୨୦ଜଣଙ୍କୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୪।୧୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ତାନ କରିଡର୍‌ ପକ୍ଷରୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। ବିଶେଷ କରି ଷ୍ଟାର୍ଟଅପ୍‌ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍‌ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନଗୁଡ଼ିକର ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏଭଳି ଏକ ଆଓ୍ବାର୍ଡ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏପରିକି ନିକଟରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ-୨୦୨୨’ର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ୍‌, ବରିଷ୍ଠ ପ୍ରଶାସକ ଡ. ଉମେଶ ଚନ୍ଦ୍ର ଜେନାଙ୍କ ସମେତ ପ୍ରିୟଦର୍ଶୀ ମିଶ୍ର ଏବଂ ଟିଟନ୍‌ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିନ୍ଦୁସ୍ତାନ କରିଡର୍‌ର ପ୍ରତିଷ୍ଠାତା ଜଗନ୍ନାଥ ପ୍ରସାଦ ସାହୁ ସ୍ବାଗତ ଅଭିଭାଷଣ ସହ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ମଧ୍ୟ ହିନ୍ଦୁସ୍ତାନ କରିଡର୍‌ର ଏଭଳି ଏକ ବୃହତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।

ପରିଶେଷରେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ ସାଙ୍ଗକୁ ଦୀର୍ଘ ଦିନର ଅବଦାନ ପାଇଁ ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆଓ୍ବାର୍ଡ-୨୦୨୨ ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟରେ କାର୍ଯ୍ୟ କରୁଥିବା କିଛି ସଫଳ ଅନୁଷ୍ଠାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଯଥା ଲୋରିଅଲ୍‌ ଇଷ୍ଟେଟ୍‌ ଭେଞ୍ଚର୍‌,ଏକରାଇଜ୍‌,ଏମ୍‌ଜିଏମ୍‌ ଗ୍ରୁପ, ଇଫ୍‌କୋ, ଫାଲକନ୍‌ ରିଏଲ୍‌ ଇଷ୍ଟେଟ୍‌, ଓଏଚ୍‌ପିସି, ଓପିଟିସିଏଲ୍‌, ଏସ୍‌ଏନ୍‌ଏମ୍‌ ଗ୍ରୁପ, ଓଡିସି କନଷ୍ଟ୍ରକଶନ ପ୍ରା.ଲିଃ, ମେଗା ବିଲଡର୍ସ, ଜିନ୍ଦଲ ଷ୍ଟିଲ ଏବଂ ପାୱାର, ଆପୋଲୋ ହସ୍ପିଟାଲ୍‌ ଭୁବନେଶ୍ୱର, କିଟ୍‌ ବିଶ୍ୱବିଦ୍ୟାଳୟ, ଏଲ୍‌ଆଇସି ଏବଂ ହୋମଫିଲ୍ସ ଭଳି ଅନୁଷ୍ଠାନ ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ଜଣାଶୁଣା ନୃତ୍ୟଶିଳ୍ପୀ ଅଭିଶ୍ରୀଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ନୃତ୍ୟ ପ୍ରଦର୍ଶନ ସାଙ୍ଗକୁ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ଦ୍ୱାରା ସୁନ୍ଦର କଳା ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri