Posted inଖେଳ

ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ପ୍ରଦର୍ଶନରେ ସ୍ଥିରତାର ଅଭାବ ଏବଂ ବିଭିନ୍ନ ସମୟରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଚଳିତ ରଣ୍‌ଜୀ ଟ୍ରଫି ସିଜନରେ କ୍ରମାଗତ ଦ୍ୱିତୀୟ ଓ ୪ର୍ଥ ପରାଜୟ ଲଭିଛି ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ। ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଦିଲ୍ଲୀଠାରୁ ୭ ଉଇକେଟରେ ହାରିଛି ଓଡ଼ିଶା। ପ୍ରଥମ ଇନିଂସରେ ୪୪୦ ରନ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ଅପ୍ରତ୍ୟାଶିତଭାବେ ୧୩୩ ରନରେ ଅଲ୍‌ଆଉଟ ହୋଇ ପରାଜୟକୁ ଡାକି ଆଣିଥିଲା। ଦିଲ୍ଲୀ ସମ୍ମୁଖରେ ୧୨୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଏବଂ ଘରୋଇ ଦଳ ଏହାକୁ ୨୦.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଅନୁଜ ରାଓ୍ବତ ୫ ବଲ୍‌ରୁ ୭, ଗଗନ ଭତ୍ସ ୪୩ ବଲ୍‌ରୁ ୨୪ ଓ ଅଧିନାୟକ ହିମ୍ମତ ସିଂ ୩୧ ବଲ୍‌ରୁ ୩୨ ରନକରି ଆଉଟ ହୋଇଥିବାବେଳେ ଆଇପିଏଲ୍‌ ତାରକା ଆୟୁଷ ବଦୋନୀ ୩୩ ବଲ୍‌ରୁ ୪୦ ଓ ୟଶ୍‌ ଧୁଲ୍‌ ୧୧ ବଲ୍‌ରୁ ୧୬ ରନରେ ଅପରାଜିତ ରହି ଦିଲ୍ଲୀକୁ ବିଜୟୀ କରିଥିଲେ। ଓଡ଼ିଶା ପକ୍ଷରୁ ଜାମଳା ଭଞ୍ଜନ ମହାପାତ୍ର ୨ଟି ଓ ରାଜେଶ ମହାନ୍ତି ୨ଟି ଉଇକେଟ ନେଇଥିଲେ। ପରାଜୟ ଫଳରେ ଓଡ଼ିଶା ୭ ମ୍ୟାଚରୁ ୧ ବିଜୟ, ୪ ପରାଜୟ ଓ ୨ ଡ୍ର ସହ ୧୨ ପଏଣ୍ଟରେ ସ୍ଥିର ରହି ଗ୍ରୁପ୍‌ ‘ଡି’ରେ ସର୍ବନିମ୍ନ ୮ମ ସ୍ଥାନକୁ ଖସିଛି।
ଭଦୋଦରାରେ ବରୋଦାଠାରୁ ୧୪୭ ରନରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଇନ୍ଦୋରରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚକୁ ମଧ୍ୟ ପ୍ରଦେଶ ସହ ଡ୍ର ରଖିଥିଲା। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ଜମ୍ମୁ-କଶ୍ମୀରଠାରୁ ଦଳ ୨ ଉଇକେଟରେ ପରାଜିତ ହୋଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ସେହି ଗ୍ରାଉଣ୍ଡରେ ଖେଳିଥିବା ୪ର୍ଥ ମ୍ୟାଚରେ ପ୍ରତିପକ୍ଷ ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଓଡ଼ିଶା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ପୁଡୁଚେରୀ ବିପକ୍ଷ ୫ମ ମ୍ୟାଚକୁ ଦଳ ଡ୍ର ରଖିଥିଲେ ହେଁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚରେ ଦଳ ଉତ୍ତରାଖଣ୍ଡଠାରୁ ୧୬୨ ରନରେ ହାରିଯାଇଥିଲା। ଏବେ ଦିଲ୍ଲୀଠାରୁ ୭ ଉଇକେଟରେ ପରାଜୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ରଣନୀତି ଏବଂ ଖେଳାଳି ଚୟନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ତୃତୀୟ ଦିବସ ଶେଷରେ ଦିଲ୍ଲୀ ପ୍ରଥମ ଇନିଂସରେ ୪୫୧ ରନରେ ଅଲ୍‌ଆଉଟ ହୋଇ ଓଡ଼ିଶା ପ୍ରଥମ ଇନିଂସଠାରୁ ୧୧ ରନରେ ଅଗ୍ରଣୀ ହୋଇଥିଲା। ସୋମବାର ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ ଡ୍ର ରହିବ ବୋଲି ଆକଳନ କରାଯାଉଥିଲା। ମାତ୍ର ଦ୍ୱିତୀୟ ଇନିଂସରେ ଓଡ଼ିଶା ବ୍ୟାଟରଙ୍କ ବେପରୁଆ ବ୍ୟାଟିଂ ଦଳ ପାଇଁ ବିପଦ ଡାକି ଆଣିଥିଲା। ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ସମେତ ସ୍ବସ୍ତିକ ସାମଲ ଓ ସନ୍ଦୀପ ପଟ୍ଟନାୟକ ଖାତା ଖୋଲିପାରି ନ ଥିବାବେଳେ ଶୁଭ୍ରାଂଶୁ ସେନାପତି ୪ ଓ ଗୋବିନ୍ଦ ପୋଦ୍ଦାର ୧୭ ରନରେ ଆଉଟ ହେବାରୁ ଦିଲ୍ଲୀ ବିଜୟ ବାସ୍ନା ପାଇଥିଲା। ମିଡିଲ ଅର୍ଡରରେ ବିପ୍ଳବ ସାମନ୍ତରାୟ ଓ ଆଶୀର୍ବାଦ ସ୍ବାଇଁ ଭଲ ଆରମ୍ଭ କରିଥିଲେ ହେଁ ଯୋଜନାବଦ୍ଧଭାବେ ଦିଲ୍ଲୀ ବୋଲରମାନେ ବୋଲିଂ କରି ତାଙ୍କୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ଆଶୀର୍ବାଦ ସର୍ବାଧିକ ୨୯ ଓ ବିପ୍ଳବ ୨୪ ରନକରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ଜାମଳା ଭଞ୍ଜନ ମହାପାତ୍ର ୨୫ ରନର ଯୋଗଦାନ ଦେଇଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ପ୍ରଥମ ପଦାର୍ପଣକାରୀ ସୁମିତ ମାଥୁର ୨୬ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ପ୍ରଂଶୁ ବିଜୟରନ ଓ ହିମାଂଶୁ ଚୌହାନ ୨ଟି ଲେଖାଏ ଏବଂ ହିମ୍ମତ ସିଂ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୪୦। ଦିଲ୍ଲୀ ପ୍ରଥମ ଇନିଂସ: ୪୫୧। ଓଡ଼ିଶା ଦ୍ୱିତୀୟ ଇନିଂସ: ୧୩୩/ଅଲ୍‌ଆଉଟ (ଆଶୀର୍ବାଦ ସ୍ବାଇଁ-୨୯, ସୁମିତ ମାଥୁର-୫/୨୬, ପ୍ରଂଶୁ ବିଜୟରନ-୨/୩୯, ହିମାଂଶୁ ଚୌହାନ-୨/୨୨, ହିମ୍ମତ ସିଂ-୧/୩୩)। ଦିଲ୍ଲୀ ଦ୍ୱିତୀୟ ଇନିଂସ: ୧୨୩/୩ (ଆୟୁଷ ବଦୋନୀ-୪୦*, ହିମ୍ମତ ସିଂ-୩୨, ଜାମଳା ଭଞ୍ଜନ ମହାପାତ୍ର-୨/୪୫, ରାଜେଶ ମହାନ୍ତି-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri