Posted inଖେଳ

ଚଣ୍ଡିଗଡ଼କୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୧୭।୧୦ (କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରବିବାର ଚଣ୍ଡିଗଡ଼କୁ ରୋମାଞ୍ଚକଭାବେ ୧ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୨୦ ଓଭରରେ ୬ ଉଇକେଟ ହରାଇ ୧୭୯ ରନ କରିଥିଲା। ଦଳ ପକ୍ଷରୁ ଭଗମେନ୍ଦର ଲାଥର ସର୍ବାଧିକ ୫୯ ରନ କରିଥିବାବେଳେ ରାଜ ବାଓ୍ବା ୧୭ ବଲ୍‌ରୁ ଦୁତ ୪୦ (୨ ଚୌକା, ୪ ଛା) ରନରେ ଅପରାଜିତ ରହିଥିଲେ। ଅଙ୍କିତ କୌଶିକ ୩୮ ରନର ଯୋଗଦାନ ଦେଇଥିଲେ।

ଓଡ଼ିଶା ବୋଲରଙ୍କ ମଧ୍ୟରେ ତାରିଣୀ ସ’ ଓ ଅଧିନାୟକ ଅନୁଜ ରାଉତ ୨ଟି ଲେଖାଏ ଏବଂ ରାଜେଶ ମହାନ୍ତି ଓ ସୁଶୀଲ ବାରିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୮୦ ରନ ବିଜୟ ଲକ୍ଷ୍ୟରେ ଓଡ଼ିଶା ମାତ୍ର ୫ ରନରେ ୨ଟି ଉଇକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିଲେ ହେଁ ରାକେଶ ପଟ୍ଟନାୟକଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ସଫଳ ପ୍ରତ୍ୟାବର୍ତ୍ତନ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରି ନେଇଥିଲା। ରାକେଶ ମାତ୍ର ୨୪ ବଲ୍‌ରୁ ୬୧ (୭ ଚୌକା, ୪ ଛକା) ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।

ଫର୍ମରେ ଥିବା ଶୁଭ୍ରାଂଶୁ ସେନାପତି ୪୭ ଓ ଶାନ୍ତନୁ ମିଶ୍ର ୩୯ ରନ ସ୍କୋର କରିଥିଲେ। ଚଣ୍ଡିଗଡ଼ ପକ୍ଷରୁ ଜଗଜିତ ସିଂ ୪ଟି ଏବଂ ସନ୍ଦିପ ଶର୍ମା, ଗୁରିନ୍ଦର ସିଂ ଓ ରୋହିତ ଧଣ୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ୪ ମ୍ୟାଚରୁ ଓଡ଼ିଶାର ଏହା ଦ୍ୱିତୀୟ ବିଜୟ। ଦଳ ସିକିମ ବିପକ୍ଷରେ ୯ ଉଇକେଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ତାମୁଲନାଡ଼ୁଠାରୁ ୫ ଉଇକେଟ ଓ ବେଙ୍ଗଲଠାରୁ ୮ ଉଇକେଟରେ ହାରି ଯାଇଥିଲା। ୪ ମ୍ୟାଚରୁ ୮ ପଏଣ୍ଟ ସହ ଦଳ ଗ୍ରୁପ୍‌ ‘ଇ’ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି।
ସଂକ୍ଷିପ୍ତ ସ୍କୋର
ଚଣ୍ଡିଗଡ଼ ୨୦ ଓଭରରେ ୧୭୯/୬ (ଭଗମେନ୍ଦର ଲାଥର-୫୯, ରାଜ ବାଓ୍ବା-୪୦*, ତାରିଣୀ ସ’-୨/୨୫, ଅନୁଜ ରାଉତ-୨/୨୯, ରାଜେଶ ମହାନ୍ତି-୧/୧୬, ସୁଶୀଲ ବାରିକ-୧/୪୧)। ଓଡ଼ିଶା ୨୦ ଓଭରରେ ୧୮୧/୯ (ରାକେଶ ପଟ୍ଟନାୟକ-୬୧*, ଶୁଭ୍ରାଂଶୁ ସେନାପତି-୪୭, ଶାନ୍ତନୁ ମିଶ୍ର-୩୯, ଜଗଜିତ ସିଂ-୪/୨୯, ସନ୍ଦିପ ଶର୍ମା-୧/୨୬, ଗୁରିନ୍ଦର ସିଂ-୧/୨୬, ରୋହିତ ଧଣ୍ଡ-୧/୧୯)।

 


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri