କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଉପେନ୍ଦ୍ର ନାଇକ(୫୦) ଏବଂ ତାଙ୍କ ଭଣଜା କ୍ଷେତ୍ରମଣି ନାଇକ(୩୦) ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଦିଗପହଣ୍ଡିରେ କାମସାରି ଉପେନ୍ଦ୍ର ଏବଂ କ୍ଷେତ୍ରମଣି ବାଇକ(ନଂ. ଓଆର ୦୭ୟୁ -୪୫୨୯) ଯୋଗେ ଗାଁକୁ ଫେରୁଥିବା ବେଳେ ବ୍ରହ୍ମପୁରରୁ ଭାୟା ଦିଗପହଣ୍ଡି ଦେଇ ଗଜପତି ଜିଲା ମୋହନା ଅଭିମୁଖେ ଯାଉଥିବା କାର୍‌ଟି ବାଇକ୍‌ର ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟେ ମାମୁ-ଭଣଜା ବାଇକ ସହ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ କାର ଓ ବାଇକକୁ ଜବତ କରି ଥାନାକୁ ନେଇଛନ୍ତି।
Dharitri – Odisha’s No.1 Odia Daily

Share