୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୦ମ ଏକକ ବିଣ୍ଡୋ କମିଟି (ଏସଡବ୍ଲୁସି) ବୈଠକରେ ରାଜ୍ୟ ସରକାର ମୋଟ ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତି-୨୦୨୨ ଅଧୀନରେ ଅନୁଷ୍ଠିତ ଏହି ବୈଠକରେ ୧୪୯.୯୭ ମେଗାୱାଟର ମିଳିତ କ୍ଷମତା ବିଶିଷ୍ଟ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାଥମିକ ଅନୁମୋଦନ ପ୍ରଦାନ କରାଯାଇଛି।

ଅନୁମୋଦିତ ପୋର୍ଟଫୋଲିଓରେ ନିମ୍ନଲିଖିତ ପ୍ରକଳ୍ପ ଅନ୍ତର୍ଭୁକ୍ତ:
ଦୁଇଟି ପବନ ଶକ୍ତି ପ୍ରକଳ୍ପ: ମୋଟ ୯୫.୭ ମେଗାୱାଟ
ଚାରୋଟି ଭୂମିଭିତ୍ତିକ ସୌର ପ୍ରକଳ୍ପ: ମୋଟ ୫୩.୯୭ ମେଗାୱାଟ
ଏକ ବ୍ୟାଟେରୀ ସଞ୍ଚୟ ପ୍ରକଳ୍ପ: ୦.୬ ମେଗାୱାଟ ଘଣ୍ଟା କ୍ଷମତା

ବିଶାଳ ଦେବ ନବୀକରଣଯୋଗ୍ୟ ଶକ୍ତିର ଚିରସ୍ଥାୟୀ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଛନ୍ତି। ସେ ସରକାରଙ୍କ ବିନିଯୋଗ ଆକର୍ଷଣ ଏବଂ ପ୍ରକଳ୍ପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟକାରୀତା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ବୈଠକ ଅବସରରେ ୯ମ ଏସଡବ୍ଲୁସି ବୈଠକରେ ଅନୁମୋଦିତ ଅନେକ ପ୍ରକଳ୍ପର ପ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ…

ନିଶାସେବନରେ ଝଡି ଯାଉଛି ଅମୂଲ୍ୟ ଜୀବନ, ମୁକ୍ତି ପାଇଁ ପଞ୍ଚାୟତ ପକ୍ଷରୁ…

ମହାକାଳପଡ଼ା,୧୦ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନିଶାପାନ କରି ଯୁବ ସମାଜ ପଥଭ୍ରଷ୍ଟ। ଏହାକୁ ଦୃଢ଼ ଭାବେ ବିରୋଧ ସହ ସମାଜ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ମଙ୍ଗଳବାର…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

୧୨ରେ ଇଡି ଅଫିସରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଝିଅ, ଜାଣନ୍ତୁ କାହିଁକି…

କୋଚି,୧୦ା୬: ଏକ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ଟି ଏବଂ କୋଚି ମିନେରାଲ୍‌ସ ଆଣ୍ଡ ରୁଟିଲ୍‌…

୭୫୫ଟି ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦବୀ ପାଇଁ କେତେ…

ଭୁବନେଶ୍ୱର, ୧୦।୬: ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଦିଗରେ ଓଡ଼ିଶା ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

‘ସାର୍ବଜନୀନ ସେବା ହେଉଛି ସୁଶାସନର ମାପକାଠି’- ଦୀର୍ଘତମ କାର୍ଯ୍ୟକାଳ ପାଇଁ ରେକର୍ଡ ସ୍ଥାପନ କରିବା ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୦।୬: ବୁଧବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri