Categories: ଖେଳ

ମେଘାଳୟ ସହ ମ୍ୟାଚ ଡ୍ର ରଖିଲା ଓଡ଼ିଶା

ଭୁବନେଶ୍ୱର, ୨।୧ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ରବିବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କ୍ୟାପିଟାଲ ଫୁଟବଲ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ମେଘାଳୟ ସହ ମ୍ୟାଚ ଡ୍ର ରଖିଛି ଓଡ଼ିଶା। ଉଭୟ ଦଳ ପକ୍ଷରୁ ୨ଟି ଲେଖାଏ ଗୋଲ ସ୍କୋର ହୋଇଥିଲା।

ଏଠାରେ ପଣ୍ଡିଚେରୀ ଓ ଆଣ୍ଡାମାନ ଆଣ୍ଡ ନିକୋବର ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ ମଧ୍ୟ ୧-୧ ଗୋଲରେ ଡ୍ର ରହିଥିଲା। ତେବେ ୭ମ ବାଟାଲିୟନ ପରିସରରେ ଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ସିକ୍କିମ ୩-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିଛି। ମେଘାଳୟ ପଏଣ୍ଟ ଟେବୁଲର ଶୀର୍ଷରେ ରହି ଗ୍ରୁପ୍‌ ‘ଭି’ରୁ ପରବର୍ତ୍ତୀ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦ୍ୱିତୀୟ ସ୍ଥାନରେଥିବା ଓଡ଼ିଶା ଯଦିଓ ଯୋଗ୍ୟତା ପାଇନାହିଁ ତେବେ ଆଶା ଉଜ୍ଜୀବିତ ରହିଛି।

Share