Posted inଖେଳ

ପ୍ରଥମ ଦିନରେ ଓଡ଼ିଶା ୯୬/୨

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ):କୋଲକାତାର ଇଡେନ ଗାର୍ଡେନରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ୨ ଉଇକେଟ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ଓଡ଼ିଶା ଏହି ମ୍ୟାଚରେ କାର୍ତ୍ତିକ ବିଶ୍ୱାଳ, ଅଭିଷେକ ରାଉତ ଓ ଜୟନ୍ତ ବେହେରାଙ୍କୁ ବାଦ୍‌ ଦେଇ ସନ୍ଦୀପ ପଟ୍ଟନାୟକ, ରାକେଶ ପଟ୍ଟନାୟକ ଓ ବସନ୍ତ ମହାନ୍ତିଙ୍କୁ ଖେଳାଇଥିଲା। ଟସ୍‌ ଜିତି ବେଙ୍ଗଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନୁରାଗ ଷଡଙ୍ଗୀ(୧୫) ଓ ଶାନ୍ତନୁ ମିଶ୍ର (୪୧*) ପ୍ରଥମ ଉଇକେଟରେ ୨୬ ରନ୍‌ ଯୋଡିଥିଲେ। ଆକାଶଦୀପ୍‌ଙ୍କ ବଲରେ ଅନୁରାଗ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ସନ୍ଦୀପ ପଟ୍ଟନାୟକ (୩୦) କ୍ରିଜ୍‌ରେ ଯୋଗ ଦେବା ସହିତ ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡିଥିଲେ। ୪୬ ବଲ୍‌ ଖେଳି ୬ ଚୌକା ମାରି ସେ ଇଶାନ ପୋରେଲଙ୍କ ଶିକାର ହୋଇଥିଲେ। ଶାନ୍ତନୁ ଷ୍ଟମ୍ପ ଅପସାରଣ ବେଳକୁ ୧୦୬ ବଲ୍‌ ଖେଳି ୬ ଚୌକା ମାରି ବ୍ୟାଟିଂ କରୁଥିବା ବେଳେ ୯ ରନ୍‌ କରି ଅଧିନାୟକ ଶୁଭ୍ରାଂଶୁ ସେନାପତି ବ୍ୟାଟିଂ କରୁଛନ୍ତି। ବେଙ୍ଗଲ ପକ୍ଷରୁ ଆକାଶ ଦୀପ୍‌ ଓ ଇଶାନ ପୋରେଲ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଗ୍ରୁପ୍‌ ଡି’ରେ ୩୨ ପଏଣ୍ଟ ସହିତ ବେଙ୍ଗଲ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶା ୮ ପଏଣ୍ଟ ସହିତ ୭ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri