ସିଏଜି: ଆଇଟିଡିଏରେ ୧୪୮.୭୫ କୋଟିର ବେଆଇନ କାରବାର

ଭୁବନେଶ୍ୱର,୨୫ା୯ (ରବିନାରାୟଣ ଜେନା): ରାଜ୍ୟରେ ଆଦିବାସୀଙ୍କ କଲ୍ୟାଣ ନାମରେ ବହୁ କୋଟି ଟଙ୍କାର ସରକାରୀ ଅର୍ଥ ଅପବ୍ୟବହାର ହୋଇଛି। କେଉଁଠି ସରକାରୀ ଅର୍ଥରେ ଯନ୍ତ୍ରୀମାନେ ମୋବାଇଲ ରିଚାର୍ଜ କରିଛନ୍ତିି ତ’ ଆଉ କେଉଁଠି ଏଟିଏମ୍‌ ଉଠାଣ, ୟୁପିଆଇ କାରବାର ଓ ବୀମା ପ୍ରିମିୟମ୍‌ ଦେୟ କରିଛନ୍ତି। ସବୁଠାରୁ ବଡ଼କଥା ହେଲା, ସମନ୍ବିତ ଆଦିବାସୀ କଲ୍ୟାଣ ସଂସ୍ଥା ବା ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି(ଆଇଟିଡିଏ) ଅର୍ଥକୁ ଯନ୍ତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ ବା ଖାତାରେ କାରବାର କରିଛନ୍ତି, ଯାହାର ପରିମାଣ ୧୪୮.୭୫ କୋଟିରୁ ଊର୍ଦ୍ଧ୍ୱ ବୋଲି ଭାରତର ମହାନିୟନ୍ତ୍ରକ ଓ ମହାଲେଖାକାର (ସିଏଜି)ଙ୍କ ପକ୍ଷରୁ କୁହାଯାଇଛି।

ପ୍ରମୁଖ ମହାଲେଖାକାରଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମହାଲେଖାକାର ସୁବୁ ଆର୍‌ ଏବଂ ଅତୁଲ ପ୍ରକାଶ ୨୦୧୮ରୁ ୨୦୨୩ ମାର୍ଚ୍ଚ ସୁଦ୍ଧା ରିପୋର୍ଟ ଉପସ୍ଥାପନ କରି କହିଛନ୍ତି, ଆଇଟିଡିଏ ଅର୍ଥକୁ ଯନ୍ତ୍ରୀମାନେ ସରକାରୀ ଅର୍ଥକୁ ବିପୁଳ ମାତ୍ରାରେ ଅନିୟମିତତା ଭାବେ ଖର୍ଚ୍ଚ କରିଛନ୍ତି। ସେମାନେ ଏଟିଏମ୍‌ରୁ ଟଙ୍କା ଉଠାଣ କରିବା ସହିତ ମୋବାଇଲ ରିଚାର୍ଜ କରିବା, ୟୁପିଆଇ ମୋଡ୍‌ରେ ଟଙ୍କା ଦେବା ଭଳି ବେଆଇନ କାର୍ଯ୍ୟ କରିଛନ୍ତି। ସେହିପରି ଆଦିବାସୀ କଲ୍ୟାଣ ନାମରେ ଆଇଟିଡିଏ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ୩.୩୮କୋଟି ଟଙ୍କାର କୌଣସି ଭାଉଚର ପ୍ରସ୍ତୁତ କରାଯାଇନାହିଁ। ଏପରି କି ୩.୨୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ହେଁ କୌଣସି ବିଲ୍‌ ମଧ୍ୟ କରାଯାଇନାହିଁ। ବିନା ବିଲ୍‌ରେ କିଭଳି କୋଟି କୋଟି ଟଙ୍କାର କାରବାର ହେଲା ତାହା ସନ୍ଦେହଜନକ ବୋଲି ମହାଲେଖାକାର କହିଛନ୍ତି। ସବୁଠାରୁ ଧର୍ତ୍ତବ୍ୟ କଥା ହେଉଛି, ଯନ୍ତ୍ରୀମାନେ ୨୨.୭୮ କୋଟି ଟଙ୍କା କାରବାର କରିଛନ୍ତି, ଯେଉଁଥିରେ କି ଇନ୍‌ଭଏସ୍‌ରେ ଡୁପ୍ଲିକେଟ୍‌ ନମ୍ବର ପକାଯାଇଛି। ଏପରିକି ଇନ୍‌ଭଏସ୍‌ଗୁଡ଼ିକରେ ତାରିଖ ଉଲ୍ଲେଖ ନ ଥିବାବେଳେ ଜିଏସ୍‌ଟି ପଇଠ କରୁ ନ ଥିବା କମ୍ପାନୀଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅତୁଲ ପ୍ରକାଶ ଏକ ଉଦାହରଣ ଦେଇ କହିଥିଲେ, ପାରଳାଖେମୁଣ୍ଡି ଆଇଟିଡିଏରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଣଦେଖା କରାଯାଇଛି। ଆଇଟିଡିଏରେ ୩.୭୪ କୋଟି ଟଙ୍କାର ସାମଗ୍ରୀ କିଣାଯାଇଛି। ଏହି ଆଇଟିଡିଏ ପାଇଁ ମାତ୍ର ୭୩.୬୦ ଲକ୍ଷ ଟଙ୍କାର ଅନୁମୋଦନ ରହିଥିବାବେଳେ ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନେ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କ ଅଗୋଚରରେ କିଭଳି ୩.୭୪କୋଟି ଟଙ୍କାର ସାମଗ୍ରୀ ବିନା ଟେଣ୍ଡରରେ କିଣିଲେ, ତାହା ସନ୍ଦେହ ସୃଷ୍ଟି କରୁଛି। ଏପରି କି ଏହି ସାମଗ୍ରୀ କ୍ରୟବେଳେ ଗୋଟିଏ ସଂସ୍ଥାଠାରୁ ୨.୦୯ କୋଟି ଟଙ୍କାର ସାମଗ୍ରୀ ବେଆଇନ ଭାବେ କିଣାଯାଇଛି ବୋଲି ମହାଲେଖାକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri