Posted inଜାତୀୟ

ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ର ସହ ଦୀର୍ଘବର୍ଷ ଧରି ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ନିମନ୍ତେ କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ରାୟ ଦେବା ଲାଗି ଓଡ଼ିଶା ସରକାର ସାନି ଆବେଦନ କରିଛନ୍ତି। କୋଟିଆରେ ରହିଥିବା ସମସ୍ତ ଗ୍ରାମ ଓଡ଼ିଶା ସୀମା ଭିତରେ ବୋଲି ଅଦାଲତ ଘୋଷଣା କରନ୍ତୁ। ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯେପରି ଉକ୍ତ ଅଞ୍ଚଳରେ ବିନା ବାଧାରେ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ, ସେଥିପାଇଁ ଅଦାଲତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଓଡ଼ିଶା ଅନୁରୋଧ କରିଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଅଧିକାରୀମାନଙ୍କୁ ପ୍ରବେଶ ଅନୁମତି ନ ଦେବା ଲାଗି ଓଡ଼ିଶା ସରକାର ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର ଏହି ପଦକ୍ଷେପକୁ କୋଟିଆ ସଂଗଠନ ଏବଂ କୋରାପୁଟ ବିକାଶ ପରିଷଦ ସମର୍ଥନ ଜଣାଇଛି। ସୂଚନାଯୋଗ୍ୟ, ଉଭୟ ରାଜ୍ୟ ସରକାର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କୋଟିଆ ସୀମା ବିବାଦର ସମାଧାନ ସୂତ୍ର ବାହାର କରିବା ଲାଗି ଗତବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

ଇରାନର ପରମାଣୁ ଶକ୍ତି ଶେଷ…ମୃତ୍ୟୁର କଳ୍ପନାଜଳ୍ପନା ମଧ୍ୟରେ ନେତାନ୍ୟାହୁ କହିଲେ ‘ମୁଁ ଏବେ ବି ଜୀବିତ ଅଛି’

ନୂଆଦିଲ୍ଲୀ,୨୦।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଆଧାର ଅପ୍‌ଡେଟ୍‌ ସମୟସୀମା ଧାର୍ଯ୍ୟ କର, UIDAIକୁ ସିଇସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଧାର ସଂକ୍ରାନ୍ତ ବିବରଣୀ ଅପ୍‌ଡେଟ୍‌ (ଅଧୁନାତନ)ରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଇସି) ଏ ନେଇ ସମୟସୀମା ଧାର୍ଯ୍ୟ କରିବାକୁ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri