ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା : ଜାଣନ୍ତୁ କେବେଠୁ କରିବେ ଆବେଦନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ ବା
ଓପିଏସ୍‌ସି ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ଜାନୁୟାରୀ ୧୭ରୁ ଆଶାୟୀ ଛାତ୍ରୀଛାତ୍ର ଅନଲାଇନରେ କରିପାରିବେ ଆବେଦନ । ଫେବୃୟାରୀ ୧୬ ଆବେଦନର ଶେଷ ତାରିଖ ରହିଛି । ଆଶାୟୀ ଛାତ୍ରଛାତ୍ରୀ http:/opsc.gov.in ରେ ଆବେଦନ କରିପାରିବେ ।