ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର

ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍‌ ଉଠାଣ, ୟୁପିଆଇ କାରବାର ଓ ବୀମା ପ୍ରିମିୟମ୍‌ ଦେୟ କରିଛନ୍ତି। ସବୁଠାରୁ ବଡ଼କଥା ହେଲା, ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥା ବା ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି(ଆଇଟିଡିଏ) ଅର୍ଥକୁ ଯନ୍ତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ ବା ଖାତାରେ କାରବାର କରିଛନ୍ତି, ଯାହାର ପରିମାଣ ୧୪୮.୭୫ କୋଟିରୁ ଊର୍ଦ୍ଧ୍ୱ ବୋଲି ଭାରତର ମହାନିୟନ୍ତ୍ରକ ଓ ମହାଲେଖାକାର (ସିଏଜି)ଙ୍କ ପକ୍ଷରୁ କୁହାଯାଇଛି।

ପ୍ରମୁଖ ମହାଲେଖାକାରଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମହାଲେଖାକାର ସୁବୁ ଆର୍‌ ଏବଂ ଅତୁଲ ପ୍ରକାଶ ୨୦୧୮ରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ରିପୋର୍ଟ ଉପସ୍ଥାପନ କରି କହିଛନ୍ତି, ଆଇଟିଡିଏ ଅର୍ଥକୁ ଯନ୍ତ୍ରୀମାନେ ସରକାରୀ ଅର୍ଥକୁ ବିପୁଳ ମାତ୍ରାରେ ଅନିୟମିତତା ଭାବେ ଖର୍ଚ୍ଚ କରିଛନ୍ତି। ସେମାନେ ଏଟିଏମ୍‌ରୁ ଟଙ୍କା ଉଠାଣ କରିବା ସହିତ ମୋବାଇଲ ରିଚାର୍ଜ କରିବା, ୟୁପିଆଇ ମୋଡ୍‌ରେ ଟଙ୍କା ଦେବା ଭଳି ବେଆଇନ କାର୍ଯ୍ୟ କରିଛନ୍ତି। ସେହିପରି ଆଦିବାସୀ କଲ୍ୟାଣ ନାମରେ ଆଇଟିଡିଏ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ୩.୩୮କୋଟି ଟଙ୍କାର କୌଣସି ଭାଉଚର ପ୍ରସ୍ତୁତ କରାଯାଇନାହିଁ। ଏପରି କି ୩.୨୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ହେଁ କୌଣସି ବିଲ୍‌ ମଧ୍ୟ କରାଯାଇନାହିଁ। ବିନା ବିଲ୍‌ରେ କିଭଳି କୋଟି କୋଟି ଟଙ୍କାର କାରବାର ହେଲା ତାହା ସନ୍ଦେହଜନକ ବୋଲି ମହାଲେଖାକାର କହିଛନ୍ତି। ସବୁଠାରୁ ଧର୍ତ୍ତବ୍ୟ କଥା ହେଉଛି, ଯନ୍ତ୍ରୀମାନେ ୨୨.୭୮ କୋଟି ଟଙ୍କା କାରବାର କରିଛନ୍ତି, ଯେଉଁଥିରେ କି ଇନ୍‌ଭଏସ୍‌ରେ ଡୁପ୍ଲିକେଟ୍‌ ନମ୍ବର ପକାଯାଇଛି। ଏପରିକି ଇନ୍‌ଭଏସ୍‌ଗୁଡ଼ିକରେ ତାରିଖ ଉଲ୍ଲେଖ ନ ଥିବାବେଳେ ଜିଏସ୍‌ଟି ପଇଠ କରୁ ନ ଥିବା କମ୍ପାନୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅତୁଲ ପ୍ରକାଶ ଏକ ଉଦାହରଣ ଦେଇ କହିଥିଲେ, ପାରଳାଖେମୁଣ୍ଡି ଆଇଟିଡିଏରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଣଦେଖା କରାଯାଇଛି। ଆଇଟିଡିଏରେ ୩.୭୪ କୋଟି ଟଙ୍କାର ସାମଗ୍ରୀ କିଣାଯାଇଛି। ଏହି ଆଇଟିଡିଏ ପାଇଁ ମାତ୍ର ୭୩.୬୦ ଲକ୍ଷ ଟଙ୍କାର ଅନୁମୋଦନ ରହିଥିବାବେଳେ ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନେ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କ ଅଗୋଚରରେ କିଭଳି ୩.୭୪କୋଟି ଟଙ୍କାର ସାମଗ୍ରୀ ବିନା ଟେଣ୍ଡରରେ କିଣିଲେ, ତାହା ସନ୍ଦେହ ସୃଷ୍ଟି କରୁଛି। ଏପରି କି ଏହି ସାମଗ୍ରୀ କ୍ରୟବେଳେ ଗୋଟିଏ ସଂସ୍ଥାଠାରୁ ୨.୦୯ କୋଟି ଟଙ୍କାର ସାମଗ୍ରୀ ବେଆଇନ ଭାବେ କିଣାଯାଇଛି ବୋଲି ମହାଲେଖାକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri