ଗାନ୍ଧିଜୀଙ୍କ ବେଶ ବଦଳାଇଥିଲା ଓଡ଼ିଶା

ପୁରୀ ଅଫିସ,୨୬।୩: ଶ୍ରୀକ୍ଷେତ୍ର ସହିତ ମହାତ୍ମା ଗାନ୍ଧୀ (ବାପୁଜୀ)ଙ୍କର ସ୍ମୃତି ଜଡ଼ିତ ରହିଛି। ଏହି ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ଉଦ୍‌ଯାପନ ସମାରୋହ ପାଳନ ହେବ। ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ ଓ ବୁଦ୍ଧିଜୀବୀମାନେ ଯୋଗଦେବେ। ୧୯୨୧ ମାର୍ଚ୍ଚ ୨୬ରେ ଗାନ୍ଧିଜୀ ପୁରୀ ଆସିଥିଲେ। ସେହି ସ୍ମୃତି ଦିବସକୁ ଶନିବାର ୧୦୧ତମ ବର୍ଷ ପୂରଣ ହେଉଛି।
ଏ ନେଇ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା କହିଛନ୍ତି, ଗାନ୍ଧିଜୀ ଓଡ଼ିଶାକୁ ଆସି ବୁଲିକରି ଯିବା ପରେ ନିଜ ବେଶ ପୋଷାକ ବଦଳାଇଥିଲେ। ଧୋତି ବଦଳରେ ଆଣ୍ଠୁ ଉପରକୁ ଲୁଗା ଓ ଶାର୍ଟ ବଦଳରେ ଖୋଲା ଦେହରେ ଚାଦର ପିନ୍ଧିଥିଲେ। ତାଙ୍କ ବେଶପୋଷାକ ବଦଳିଯିବା ନେଇ ତାଙ୍କୁ ପଚରାଯିବାରେ ସେ କହିଥିଲେ, ଓଡ଼ିଶାର ଦାରିଦ୍ର୍ୟ ମୋ’ ବେଶପୋଷାକ ବଦଳାଇଦେଲା। ବିହାରର ଚମ୍ପାରଣ ନୁହେଁ ବରଂ ଓଡ଼ିଶା ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଥିବା ରାଜ୍ୟ। ୧୯୨୧ ମସିହା ମାର୍ଚ୍ଚ ୨୩ରେ ଗାନ୍ଧୀ କଟକ କାଠଯୋଡ଼ିରେ ସଭା କରିବା ପରେ ୨୫ ତାରିଖରେ ଭଦ୍ରକ, ୨୬ ତାରିଖ ସକାଳେ ସତ୍ୟବାଦୀ ଓ ସନ୍ଧ୍ୟାରେ ଆସି ପୁରୀରେ ପହଞ୍ଚିଥିଲେ। ପୁରୀରେ ତାଙ୍କୁ ସ୍ବାଗତ କରିବା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ୨୭ତାରିଖ ସକାଳେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିଦିନ ସନ୍ଧ୍ୟାରେ ଶରଧାବାଲିରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା। ଏହାପରେ ସେ ପୁରୀ ଜିଲାର ଦାରିଦ୍ର୍ୟ ରୂପ ଦେଖିଥିଲେ। ଅଭାବ କେତେ କଷ୍ଟଦାୟକ ତାହା ଦେଖି ଗାନ୍ଧିଜୀ ଭାବପ୍ରବଣ ଓ ବ୍ୟଥିତ ହୋଇପଡ଼ିଥିଲେ। ଏହାପରେ ଗାନ୍ଧିଜୀ ଶ୍ରୀମନ୍ଦିର ମ୍ୟାନେଜର ସଖୀଚାନ୍ଦଙ୍କ ଅନାଥ ଆଶ୍ରମ ଭ୍ରମଣରେ ଯାଇ ଭୂୟସୀ ପ୍ରଶଂସା କରିଥିଲେ। ୨୮ ତାରିଖରେ ଗାନ୍ଧିଜୀଙ୍କ ମୌନବ୍ରତ ଥିଲା। ୨୯ ତାରିଖ ସକାଳୁ ସେ ପୁରୀ ଛାଡ଼ିଥିଲେ। ନିଜ ତିନିଦିନ ଭ୍ରମଣରେ ଗାନ୍ଧିଜୀ ଆର୍ଥିକ, ଭୌଗୋଳିକ ଓ ସାମାଜିକ ଦୃଷ୍ଟିକୋଣରୁ ପୁରୀକୁ ହୃଦୟଙ୍ଗମ କରିବାକୁ ପ୍ରଚେଷ୍ଟା କରିଥିଲେ। ଏହାବ୍ୟତୀତ ସେ ୧୯୨୭ରେ ଦୁଇଦିନ ପାଇଁ ଏବଂ ୧୯୩୪ ମସିହାରେ ହରିଜନ ପଦଯାତ୍ରାରେ ପୁରୀ ଆସିଥିଲେ। ପଦଯାତ୍ରା ଅବସରରେ ଚନ୍ଦନପୁର ବଜାରରେ ଶୋଇଥିବାବେଳେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ ଥିଲା, ଏହି ପଦଯାତ୍ରା କେବଳ ପଦଯାତ୍ରା ନୁହେଁ, ଲୋକଙ୍କୁ ଜାଣିବା ଓ ମିଶିବା ଉଦ୍ଦେଶ୍ୟରେ ଏହି ଯାତ୍ରା କରୁଛି। ସେଠାରୁ ସେ ନିଜ ସ୍ତ୍ରୀ କସ୍ତୁରବାଙ୍କ ନିକଟକୁ ‘ରାମଗୀତା’ ନାମକ ଏକ ବହି ପଠାଇଥିଲେ। ଗାନ୍ଧିଜୀଙ୍କ ଜୀବନଶୈଳୀ ସମ୍ପର୍କିତ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଶହେ ଭାଗ ବିଶିଷ୍ଟ ‘କଲେକ୍‌ଟେଡ୍‌ ୱାର୍କ୍ସ ଅଫ୍‌ ମହାତ୍ମା ଗାନ୍ଧୀ’ରେ ଏହି ସମସ୍ତ ପ୍ରସଙ୍ଗ ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ଆଇନଜୀବୀ ତଥା ଗାନ୍ଧୀପ୍ରେମୀ ଶିବ ମିଶ୍ର କହିଛନ୍ତି, ପୁରୀରେ ଗାନ୍ଧିଜୀଙ୍କ ନାମରେ ସ୍ମାରକୀ ନିର୍ମାଣ ପାଇଁ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ପାଳନ ଅବସରରେ ଆଲୋଚନା ହୋଇଥିଲା। ପୁରୀ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ। ପୁରୀ ଭିଆଇପି ରୋଡ୍‌କୁ ମହାତ୍ମା ଗାନ୍ଧୀ ମାର୍ଗ ଭାବେ ନାମିତ କରିବା ପାଇଁ ଆଲୋଚନା ହୋଇଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri