ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ୨୦୨୧ ସଂଶୋଧନ, ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀ ଦେବେ ଶାରୀରିକ ପରୀକ୍ଷା

ନୂଆଦିଲ୍ଲୀ,୩୦।୧୨: ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ପାଇଁ ନିୟମାବଳୀ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିପତ୍ତିକାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ଜରୁରିକାଳୀନ ସେବା ଉତ୍ସର୍ଗୀକୃତ ଓ ତତ୍ପର ସେବା ପ୍ରଦାନ କରିଥାଏ । ଏହି ସେବା ପ୍ରଦାନ ନିମନ୍ତେ ସୁସ୍ଥତା ଥିବା ପ୍ରାର୍ଥୀମାନଙ୍କର ଆବଶ୍ୟକ ହୋଇଥାଏ ।

ତେବେ ନିକଟରେ ଆଗ୍ନିକ ଓ ଆଶ୍ଵିକ ଗାଡିଚାଳକ ଚୟନ ପାଇଁ ହେଉଥିବା ଲିଖିତ ପରୀକ୍ଷାରେ ଅଧିକ ନମ୍ବର ରଖୁଥିବା ପ୍ରାର୍ଥୀମାନେ ଶାରୀରିକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷାରେ ଯୋଗ୍ୟତା ହାସଲ କରି ପାରୁ ନ ଥିବାର ଦେଖିବାକୁ ମିଳିଥିଲା। ଫଳରେ, ବିଜ୍ଞାପନ ଅନୁଯାୟୀ ଖାଲି ପଦବୀଗୁଡିକ ପୂରଣ ହୋଇପାରିନାହିଁ।

ତେଣୁ ବିଜ୍ଞାପନରେ ଉଲ୍ଲେଖ ଥିବା ଖାଲି ପଦବୀଗୁଡିକୁ ପୂରଣ କରିବା ପାଇଁ ଓଡିଶା ଅଗ୍ନିଶମ ସେବା (“ଗ” ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରୀ ସର୍ଭ) ନିୟମାବଳୀ, ୨୦୨୧ର ନିୟମ ୧୨ (୩)ରେ ଥିବା ନିୟମକୁ ସଂଶୋଧନ କରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ବର୍ଗ ଭିଭିକ ସ୍ତରରେ ଖାଲି ଥିବା ପଦବୀ ସଂଖ୍ୟାର ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀଙ୍କୁ ଶାରିରୀକ ମାନଦଣ୍ଡ ଓ ଦକ୍ଷତା ପରୀକ୍ଷା ନିମନ୍ତେ ଡକାଯିବା ପାଇଁ ବିଚାର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri