Posted inଖେଳ

ଜାତୀୟ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ସତ୍ୟଜିତ୍‌

ଧାମନଗର,୮।୧(ଦେବେନ୍ଦ୍ର ଆନ୍ଦିଆ): ଜାତୀୟସ୍ତରରେ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ୍‌ରେ ଭାଗ ନେବା ପାଇଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ସତ୍ୟଜିତ ପାଗଳ(୧୬) ମନୋନୀତ ହୋଇଛନ୍ତି। ମଙ୍ଗଳବାରଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପରେ ଓଡ଼ିଶାରୁ ୧୬ଜଣ ଭାଗ ନେଉଥିବା ବେଳେ ଭଦ୍ରକ ଜିଲାରୁ ଏକମାତ୍ର ଖେଳାଳି ଭାବେ ସତ୍ୟଜିତ ସ୍ଥାନ ପାଇଛନ୍ତି।
ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଗ୍ରାମର ମନୋରମା ପାଗଳ ଓ ନିରଞ୍ଜନ ପାଗଳଙ୍କ ପୁଅ ସତ୍ୟଜିତ। ବାପା ନିରଞ୍ଜନ ଜଣେ ଦିନମଜୁରିଆ। କୋଚ୍‌ ଭାବେ ଜ୍ଞାନ ରଞ୍ଜନ ବେହେରା ଓ ଦିବ୍ୟଜ୍ୟୋତି ଦାସଙ୍କ ତତ୍ତ୍ୱାବଧାନରେ ସତ୍ୟଜିତ ଅଭ୍ୟାସ ଜାରି ରଖିଛନ୍ତି। ନ୍ୟାଶନାଲ ଜୁନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଖେଳିବା ଲାଗି ମନୋନୀତ ହୋଇଥିବାରୁ ଆନନ୍ଦପୁର ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଆନନ୍ଦପୁର ଖେଳପଡ଼ିଆଠାରେ ସତ୍ୟଜିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅବସରପ୍ରାପ୍ତ ଖେଳ ଶିକ୍ଷକ ବୃନ୍ଦାବନ ମହାନ୍ତିଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ହିମାଂଶୁ ଶେଖର ଦାଶ, ଗଦାଧର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିଲୋଚନ ବେହେରା, ହୃଦାନନ୍ଦ କର, ସିଦ୍ଧେଶ୍ବର ସାମଲ, ଯାଜପୁର ଏବିଇଓ ମନୋଜ କୁମାର ଜେନା, ମାନଗୋବିନ୍ଦ ଦାସ, ପଦ୍ମନାଭ ଦାସ, ଦୋଳଗୋବିନ୍ଦ ବେହେରା, ନାରାୟଣ ଦାସ, ରମେଶ ପୃଷ୍ଟି ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନା ପୂର୍ବକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତର ଅନ୍ନପୂର୍ଣ୍ଣା ରଣା ଓଡ଼ିଶାରୁ ବାଳିକା ଜୁନିୟର ଖୋ ଖୋ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରି ଖେଳିଥିଲେ। ଏହି ଅବସରରେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?