ଆସନ୍ତା ୬ରେ ଗୁଆହାଟୀରେ ବସିବ ଓଡ଼ିଶା ଭାଜପାର ବୈଠକ

ଭୁବନେଶ୍ବର,୩ା୭(ସୁନିତ୍‌ ମିଶ୍ର): ଦେଶର ସବୁ ରାଜ୍ୟକୁ ନେଇ ଭାଜପା ଗୁଆହାଟୀଠାରେ ଆସନ୍ତା ୬ ତାରିଖରୁ ୩ ଦିନିଆ ବୈଠକ ଡାକିଛି। ଆସନ୍ତା ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ପ୍ରତ୍ୟେକ ଦିନ କିଛି କିଛି ରାଜ୍ୟ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଲୋଚନା କରିବେ। ଏଥିରେ ମୁଖ୍ୟତଃ ସେମାନେ ଗୋଟିଏ ରାଜ୍ୟ ସହ ପ୍ରାୟ ୨ ଘଣ୍ଟା ଲେଖା ଆଲୋଚନା କରି ଦଳର ଭବିଷ୍ୟତ ରଣନୀତି ସମ୍ପର୍କରେ ଏକ ପ୍ରକାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ତେବେ ଆସନ୍ତା ୬ ତାରିଖରେ ପୂର୍ବାଞ୍ଚଳ ରାଜ୍ୟଗୁଡିକର ବୈଠକ ରହିଛି। ସେହିକ୍ରମରେ ଓଡ଼ିଶା ଏହି ବୈଠକରେ ଯୋଗଦେବ। ଏଥିରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ମିଳିଛି। ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳ କେତେ ପ୍ରସ୍ତୁତ ଏବଂ କିପରି ସଙ୍ଗଠନକୁ ସଜଡ଼ାଯିବ ସେନେଇ ଆଲୋଚନା ହେବ। ଓଡ଼ିଶାର ଯେଉଁଦିନ ବୈଠକ ବସିବ ସେଦିନ ଅନ୍ୟ ୧୧ଟି ରାଜ୍ୟ ସହ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ମୁଖ୍ୟତଃ ଓଡ଼ିଶା କିପରି ସରକାର କରିବ ସେନେଇ ଆଲୋଚନା ହେବ ବୋଲି ଭାଜପା ରାଜ୍ୟ ସଭାପତି ମତ ରଖିଥିବା ବେଳେ ଗୁଆହାଟୀ ବୈଠକର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ବିଜେଡି ଏବଂ କଂଗ୍ରେସ ମତ ରଖିଛନ୍ତି।
ମନମୋହନ କହିଛନ୍ତି, ଓଡ଼ିଶାର ଏକ ବହୁମତ ସରକାର ହେବ। କେନ୍ଦ୍ରରେ ମଧ୍ୟ ଏଥର ୩ୟ ଥର ପାଇଁ ଭାଜପା ସରକାର କରିବ। ଅନ୍ୟପକ୍ଷରେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ୨୦୧୯ରେ ଭାଜପା ଯେଉଁ ମିଶନ ୧୨୦ ପ୍ଲସ୍‌ କଥା କହୁଥିଲା ତା’ର ଫଳାଫଳ କ’ଣ ହେଲା ସେକଥା ସମସ୍ତେ ଦେଖିଲେ। ସେମାନେ ସବୁବେଳେ ବାହୁସ୍ଫୋଟ ମାରନ୍ତି ଏବଂ ଓଡ଼ିଶା ଲୋକ ସେମାନଙ୍କୁ ଠିକଣା ସମୟରେ ଜବାବ ଦିଅନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି-ଭାଜପା ଭିତରେ ୨୪ ବର୍ଷ ହେଲା ସାଲିସ୍‌ ରାଜନୀତି ଚାଲିଛି। ଏବେ ତୃଣମୂଳସ୍ତରରେ ଲଢ଼େଇ କରିବାକୁ ବସିଛନ୍ତି। ଏହାର କାରଣ ହେଉଛି ବିଜେଡିକୁ ଯେଉଁ ପୋଷ୍ଟ ନ ଯିବ, ସେଇଟା ଭାଜପାକୁ କିପରି ଯିବ ସେନେଇ ଯୋଜନା କରୁଛନ୍ତି। ସେମାନଙ୍କ ଲଢ଼େଇର ଏହା ହେଉଛି ସବୁଠାରୁ ବଡ଼ କଥା ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri