋର୍ଟ ୧୯୯୦ ମସିହାରେ ଉକ୍ତ ମାମଲାର ବିଚାର କରି ୨ପକ୍ଷଙ୍କ ମଧ୍ୟରେ ଥିବା ବିବାଦ ସମାଧାନ କରିଥିଲେ। ଏଥିସହିତ ଉକ୍ତ ଜମଙ୍ଗଲ ଜମତ୍ି ଉପରେ ଥିବା ଗଛଗୁଡ଼ିକୁ ଚିହ୍ନଟ କରି ଉଭୟ ପକ୍ଷଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସର୍ବୋଚ୍ଚ ରାୟଙ୍କ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri