ଆନ୍ଦୋଳନ ଭିତରେ ଭାଜପାର ବଡ଼ ଘୋଷଣା, ଆମେ…

ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍‌ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ। ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଧ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।

ତେବେ କଂଗ୍ରେସର ଆନ୍ଦୋଳନ ଭିତରେ ଭାଜପା ପକ୍ଷରୁ ଆସିଛି ବଡ଼ ଖବର। ପ୍ରେସମିଟ୍‌ କରି ଭାଜପା ଦେଇଛି ବଡ଼ ବୟାନ। ଭାଜପାର ଏହି ପ୍ରେସମିଟ୍‌ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି। ଭାଜପା ଏମପି ଅପରାଜିତା ଷଡଙ୍ଗୀ ପ୍ରେସମିଟ୍‌ କରି କହିଛନ୍ତି, ସୌମ୍ୟାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା। ବାଲେଶ୍ୱର ପରେ ତାଙ୍କୁ ଏମ୍ସରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଯେପରି ପଦକ୍ଷେପ ନେବା ଦରକାର ସେପରି ବିହିତ ପଦକ୍ଷେପ ନିଆଯାଇଛି। ଅଧ୍ୟାପକଙ୍କୁ ନିଲମ୍ବନ କରିବା ସହ ଗିରଫ କରାଯାଇ କୋର୍ଟ ପଠାଯାଇଛି। ଅଭିଯୋଗ ନ ଆସିଥିଲେ ମଧ୍ୟ ଆମ ସରକାର ଏହି ଘଟଣାକୁ ଦୃଷ୍ଟିରେ ଦେଖି ନିଜଆଡୁ କଠୋର ପଦକ୍ଷେପ ନେଇଛନ୍ତି। ସେହିପରି କମିଟି ଗଠନ କରାଯାଇ ଏଫଏମ ପ୍ରିନ୍ସପାଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମ ସରକାର ସୌମ୍ୟାଙ୍କ ଚିକିତ୍ସାରେ ସବୁ ଖର୍ଚ୍ଚ ବହନ କରିଥିଲେ। ଆମର ବିଧାୟକ, ମନ୍ତ୍ରୀ ସମସ୍ତେ ଏମ୍ସ ପହଞ୍ଚି ଲଗାତାର ସ୍ଥିତି ଅନୁଧ୍ୟାନ କରିଥିଲେ।

ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ଥିଲେ। ସେତେବେଳେ ଏପରି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେଡିକାଲ ଯାଇଥିଲେ କି? ଘଟଣାରେ ବିରୋଧୀ ବାତାବରଣକୁ ଅଶାନ୍ତ କରିବା ଜାଣିଛନ୍ତି। ଆନ୍ଦୋଳନ ପୂର୍ବରୁ ଆତ୍ମସମୀକ୍ଷା କରିବା ଜରୁରୀ ଥିଲା। କଂଗ୍ରେସ ଓ ବିଜେଡି ଲଗାତାର ହଇରାଣ କରୁଛନ୍ତି। ଡାହାଣୀ ହେଇକି ଲାଗୁଛନ୍ତି, ଗୁଣିଆ ହେଇକି ଝାଡ଼ୁଛନ୍ତି। ଦୁଇ ବିରୋଧୀ ସରକାରରେ ଥିବାବେଳେ ବହୁ ଝିଅ-ମହିଳାଙ୍କ ସହ ଏପରି ଘଟଣା ଘଟିଛି ହେଲେ ସେମାନେ ଏପରି ଆକ୍ସନ ନେଇଥିଲେ କି? ସେହି ସମୟରେ ରାଷ୍ଟ୍ରପତି କେବେ ଭୁବନେଶ୍ୱର ଆସିଥିଲେ କି? ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ତାଙ୍କ କାର୍ଯ୍ୟକ୍ରମରେ ଆସିଥିବାବେଳେ ସେ ନିଜ ଇଚ୍ଛାନୁସାରେ ଆମ ଝିଅକୁ ଦେଖିବାକୁ ଆସିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri