ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା କଲେଜର ଓଡ଼ିଆ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ତେଲି ତୋଇକା ଉକ୍ତ କଲେଜର ଯୁକ୍ତ ୨ର ଜନୈକ ନାବାଳିକା ଛାତ୍ରୀକୁ ନେଇ ଫେରାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଥିଲା ।

ନାବାଳିକା ଛାତ୍ରୀକୁ ଅଧ୍ୟାପକ ତେଲି ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇ ସେଠାରେ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତି କରି ରାୟଗଡ଼ା ଟାଉନ ଥାନା ପୋଲିସ ତେଲିଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।

ଏନେଇ ଆଇଆଇସି କେକେବିକେ କହଁରଙ୍କୁ ପଚାରିବାରୁ ନାବାଳିକା ଅପହରଣ ନେଇ ପରିବାରବର୍ଗ ପକ୍ଷରୁ ମାମଲା ରୁଜୁ ହୋଇଛି। ଏହି ମାମଲାର ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଆଇଆଇସି କହଁର।