Categories: ଖେଳ

ଅରୁଣାଚଳକୁ ୨୭-୦ରେ ହରାଇଲା ଓଡ଼ିଶା

ଚେନ୍ନାଇ, ୨୦।୧୧: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୨୭-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଓଡ଼ିଶା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦଳ ପକ୍ଷରୁ ମାଟିୟାସ ଡାଙ୍ଗ ହ୍ୟାଟ୍ରିକ ସହ ୪, ୩୪, ୪୭, ୫୪ ଓ ୬୦ତମ ମିନିଟରେ ୫ଟି, ନିଲମ ସଞ୍ଜୀପ ୨, ୩, ୧୫ ଓ ୩୨ତମ ମିନିଟରେ ୪ଟି, ଶିଳାନନ୍ଦ ଲାକ୍ରା ୧୮, ୨୨, ୩୫ ଓ ୪୪ତମ ମିନିଟରେ ୪ଟି, ଆଶିଷ କୁମାର ଟପ୍ନୋ ୧୧, ୨୫, ୪୯ତମ ମିନିଟରେ ୩ଟି, ପ୍ରସାଦ କୁଜୁର ୧୩, ୧୪ ଓ ୩୯ତମ ମିନିଟରେ ୩ଟି, ଅଧିନାୟକ ଅମିତ ରୋହିଦାସ ୨୦, ୩୭ ଓ ୫୩ତମ ମିନିଟରେ ୩ଟି, ରାଜିନ କଣ୍ଡୁଲନା ୩୭ ଓ ୫୧ତମ ମିନିଟରେ ୨ଟି ଏବଂ ରୋଶନ ମିଞ୍ଜ ୨୫, କେରୋବିନ ଲାକ୍ରା ୨୮ ଓ ପ୍ରଯୁକ୍ତ ନାଗ୍‌ ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ କର୍ନାଟକ ୫-୦ରେ ଦାଦ୍ରା ଓ ନଗର ହାଭେଳିକୁ, ହରିୟାଣା ୨୨-୧ରେ ଗୁଜରାଟ, ତାମିଲନାଡ଼ୁ ୧୩-୧ରେ ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀ ୬-୧ ଗୋଲରେ ତେଲଙ୍ଗାନାକୁ ପରାସ୍ତ କରିଛି।

 

Share