ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ ମନୋନୀତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲ ତଥା ବନ୍ଧୁ ବାନ୍ଧବ ସମେତ ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି। ସେ ହେଉଛନ୍ତି ହୁମା ଗ୍ରାମର କାମେଶ୍ୱର ବିଶ୍ୱାଳ ଏବଂ ମା’ ସଂଗୀତା ବିଶ୍ୱାଳଙ୍କ ଝିଅ।
ସେ ଯାଜପୁର ଜିଲାରେ ଯୁକ୍ତ ଦୁଇରେ ଷ୍ଟେଟ୍ ଜାଭିଅର ସ୍କୁଲରେ ଅଧ୍ୟୟନ କରୁଛନ୍ତି। ଆଗାମୀ ଜାନୁଆରୀ ୧୦ରୁ ୧୨ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପରେ ପୁରସ୍କାର ଗ୍ରହଣ କରିବେ। ସେହିପରି ପ୍ରିୟାଂଶୀ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ପାଇଛି। କୋଣାର୍କ ନୃତ୍ୟ ଉତ୍ସବରେ ଓଡ଼ିଶୀ ନୃତ୍ୟରେ ଉତ୍କଳ ଶ୍ରୀ ସମ୍ମାନ ପାଇଛନ୍ତି। ସ୍ବଚ୍ଛ ଭାରତରେ ଅଲ୍ ଇଣ୍ଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଓଡ଼ିଶା ସ୍କାଉଟ୍ ଗାଇଡ୍ରେ ରାଜ୍ୟ ସ୍ତରରେ ପୁରସ୍କାର ପାଇଛନ୍ତି। ଆଗାମୀ ଦିନରେ ଆହୁରି ବିଭିନ୍ନ କ୍ଷେତ୍ରରେ ସେ ଆଗକୁ ଯିବେ ବୋଲି ତାଙ୍କ ପରିବାର ପକ୍ଷରୁ ଆଶା ରଖିଛନ୍ତି ବାପା ଓ ମା’ ବୋଲି କହିଛନ୍ତି।


