ଟାଟା ମୋଟର୍ସର ଏସ୍‌ସିଭି ବର୍ଗରେ ୩ ମଡେଲ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୭।୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାଣକାରୀ କମ୍ପାନୀ ‘ଟାଟା ମୋଟର୍ସ’ପକ୍ଷରୁ ସୋମବାର ଛୋଟ ବାଣିଜି୍ୟକ ଯାନ ବା ସ୍ମଲ କର୍ମସିଆଲ ଭେହିକିଲ (ଏସସିଭି) ବର୍ଗରେ ୩ଟି ନୂଆ ମେଡଲର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଟାଟା ଏସସିଭିର ଯୋଦ୍ଧା ୨.୦, ଇନଟ୍ରା ଭି୨୦ ବାୟ ଫୁଏଲ ଏବଂ ଇନଟ୍ରା ଭି ୫୦ର ବଜାର ପ୍ରବେଶ ସହ ଭାରତର ଦ୍ରୁତଗତିରେ ବଢୁଥିବା ପିକଅପ ବ୍ୟବହାରର ନୂତନ ମାନକ ସ୍ଥାପନ କରିଛି। ସେହିଭଳି ସୋମବାର ସର୍ବଭାରତୀୟ ସ୍ତରରେ ୭୫୦ରୁ ଅଧିକ ଏହି ନୂଆ ପିକଅପ ଯାନ ଗ୍ରାହକମାନଙ୍କୁ ବିତରଣ କରି ଟାଟା ମୋଟର୍ସ ଭାରତର ସର୍ବୋତ୍ତମ ପିକଅପର ଶୁଭାରମ୍ଭକୁ ସ୍ମରଣ କରିଥିଲା। ବିଶେଷକରି ବୋଲ୍ଡ ନୂତନ ଡିଜାଇନ ସହ ଏହି ତଗଡା ଏବଂ ଶକ୍ତ ପିକଅପ ଗୁଡିକ ଆସିଥାଏ ଏବଂ ଉଚ୍ଚତମ ଭାର ଧାରଣ କ୍ଷମତା, ସର୍ବବୃହତ ଡେକ ଦୈଘର୍‌ୟ, ଦୀର୍ଘତମ ପରିସର ଯାଚିଥାଏ ଏବଂ ଏକ ନିରାପଦ ଏବଂ ଆରାମଦାୟକ ଡ୍ରାଇଭ ପାଇଁ ଅତ୍ୟାବଶ୍ୟକ ଅନେକ ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରୟୋଗର ଏକ ବ୍ୟାପକ ବିବିଧତାକୁ ପୂରା କରିବା ପାଇଁ ଡିଜାଇନ ଏବଂ ଇଞ୍ଜିନିୟରିଙ୍ଗ କରାଯାଇଥିବା ନୂତନ ଯୋଦ୍ଧା ୨.୦, ଇନଟ୍ରା ଭି ୨୦ ବାୟ ଫୁଏଲ ଏବଂ ଇନଟ୍ରା ଭି ୫୦ ଦ୍ରୁତ ଅଭିବୃଦ୍ଧିଶୀଳ କୃଷି, ପୋଲଟ୍ରି ଏବଂ ଡେଇରୀ କ୍ଷେତ୍ର ସହ ଏଫଏମସିଜି, ଇ-ବାଣିଜ୍ୟ ଏବଂ ଲଜିଷ୍ଟିକ କ୍ଷେତ୍ରଗୁଡିକର ବଢୁଥିବା ବିତରଣ ଆବଶ୍ୟକତାର ସେବା ଏବଂ ବିବିଧ ଗତିଶୀଳତା ଆବଶ୍ୟକତା ପାଇଁ ଆଦର୍ଶ ଅଟେ। ଆମର ଗ୍ରାହକମାନଙ୍କୁ ସର୍ବାଧିକ ଲାଭ ପାଇବା ପାଇଁ ସକ୍ଷମ କରିବାକୁ ଏହି ପିକଅପ ମଧ୍ୟରୁ ପ୍ରତ୍ୟେକ ନିଜ ବର୍ଗରେ ସର୍ବନିମ୍ନ ମୋଟ ମାଲିକାନା ମୂଲ୍ୟ ଯାଚିଥାନ୍ତି।
ଏ ସମ୍ପର୍କରେ ଟାଟା ମୋଟର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରିଶ ୱାଘ କହିଛନ୍ତି, ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଜୀବିକା ଯୋଗାଇବା ଏବଂ ସେମାନଙ୍କୁ ସଫଳତା କରାଇବା ପାଇଁ ଆମର ଛୋଟ ବାଣିଜି୍ୟକ ଯାନ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ଫଳରେ ବ୍ୟବସାୟ ଅଭିବୃଦ୍ଧି ଏବଂ ଏକ ଉନ୍ନତ ଜୀବନ ପାଇଁ ସେମାନଙ୍କର ଅଭିଳାଷ ଅଧିକ ସାଧିତ ହୋଇଥିବା ଯୋଗୁଁ ସେମାନେ ଆମର ନୂତନ ପିକଅପରେ ଏକ ଆଦର୍ଶ ମେଳ ଆବିଷ୍କାର କରିବେ କାରଣ ସେମାନଙ୍କର ବିକାଶଶୀଳ ଆକାଂକ୍ଷାକୁ ସମାଧାନ କରିବା ପାଇଁ ଏହି ଯାନ ଗୁଡିକ ସ୍ବତନ୍ତ୍ର ଭାବେ ବିକଶିତ ହୋଇଛି। ବିଶେଷ କରି ଦେଶର ସମସ୍ତ ସହରାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଏବଂ ଗ୍ରମାଞ୍ଚଳରେ ବିଭିନ୍ନ ପ୍ରକାରର ବ୍ୟବହାରକୁ ଦକ୍ଷତାର ସହ ସେବା କରିବା ପାଇଁ ଏହି ପିକଅପଗୁଡିକର ପ୍ରତ୍ୟେକ ତତ୍ୱ ଅତି ସାବଧାନର ସହ ଇଞ୍ଜିନିୟରିଙ୍ଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri