ଭାରତରେ ଜଙ୍ଗଲ ୨୫.୧୭%କୁ ବୃଦ୍ଧି, ପ୍ରଥମ ତିନି ରାଜ୍ୟରେ ଓଡ଼ିଶା

ନୂଆଦିଲ୍ଲୀ,୨୧ା୧୨: ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ ପରେ ଜଙ୍ଗଲ ଜମି ପରିମାଣ ୧,୪୪୫ ବର୍ଗ କିଲୋମିଟର ବଢ଼ିଥିବା ସରକାରଙ୍କ ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ଭାରତର ଜଙ୍ଗଲ ସ୍ଥିତି ରିପୋର୍ଟ (ଆଇଏସ୍‌ଏଫ୍‌ଅର୍‌), ୨୦୨୩ ଶନିବାର ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୨୩ରେ ଦେଶର ମୋଟ ଜଙ୍ଗଲ ପରିମାଣ ୭,୧୫,୩୪୩ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି, ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୨୧.୭୬ ପ୍ରତିଶତ। ବୃକ୍ଷଲତା ପରିପୂର୍ଣ୍ଣ ଅଞ୍ଚଳ ୧,୨୮୯ ବର୍ଗ କିଲୋମିଟର ବୃଦ୍ଧି ପାଇଛି, ଯାହା ମୋଟ ଭୌଗୋଳିକ ଅଞ୍ଚଳର ୩.୪୧ ପ୍ରତିଶତ। ଅର୍ଥାତ୍‌ ମୋଟ ଜଙ୍ଗଲ ଏବଂ ଗଛଲତା ପରିପୂର୍ଣ୍ଣ ଅଞ୍ଚଳ ମିଶି ୮,୨୭,୩୫୭ ବର୍ଗ କିଲୋମିଟର ହୋଇଛି, ଯାହାକି ଭାରତର ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତ।

ଭାରତର ଜଙ୍ଗଲ ସର୍ଭେ (ଏଫ୍‌ଏସ୍‌ଆଇ) ଅନୁଯାୟୀ, ୧୦ ପ୍ରତିଶତରୁ ଅଧିକ ବୃକ୍ଷ ଆଚ୍ଛାଦିତ ଜମି ଏକ ହେକ୍ଟର କିମ୍ବା ଅଧିକ ଥିଲେ, ଏହାକୁ ଜଙ୍ଗଲ ଜମି ଭାବେ ଗ୍ରହଣ କରାଯାଇଥାଏ। ଏଥିରେ ପ୍ରାକୃତିକ ଜଙ୍ଗଲ ଏବଂ ମନୁଷ୍ୟକୃତ ବନୀକରଣ, ସହର ଓ ଗ୍ରାମାଞ୍ଚଳର ଫଳୋଦ୍ୟାନ ଇତ୍ୟାଦି ରହିଛି। ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଆଚ୍ଛାଦିତ ଅଞ୍ଚଳରେ ମଧ୍ୟପ୍ରଦେଶ କ୍ରମାଗତ ଭାବେ ଶୀର୍ଷରେ ରହିଆସିଥିବାବେଳେ ଏହା ପଛକୁ ଅରୁଣାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ରହିଛି। ଛତିଶଗଡ଼, ଉତ୍ତରପ୍ରଦେଶ, ଓଡ଼ିଶା ଏବଂ ରାଜସ୍ଥାନରେ ଜଙ୍ଗଲ ଓ ବୃକ୍ଷଲତା ଆବୃତ୍ତ ଅଞ୍ଚଳ ପରିମାଣ ସର୍ବାଧିକ ବୃଦ୍ଧି ପାଇଛି। ସେହିପରି ମିଜୋରାମ, ଗୁଜରାଟ ଏବଂ ଓଡ଼ିଶାରେ ନିର୍ଦ୍ଦିଷ୍ଟ ଭାବେ ଜଙ୍ଗଲ ଅଞ୍ଚଳ ବଢ଼ିଥିବା ସର୍ଭେରୁ ଜଣାପଡ଼ିଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ମିଜୋରାମରେ ଜଙ୍ଗଲ ଅଞ୍ଚଳ ୨୪୨ ବର୍ଗକିଲୋମିଟର ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri