ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶୁଭସ୍ମିତା

ଛତ୍ରପୁର,୨୬/୭(ଦିଲ୍ଲୀପ ସାମଲ): ସ୍ବପ୍ନ ଯେତେ ବଡ଼ ହୋଇଥାଉନା କାହିଁକି ମନରେ ଯଦି ଦୃଢତା ଅଛି ତେବେ ସବୁ କିଛି ସହଜେ ହାସଲ ହୋଇଯାଏ। ଏକଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୧୯ ବର୍ଷୀୟା ଛାତ୍ରୀ ଶୁଭସ୍ମିତା ପଣ୍ଡା। ସେ ଏକାଧାରାରେ ଜଣେ ଯୁବ କଳାକାର ଏବଂ ଲେଖିକା। ଏକ ସାଧରଣ ପରିବାରରୁ ଆସି ମଧ୍ୟ କଠିନ ପରିଶ୍ରମର ଫଳସ୍ବରୁପ ସେ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୫ରେ ସ୍ଥାନ ପାଇଛନ୍ତି।

ଶୁଭସ୍ମିତା ଲେଖନୀ ଓ ଚିତ୍ରକଳାରେ ଏମିତି ଏକ ନାମ ଯାହା ପାଇଁ ଗଞ୍ଜାମ ତଥା ଓଡ଼ିଶା ମାଟି ଗର୍ବିତ।
ତାଙ୍କର ଦୁଇଟି ଇଂରାଜୀ ପୁସ୍ତକ ‘Chronicle Chimes’ ଓ ‘Embrace of Thought’ ମାତ୍ର ୧୧ ସପ୍ତାହ ମଧ୍ୟରେ ପ୍ରକାଶିତ ହୋଇଛି। ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୫ରେ ସ୍ଥାନ ମିଳିଛି। ସେ ଏହା ଚେନ୍ନାଇସ୍ଥିତ ନୋସନ ପ୍ରେସ ଦାରା ପ୍ରକାଶିତ ହୋଇ ଜାତୀୟ ଓ ଆନ୍ତର୍ଜାତୀୟ ପାଠକମାନଙ୍କ ହୃଦୟ ଛୁଇଁଛି। ଲେଖା ପାଇଁ ତାଙ୍କର ଏତେ ଉତ୍ସାହ, ଯେଉଁଥିରେ ପ୍ରତ୍ୟେକ ଶବ୍ଦ ହେଉଛି ତାଙ୍କର ମନ ଓ ଆତ୍ମାର ଅନୁଭୂତି।

ଶୁଭସ୍ମିତା କେବଳ ଏକ ଲେଖିକା ନୁହଁନ୍ତି,ସାହିତ୍ୟ ଜଗତ ବାହାରେ ସେ ଏକ ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ମଧ୍ୟ ଅଟନ୍ତି। ୩ଟି ସ୍ବର୍ଣ୍ଣ ପଦକ ଜିତି ସେ ଦେଶ ବିଦେଶର ଚିତ୍ରକଳା ଜଗତରେ ନାଁ କମାଇଛନ୍ତି। ଏପରିକି ଭାରତରେ ଆୟୋଜିତ ଏକ ଆର୍ଟ ଇଭେଣ୍ଟରେ ୭୬ତମ ସ୍ଥାନ ହାସଲ କରି ଆଉ ଗୋଟିଏ ସର୍ଣ୍ଣ ପଦକ ସହ ଟ୍ରଫି ମଧ୍ୟ ଜିତିଛନ୍ତି।
ତାଙ୍କ ପିତା ସୁରେନ୍ଦ୍ର କୁମାର ପଣ୍ଡା, ଜଣେ ଆଇନଜୀବୀ, ଓ ମାତା ମମତା ରାଣୀ ପଣ୍ଡା ଗୃହିଣୀ। ସେମାନେ ଝିଅକୁ ମଣିଷ କରିବା ପାଇଁ ଯେଉଁ କଠିନ ପରିଶ୍ରମ କରୁଥିଲେ ଓ ସ୍ବପ୍ନ ଦେଖିଥିଲେ, ଝିଅ ସେହି ସପ୍ନକୁ ସାକାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri