Posted inଖେଳ

ଭାରତ ଜୁନିୟର ଦଳରେ ଓଡ଼ିଶାର ୪

ରାଉରକେଲା ଅଫିସ,୨୧ା୧୨: ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବାକୁ ଆଉ ଅଳ୍ପଦିନ ବାକି ରହିଛି। ଏଥିପାଇଁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପକୁ ଅଧିକ ରୋମାଞ୍ଚକ କରିବା ପାଇଁ ଜିଲାର ବିଭିନ୍ନ ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଏଲ୍‌ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଉଛି। ଆଉ କେତେକ ସ୍ଥାନରେ ହକି ଖେଳାଳିଙ୍କ ଷ୍ଟାଚ୍ୟୁ ନିର୍ମାଣ ଚାଲିଛି। ଷ୍ଟିଲ୍‌ସିଟି ରାଉରକେଲାରେ ପ୍ରଥମ ଥର ବିଶ୍ୱକପ୍‌ ହକି ମ୍ୟାଚର ଆୟୋଜନ ହେଉଥିବାବେଳେ ଏଠାରେ ସମୁଦାୟ ୨୦ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୨୦୨୩ ଜାନୁୟାରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ସହ ସ୍ପେନ ଦଳ ମଧ୍ୟରେ ଖେଳାଯିବ। ଏହି ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମ ପରିସରରେ ଦୁଇଟି ଅଫ୍‌୍‌ଲାଇନ ଟିକେଟ କାଉଣ୍ଟର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତିଦିନ ଏହି ଟିକେଟ କାଉଣ୍ଟରରେ ଭିଡ ଦେଖିବାକୁ ମିଳୁଛି। ଆସନ୍ତା ୨୪ ତାରିଖରେ ଜିଲା ତଥା ସହରବାସୀ ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୁନିୟର ଭାରତ ଦଳ ସହ ଦକ୍ଷିଣ କୋରିଆ ଦଳର ଅଭ୍ୟାସ ମ୍ୟାଚ ଖେଳ ଦେଖିବାକୁ ସୁଯୋଗ ପାଇପାରିବେ। ଆଉ ମାତ୍ର ୨ ଦିନ ପରେ ଜୁନିୟର ଭାରତ ଦଳ ଦକ୍ଷିଣ କୋରିଆ ଦଳ ସହ ଅଭ୍ୟାସ ମ୍ୟାଚ ଖେଳି ବିଜୟୀ ହୋଇ ବିଶ୍ୱକପକୁ ସ୍ବାଗତ କରିବ ବୋଲି ବିଭିନ୍ନ କ୍ରୀଡାପ୍ରେମୀ ଆଶା କରିଛନ୍ତି। ଏହି ଅଭ୍ୟାସ ମ୍ୟାଚରେ ଭାରତ ଜୁନିୟର ଦଳରେ ସୁନ୍ଦରଗଡ ଜିଲାର ସୁଦୀପ ଚିର୍ମାକୁ, ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ଶିଉଲ ଲୁଗୁନ ନିଜର ହକିଷ୍ଟିକ ଯାଦୁ ଦେଖାଇବେ । ହକି ତାରକା ଉତ୍ତମ ସିଂଙ୍କ ନେତୃତ୍ୱରେ ଭାରତ ଜୁନିୟର ହକି ଦଳ ଦକ୍ଷିଣ କୋରିଆ ସହ ଅଭ୍ୟାସ ମ୍ୟାଚ ଖେଳିବ। ଏହି ଅଭ୍ୟାସ ମ୍ୟାଚକୁ ବିଭିନ୍ନ କ୍ରୀଡାପ୍ରେମୀ ବିନା ଟିକେଟରେ ଦେଖିପାରିବେ। ଉଭୟ ଦଳର ସମସ୍ତ ଖେଳାଳିଙ୍କ ଦକ୍ଷତାପୂର୍ଣ୍ଣ ମ୍ୟାଚକୁ ଦେଖିବା ପାଇଁ ଷ୍ଟାଡିୟମରେ ଭିଡ ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଷ୍ଟାଡିୟମ ପରିସରରେ ସମସ୍ତ ଖେଳାଳିମାନଙ୍କ ପାଇଁ ୪ଟି ହୋଟେଲରେ ବ୍ୟବସ୍ଥା ସହ ଏ, ବି, ସି, ଡି ବ୍ଲକରେ ବିଭକ୍ତ କରାଯାଇଛି। ଏହି ହୋଟେଲରେ ଖେଳାଳିମାନଙ୍କ ପାଇଁ ଅତ୍ୟାଧୁନିକ ଜିମ୍‌ ଉପକରଣ ସାଙ୍ଗକୁ ଡ୍ରେସିଂରୁମ, ସୁଇମିଂପୁଲ ଭଳି ଅନ୍ୟାନ୍ୟ ଉନ୍ନତ ଧରଣର ବ୍ୟବସ୍ଥା ସହ ୨୧୬ଟି କକ୍ଷ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଖେଳାଳିମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ପାଇଁ ବମ୍ବେର ତାଜ୍‌ ହୋଟେଲରୁ ୧୫୦ ଜଣ ରୋଷେୟାଙ୍କୁ ଚୟନ କରାଯାଇଛି। ଆସନ୍ତା ଜାନୁୟାରୀ ୫ରେ ଖେଳାଳିମାନେ ରାଉରକେଲାରେ ପହଞ୍ଚିବେ। ସେମାନଙ୍କ ଲାଗି ପାନପୋଷ ଛାତ୍ର କ୍ରୀଡ଼ାବାସ, ବିର୍ସାମୁଣ୍ଡା ଷ୍ଟାଡିୟମରେ ଥିବା ଆଷ୍ଟ୍ରୋଟର୍ଫ ଫିଲ୍ଡ ସହ ଅନ୍ୟ କେତେକ ଆଷ୍ଟ୍ରୋ ପଡିଆରେ ଅଭ୍ୟାସ କରିବା ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri