ଭୁବନେଶ୍ୱର,୧।୪: ଉତ୍କଳ ଦିବସରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀରେ ଓଡ଼ିଶା ପର୍ବ ଧୂମଧାମରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍କଳ ଦିବସ ଅବସରରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହସହ ସେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭଉଣୀଭାଇଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ।
ଏହାସହ ସେ କହିଛନ୍ତି, ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳନ ହେବ।
ସୂଚନାଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ରେଖା ଓଡ଼ିଶା ଗସ୍ତରେ ଆସି ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।


