ଦିନକ ଆଗରୁ ସରିଲା ବିଧାନସଭା

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଗୃହର ଆଉ କୌଣସି ବିଜ୍‌ନେସ୍‌ ନ ଥିବା ଯୋଗୁ ଏହାକୁ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏକ ମୋଶନ ଆଣିଥିଲେ। ପାର୍ବଣ ପାଇଁ ଗୃହକୁ ଦିନକ ପୂର୍ବରୁ ବନ୍ଦ କରାଇବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୋଶନ ପାସ୍‌ କରାଇବାରେ ଅଧିକ ସଦସ୍ୟଙ୍କ ସମର୍ଥନ ରହିବା ଯୋଗୁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।

ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଥିଲା। ୫ ଦିନ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିପାରି ନ ଥିଲା। ପ୍ରଥମ ୩ ଦିନ ଯାଏ ଗୃହ ଚଲାଇବା ସମ୍ଭବପର ହୋଇପାରି ନ ଥିଲା। ୪ର୍ଥ ଦିନର ପୂର୍ବାହ୍ନରେ ଗୃହ ସ୍ବାଭାବିକ ହୋଇପାରି ନ ଥିବା ବେଳେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ପରେ ଦୁଇଟି ବିଲ୍‌ ଏବଂ ଗୋଟିଏ ସଂକଳ୍ପ ଆଗତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ଆଗତ କରାଯାଇଥିଲା। ଏହାସହ ଜିଏସ୍‌ଟିରେ ସଂସ୍କାର ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ଆଗତ କରାଯାଇଥିଲା। ୫ମ ଦିନ ପୂର୍ବାହ୍ନରେ ବିରୋଧୀ ଗୃହ କାର୍ଯ୍ୟ ଚଳାଇଦେଇ ନ ଥିଲେ। ଅପରାହ୍ନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ୨୦୨୫ ପାରିତ ହୋଇଥିଲା। ଏହାସହ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସମ୍ପର୍କିତ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହି ସମୟରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ନ ଥିବା ସତ୍ତ୍ୱେ ସରକାରୀ ଦଳ ପକ୍ଷରୁ ଏହାକୁ ପାରିତ କରାଯାଇଥିଲା। ସେହିପରି ଷଷ୍ଠ ଦିନ କିନ୍ତୁ କିଛି ସମୟ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ଗୃହ ଅଚଳ ହୋଇଥିବାବେଳେ ବାକି ସମ୍ପୂର୍ଣ୍ଣ ସମୟ ଗୃହ କାର୍ଯ୍ୟ ବିନା ବିରୋଧ ଭିତରେ ଚାଲିଥିଲା। ପୂର୍ବାହ୍ନରେ ପ୍ରଶ୍ନକାଳ, ଶୂନ୍ୟକାଳ ଆଦି ସବୁ ଠିକ୍‌ଠାକ୍‌ ଚାଲିଥିଲା। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ଉପରେ ଗୃହରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ଏହି ବିଲ୍‌ ଗୃହରେ ପାରିତ ହେବାସହ ରାତି ୯.୧୯ ମିନିଟ୍‌ରେ ଗୃହ କାର୍ଯ୍ୟ ଅନିର୍ଦ୍ଦିିଷ୍ଟ କାଳ ଯାଏ ମୁଲତବି ଘୋଷଣା ହୋଇଥିଲା। ଏହି ୭ ଦିନିଆ କାର୍ଯ୍ୟଦିବସ ଭିତରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri