Posted inଖେଳ

ପରାଜୟ ସହ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ପ୍ରଦର୍ଶନରେ ସ୍ଥିରତାର ଅଭାବ ଏବଂ ବିଭିନ୍ନ ସମୟରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଚଳିତ ରଣ୍‌ଜୀ ଟ୍ରଫି ସିଜନରେ କ୍ରମାଗତ ଦ୍ୱିତୀୟ ଓ ୪ର୍ଥ ପରାଜୟ ଲଭିଛି ଶାନ୍ତନୁ ମିଶ୍ରଙ୍କ ନେତୃତ୍ୱାଧୀନ ଓଡ଼ିଶା ଦଳ। ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଦିଲ୍ଲୀଠାରୁ ୭ ଉଇକେଟରେ ହାରିଛି ଓଡ଼ିଶା। ପ୍ରଥମ ଇନିଂସରେ ୪୪୦ ରନ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ଅପ୍ରତ୍ୟାଶିତଭାବେ ୧୩୩ ରନରେ ଅଲ୍‌ଆଉଟ ହୋଇ ପରାଜୟକୁ ଡାକି ଆଣିଥିଲା। ଦିଲ୍ଲୀ ସମ୍ମୁଖରେ ୧୨୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ଏବଂ ଘରୋଇ ଦଳ ଏହାକୁ ୨୦.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଅନୁଜ ରାଓ୍ବତ ୫ ବଲ୍‌ରୁ ୭, ଗଗନ ଭତ୍ସ ୪୩ ବଲ୍‌ରୁ ୨୪ ଓ ଅଧିନାୟକ ହିମ୍ମତ ସିଂ ୩୧ ବଲ୍‌ରୁ ୩୨ ରନକରି ଆଉଟ ହୋଇଥିବାବେଳେ ଆଇପିଏଲ୍‌ ତାରକା ଆୟୁଷ ବଦୋନୀ ୩୩ ବଲ୍‌ରୁ ୪୦ ଓ ୟଶ୍‌ ଧୁଲ୍‌ ୧୧ ବଲ୍‌ରୁ ୧୬ ରନରେ ଅପରାଜିତ ରହି ଦିଲ୍ଲୀକୁ ବିଜୟୀ କରିଥିଲେ। ଓଡ଼ିଶା ପକ୍ଷରୁ ଜାମଳା ଭଞ୍ଜନ ମହାପାତ୍ର ୨ଟି ଓ ରାଜେଶ ମହାନ୍ତି ୨ଟି ଉଇକେଟ ନେଇଥିଲେ। ପରାଜୟ ଫଳରେ ଓଡ଼ିଶା ୭ ମ୍ୟାଚରୁ ୧ ବିଜୟ, ୪ ପରାଜୟ ଓ ୨ ଡ୍ର ସହ ୧୨ ପଏଣ୍ଟରେ ସ୍ଥିର ରହି ଗ୍ରୁପ୍‌ ‘ଡି’ରେ ସର୍ବନିମ୍ନ ୮ମ ସ୍ଥାନକୁ ଖସିଛି।
ଭଦୋଦରାରେ ବରୋଦାଠାରୁ ୧୪୭ ରନରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଇନ୍ଦୋରରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚକୁ ମଧ୍ୟ ପ୍ରଦେଶ ସହ ଡ୍ର ରଖିଥିଲା। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ଜମ୍ମୁ-କଶ୍ମୀରଠାରୁ ଦଳ ୨ ଉଇକେଟରେ ପରାଜିତ ହୋଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ସେହି ଗ୍ରାଉଣ୍ଡରେ ଖେଳିଥିବା ୪ର୍ଥ ମ୍ୟାଚରେ ପ୍ରତିପକ୍ଷ ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ଓଡ଼ିଶା। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ପୁଡୁଚେରୀ ବିପକ୍ଷ ୫ମ ମ୍ୟାଚକୁ ଦଳ ଡ୍ର ରଖିଥିଲେ ହେଁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚରେ ଦଳ ଉତ୍ତରାଖଣ୍ଡଠାରୁ ୧୬୨ ରନରେ ହାରିଯାଇଥିଲା। ଏବେ ଦିଲ୍ଲୀଠାରୁ ୭ ଉଇକେଟରେ ପରାଜୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ରଣନୀତି ଏବଂ ଖେଳାଳି ଚୟନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ତୃତୀୟ ଦିବସ ଶେଷରେ ଦିଲ୍ଲୀ ପ୍ରଥମ ଇନିଂସରେ ୪୫୧ ରନରେ ଅଲ୍‌ଆଉଟ ହୋଇ ଓଡ଼ିଶା ପ୍ରଥମ ଇନିଂସଠାରୁ ୧୧ ରନରେ ଅଗ୍ରଣୀ ହୋଇଥିଲା। ସୋମବାର ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ ଡ୍ର ରହିବ ବୋଲି ଆକଳନ କରାଯାଉଥିଲା। ମାତ୍ର ଦ୍ୱିତୀୟ ଇନିଂସରେ ଓଡ଼ିଶା ବ୍ୟାଟରଙ୍କ ବେପରୁଆ ବ୍ୟାଟିଂ ଦଳ ପାଇଁ ବିପଦ ଡାକି ଆଣିଥିଲା। ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ସମେତ ସ୍ବସ୍ତିକ ସାମଲ ଓ ସନ୍ଦୀପ ପଟ୍ଟନାୟକ ଖାତା ଖୋଲିପାରି ନ ଥିବାବେଳେ ଶୁଭ୍ରାଂଶୁ ସେନାପତି ୪ ଓ ଗୋବିନ୍ଦ ପୋଦ୍ଦାର ୧୭ ରନରେ ଆଉଟ ହେବାରୁ ଦିଲ୍ଲୀ ବିଜୟ ବାସ୍ନା ପାଇଥିଲା। ମିଡିଲ ଅର୍ଡରରେ ବିପ୍ଳବ ସାମନ୍ତରାୟ ଓ ଆଶୀର୍ବାଦ ସ୍ବାଇଁ ଭଲ ଆରମ୍ଭ କରିଥିଲେ ହେଁ ଯୋଜନାବଦ୍ଧଭାବେ ଦିଲ୍ଲୀ ବୋଲରମାନେ ବୋଲିଂ କରି ତାଙ୍କୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ଆଶୀର୍ବାଦ ସର୍ବାଧିକ ୨୯ ଓ ବିପ୍ଳବ ୨୪ ରନକରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ଜାମଳା ଭଞ୍ଜନ ମହାପାତ୍ର ୨୫ ରନର ଯୋଗଦାନ ଦେଇଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ପ୍ରଥମ ପଦାର୍ପଣକାରୀ ସୁମିତ ମାଥୁର ୨୬ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ପ୍ରଂଶୁ ବିଜୟରନ ଓ ହିମାଂଶୁ ଚୌହାନ ୨ଟି ଲେଖାଏ ଏବଂ ହିମ୍ମତ ସିଂ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୪୦। ଦିଲ୍ଲୀ ପ୍ରଥମ ଇନିଂସ: ୪୫୧। ଓଡ଼ିଶା ଦ୍ୱିତୀୟ ଇନିଂସ: ୧୩୩/ଅଲ୍‌ଆଉଟ (ଆଶୀର୍ବାଦ ସ୍ବାଇଁ-୨୯, ସୁମିତ ମାଥୁର-୫/୨୬, ପ୍ରଂଶୁ ବିଜୟରନ-୨/୩୯, ହିମାଂଶୁ ଚୌହାନ-୨/୨୨, ହିମ୍ମତ ସିଂ-୧/୩୩)। ଦିଲ୍ଲୀ ଦ୍ୱିତୀୟ ଇନିଂସ: ୧୨୩/୩ (ଆୟୁଷ ବଦୋନୀ-୪୦*, ହିମ୍ମତ ସିଂ-୩୨, ଜାମଳା ଭଞ୍ଜନ ମହାପାତ୍ର-୨/୪୫, ରାଜେଶ ମହାନ୍ତି-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri