ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ସାନଭାଇ ଗୁରୁତର

ଗୁଣପୁର,୧୭ା୬(ପ୍ରଦୀପ କୁମାର ପାଢ଼ୀ) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନନ୍ଦରାମପୁର ଅଞ୍ଚଳର ୨ ଭାଇ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବାବେଳେ ସେଠାରେ କେତେଜଣ  ଅଟୋ ଚାଳକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଅଟୋ ଚାଳକଙ୍କ ଆକ୍ରମଣରେ ବଡ଼ଭାଇ ଆମଦ କରାଡ଼ (୨୮)ଙ୍କର ମୃତ୍ୟୁ ହୋଇଥିବାବେଳେ ସାନଭାଇ ଆୟବ କରାଡ଼ (୨୩) ଗୁରୁତର ଆହତ ହୋଇଛନ୍ତି। ମୃତଦେହ ଓଡ଼ିଶାକୁ ପଠାଇବା ପାଇଁ ସେଠାକାର ସରକାର କୌଣସି ପଦକ୍ଷେପ ନେଇ ନ ଥିବାବେଳେ ସେଠାରେ ଅନ୍ତିମ ସଂସ୍କାର କରି ନିଜ କାମ ସାରିଦେଇଛନ୍ତି। ଏପଟେ ପୁଅକୁ ନ ଦେଖି ମା’ବାପା ଦୁଃଖରେ ଭାଙ୍ଗିପଡିଛନ୍ତି। ଗୁରୁତର ଆୟବଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କ ବଡ଼ଭାଇ ଆମସ କରାଡ଼ ଓ ଗ୍ରାମବାସୀ ଶୁକ୍ରବାର ଉପଜିଲାପାଳ ଲଳିତ କୁମାର କହଁରଙ୍କୁ ଭେଟି ନିବେଦନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଜିଲାପାଳ, ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଗତ କିଛିମାସ ତଳେ ଆମଦ ଓ ଆୟବ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ । ଗତ ୧୧ ତାରିଖ ରାତିରେ ୨ଭାଇ ଏକ ଅଟୋରେ ଯାଉଥିବାବେଳେ ଅଟୋଭଡ଼ା ବାବଦରେ ଅଟୋବାଲା ତାଙ୍କୁ ୩୦୦୦ ଟଙ୍କା ମାଗିଥିଲେ। ସେମାନେ ୧୦୦ ଟଙ୍କା ଦେଇ ଯାତାୟାତ କରୁଥିବାବେଳେ ଏତେ ଟଙ୍କା କାହିଁକି ଦେବେ ବୋଲି କହି  ପ୍ରତିବାଦ କରିଥିଲେ।  ଏହାପରେ ଅଟୋ ଚାଳକ ଏସ୍‌.ଆର୍‌. ଆଶ୍ୱଥ ଏବଂ ତାଙ୍କର ଅନ୍ୟ ସହଯୋଗୀମାନେ ୨ଭାଇଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଆମଦଙ୍କର ମୃତ୍ୟୁ ହୋଇଥିବାବେଳେ ଆୟବ ଗୁରୁତର ହୋଇପଡିଥିଲେ ା ସେହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ସେମାନଙ୍କୁ ଉଦ୍ଧାରକରି ମାଲେଶ୍ୱରମସ୍ଥିତ କେ.ସି. ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆମଦଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି  ଅଟୋ ଚାଳକଙ୍କୁ ଗିରଫ କରିଛି। ହେଲେ ଅନ୍ୟମାନଙ୍କୁ ଗିରଫ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଆୟବ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଆର୍ଥିକ ଅଭାବ କାରଣରୁ ତାଙ୍କ ପରିବାର ଲୋକେ ବେଙ୍ଗାଲୁରୁ ଯାଇପାରୁନାହାନ୍ତି। ତେଣୁ ତାଙ୍କର ଏପରି ଦୁଃସ୍ଥିତିରେ ପ୍ରଶାସନ ଆର୍ଥିକ ସହାୟତା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri