ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ୱ ଦିଅନ୍ତି। ଏଣୁ ଚଳିତଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ। ଏଥିପାଇଁ bjdmanifesto୨୦୨୪@gmail.comରେ ମତାମତ ଦେବାକୁ ଲୋକଙ୍କୁ ପାଣ୍ଡିଆନ ଅପିଲ କରିଛନ୍ତି ।

ଏହାଛଡ଼ା ଏହା ଲୋକଙ୍କ ସରକାର, ମତାମତକୁ ଗୁରୁତର ସହ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ । ଏପରିକି ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି କହିଛନ୍ତି ପାଣ୍ଡିଆନ ।