୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ ପଦ୍ମପୁର ସମେତ ବିଭିନ୍ନ ଅଞ୍ଚଳରେ ପରିଲକ୍ଷିତ ହୋଇଛି। ବନ୍ଦ ଯୋଗୁ ବସ, ଅଟୋ ଚଳାଚଳ ସହ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ପଦ୍ମପୁର ଭେଉଁରିଆ ଛକରେ କଂଗ୍ରେସ ଟାଉନ ସଭାପତି ସନ୍ତୋଷ ଶତପଥୀଙ୍କ ନେତୃତ୍ୱରେ ପ୍ରଦୀପ ସାହୁ, ଦିଲୀପ ଦାନୀ, ସଞ୍ଜୀବ ବହିଦାରଙ୍କ ସମେତ ଦଳୀୟ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି ।
ବନ୍ଦ ଯୋଗୁ ଘରୋଇ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। MMDR ବିଲ ପ୍ରତ୍ୟାହାର, CECଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସଂଶୋଧନ ସମେତ ବିଭିନ୍ନ ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

Dharitri – Odisha’s No.1, Most Trusted Odia Daily

Share