ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର କଲେ ଏମିତି କାମ: ସାଧୁବାଦ ଜଣାଇଲେ ଯାତ୍ରୀ

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ ):ଆଜି ହନୁମାନ ଜୟନ୍ତୀ ଏବଂ ବିଷୁବ ସଂକ୍ରାନ୍ତି ଏଥିପାଇଁ ଚଳ ଚଞ୍ଚଳ ହୋଇପଡିଛି ଦାରିଙ୍ଗବାଡି। ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଏହି ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଉଥିବାରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ଏକାଠି ହୋଇ ସୁସ୍ବାଦ ପଣା ସମେତ ଦହି ପଣା କରି ଯାତ୍ରୀଙ୍କୁ ବଣ୍ଟନ କରିଛନ୍ତି। ଏଥିରେ ଚଳିତ ବର୍ଷ ଦାରିଙ୍ଗବାଡିର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଲୋକଙ୍କୁ ପଣା ବଣ୍ଟନ କରିଥିଲେ। ଦଶମ ଶ୍ରେୀ ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ଆଦ୍ୟାଶ୍ରୀ ସାହୁ, ଆୟୁଷ କୁମାର ସାହୁ, ଆୟୁଷ ବେହେରା, ବିବେକ ସାହୁ, ଆରୁଷି ସାହୁ ଚିତ୍ତରଞ୍ଜନ ସାହୁ, ରୋଶନ ସାହୁ ପ୍ରମୁଖ ଏହି ବଣ୍ଟନର ଆୟୋଜନ କରିଥିଲେ। ଏଥିରେ ସାହି ବାସିନ୍ଦା, ଅଭିଭାବକମାନେ ସହଯୋଗ କରିଥିଲେ। ଯାତ୍ରୀମାନେ ପ୍ରଚଣ୍ଡ ଖରାରେ ଯାତାୟାତବେଳେ ପଣା ପାଇ ଛାତ୍ରୀଛାତ୍ରଙ୍କୁ ସାଧୁବାଦ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share