କାଲି ବିଜେଡି ଛାଡ଼ିଥିଲେ, ଆଜି ଭାଜପାରେ ମିଶିଲେ

ଭୁବନେଶ୍ୱର,୫।୪: ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ରମେଶ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଥିବା କହିଥିଲେ । ଏବେ ତାଙ୍କ ଭାଜପାରେ ଯୋଗଦାନକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି।

୨୦୧୯ ନିର୍ବାଚନରେ ରମେଶ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ । ମାତ୍ର ଏବେ ସେ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ।

କହିରଖୁଛୁ, ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।