ଓଡ଼ିଶାଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ‘ଅରେଞ୍ଜକ୍ରସ’

ଭୁବନେଶ୍ୱର,୨୭।୯: ରାଜ୍ୟରେ ରୋଗୀ ସେବା ପାଇଁ ଘରୋଇ ଦକ୍ଷ ନର୍ସ ଓ ଅନ୍ୟାନ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଅରେଞ୍ଜକ୍ରସର ଶୁଭାରମ୍ଭ କରାଯାଇଥିଲା। ଏପରିକି ଏକ ଓଡ଼ିଶା ଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପ ଭାବେ ଅରେଞ୍ଚକ୍ରସ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ ସେବା ସମାପ୍ତ ପାଳନ କରିଛି। ଗତ ୪ବର୍ଷ ମଧ୍ୟରେ କମ୍ପାନୀ ଓଡିଶାରେ ଅନେକ ଲୋକଙ୍କ ନିକଟରେ ପହଞ୍ଚତ୍ପାରିଛି। କମ୍ପାନୀ ବର୍ତ୍ତମାନ ଭୁବନେଶ୍ୱର, କଟକ, ବିଶାଖାପାଟଣା ଭଳି ସହରରେ କାର୍ଯ୍ୟ କରୁଛି ଏବଂ ବେଙ୍ଗାଲୁରୁ ସହରରେ ଖୁବଶୀଘ୍ର ଏହାର ଶାଖା ଆରମ୍ଭ ହେବ। ସର୍ବୋଚ୍ଚ ଗୁଣର ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧୀନରେ ଏକ ତାଲିମ କାର୍ଯ୍ୟକ୍ରମ ଚଳାଇଛି। ଉକ୍ତ ପ୍ରୋଗ୍ରାମରେ ସାର୍ଟିଫିକେଟ ଲାଭ କରିଥିବା ଏଏନଏମ ନର୍ସମାନେ ସ୍ବାଧୀନ ଭାବେ ଘରେ ଘରେ ରୋଗୀ ସେବା ଏବଂ ଜୀବନ ସହାୟତା ଉପକରଣ ପରିଚାଳନା କରିବାରେ ଦକ୍ଷ ଅଟନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସମାନଙ୍କୁ ସ୍ବତନ୍ତ୍ର ଘରୋଇ ନର୍ସିଂ ତାଲିମ ଦିଆଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୀର୍ଘକାଳୀନ ବୃତ୍ତି ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି। ଏହିପରି ଭାବେ ଅରେଞ୍ଜକ୍ରସ ନିଯୁକ୍ତି ଏବଂ ଲିଙ୍ଗଗତ ସମାନତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ। ୨୦୧୮ ଜୁନରେ ଅରେଞ୍ଜକ୍ରସକୁ ଓଡିଶା ସରକାର ଏକ ଷ୍ଟାର୍ଟଅପ ଉଦ୍ୟୋଗ ଭାବେ ମାନ୍ୟତା ଦେଇଥିଲେ। ଏହା ହୋମ ନର୍ସିଂ ପାଇଁ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଲାଇସେନ୍ସ ମଧ୍ୟ ପାଇଛି। ଏ ସମ୍ପର୍କରେ କମ୍ପାନୀର ସିଇଓ ଅଜୟ ଭଞ୍ଜ କହିଛନ୍ତି, ଘରୋଇ ସ୍ବାସ୍ଥ୍ୟସେବୀଙ୍କ କ୍ୟାରିୟରରେ ଏହା ଏକ ସମ୍ମାନସ୍ପଦ ମୂଲ୍ୟ ସ୍ଥାପନ କରିବାରେ ସଫଳ ହୋଇଛି। ଏହାବ୍ୟତୀତ ଘରୋଇ ସ୍ବାସ୍ଥ୍ୟସେବାକୁ ମୁଖ୍ୟ ସେବା ଭାବେ ଇକୋସିଷ୍ଟମର ଏକ ଅଭିନ୍ନ ଅଙ୍ଗ ଭାବରେ ସ୍ଥାପନ କରିବାକୁ ଅରେଞ୍ଜକ୍ରସ ପ୍ରତିବଦ୍ଧ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri