ଓଡ଼ିଶା କ୍ୟାଡର ଆଇପିଏସ୍‌ ବିଏସ୍‌ଏଫ୍‌ ଆଇଜି ନିଯୁକ୍ତ

ଭୁବନେଶ୍ୱର,୨୨।୯(ବ୍ୟୁରୋ)-ଓଡ଼ିଶା କ୍ୟାଡର ୧୯୯୩ ବ୍ୟାଚ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥକୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର(ବିଏସ୍‌ଏଫ୍‌)ର ଇନ୍‌ସପେକ୍ଟର ଜେନେରାଲ (ଆଇଜି) ଭାବେ ନିଯୁକ୍ତି ଦେଇଛନ୍ତି। ସୋମବାର ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ଆସନ୍ତା ୫ ବର୍ଷ ଯାଏ ନାଥ ଏହି ଦାୟିତ୍ୱରେ ରହିବେ। ନୂତନ ପଦବୀରେ ଯୋଗଦେବା ଲାଗି ତୁରନ୍ତ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।