Categories: ବାଣିଜ୍ୟ

ଓଡ଼ିଶାଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ‘ଅରେଞ୍ଜକ୍ରସ’

ଭୁବନେଶ୍ୱର,୨୭।୯: ରାଜ୍ୟରେ ରୋଗୀ ସେବା ପାଇଁ ଘରୋଇ ଦକ୍ଷ ନର୍ସ ଓ ଅନ୍ୟାନ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଅରେଞ୍ଜକ୍ରସର ଶୁଭାରମ୍ଭ କରାଯାଇଥିଲା। ଏପରିକି ଏକ ଓଡ଼ିଶା ଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ଭାବେ ଅରେଞ୍ଚକ୍ରସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ ସେବା ସମାପ୍ତ ପାଳନ କରିଛି। ଗତ ୪ବର୍ଷ ମଧ୍ୟରେ କମ୍ପାନୀ ଓଡିଶାରେ ଅନେକ ଲୋକଙ୍କ ନିକଟରେ ପହଞ୍ଚତ୍ପାରିଛି। କମ୍ପାନୀ ବର୍ତ୍ତମାନ ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ସହରରେ କାର୍ଯ୍ୟ କରୁଛି ଏବଂ ବେଙ୍ଗାଲୁରୁ ସହରରେ ଖୁବଶୀଘ୍ର ଏହାର ଶାଖା ଆରମ୍ଭ ହେବ। ସର୍ବୋଚ୍ଚ ଗୁଣର ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧୀନରେ ଏକ ତାଲିମ କାର୍ଯ୍ୟକ୍ରମ ଚଳାଇଛି। ଉକ୍ତ ପ୍ରୋଗ୍ରାମରେ ସାର୍ଟିଫିକେଟ ଲାଭ କରିଥିବା ଏଏନଏମ ନର୍ସମାନେ ସ୍ବାଧୀନ ଭାବେ ଘରେ ଘରେ ରୋଗୀ ସେବା ଏବଂ ଜୀବନ ସହାୟତା ଉପକରଣ ପରିଚାଳନା କରିବାରେ ଦକ୍ଷ ଅଟନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସମାନଙ୍କୁ ସ୍ବତନ୍ତ୍ର ଘରୋଇ ନର୍ସିଂ ତାଲିମ ଦିଆଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୀର୍ଘକାଳୀନ ବୃତ୍ତି ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି। ଏହିପରି ଭାବେ ଅରେଞ୍ଜକ୍ରସ ନିଯୁକ୍ତି ଏବଂ ଲିଙ୍ଗଗତ ସମାନତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ। ୨୦୧୮ ଜୁନରେ ଅରେଞ୍ଜକ୍ରସକୁ ଓଡିଶା ସରକାର ଏକ ଷ୍ଟାର୍ଟଅପ ଉଦ୍ୟୋଗ ଭାବେ ମାନ୍ୟତା ଦେଇଥିଲେ। ଏହା ହୋମ ନର୍ସିଂ ପାଇଁ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଲାଇସେନ୍ସ ମଧ୍ୟ ପାଇଛି। ଏ ସମ୍ପର୍କରେ କମ୍ପାନୀର ସିଇଓ ଅଜୟ ଭଞ୍ଜ କହିଛନ୍ତି, ଘରୋଇ ସ୍ବାସ୍ଥ୍ୟସେବୀଙ୍କ କ୍ୟାରିୟରରେ ଏହା ଏକ ସମ୍ମାନସ୍ପଦ ମୂଲ୍ୟ ସ୍ଥାପନ କରିବାରେ ସଫଳ ହୋଇଛି। ଏହାବ୍ୟତୀତ ଘରୋଇ ସ୍ବାସ୍ଥ୍ୟସେବାକୁ ମୁଖ୍ୟ ସେବା ଭାବେ ଇକୋସିଷ୍ଟମର ଏକ ଅଭିନ୍ନ ଅଙ୍ଗ ଭାବରେ ସ୍ଥାପନ କରିବାକୁ ଅରେଞ୍ଜକ୍ରସ ପ୍ରତିବଦ୍ଧ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Share