କୋଭିଡ୍‌ ସ୍ଥିତିରେ ଦଶମ, ଯୁକ୍ତ ୨ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପାଠପଢ଼ା ହୋଇପାରି ନ ଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ର। ତେଣୁ କୋଭିଡ୍‌କୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ପାଇଁ ଟାଇମ୍‌ ଫ୍ରେମ୍‌ ପ୍ରସ୍ତୁତ କରାଗଲେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ଏଥିସହ ସବୁ ଉଚ୍ଚତମ ଶିକ୍ଷାରଲିଙ୍କ ରହିଛି। ତେଣୁ ଜାତୀୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ୍‌ ହେଲେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ୨୦୨୦-୨୧ ବୋର୍ଡ ଓ ଏଚ୍‌ଏସ୍‌ଇ ପରୀକ୍ଷା ନେଇ କେନ୍ଦ୍ର ନିଜ ପକ୍ଷ ସ୍ପଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି।