Posted inରାଜ୍ୟ

ଓଡ଼ିଆ ଚାଷୀ ସବୁଠୁ ଗରିବ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ଗଢ଼ାହେଉଛି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ କରାଯାଉଛି। ଏହାସତ୍ତ୍ୱେ କୃଷକଙ୍କ ଆର୍ଥିକ ସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସୁନାହିଁ। ଓଡ଼ିଶାର ଚାଷୀ ଅନ୍ୟ ରାଜ୍ୟଗୁଡ଼ିକର କୃଷକଙ୍କଠାରୁ ଗରିବ ହୋଇ ରହିଛନ୍ତି। ଖୋଦ୍‌ ସରକାରୀ ସର୍ଭେରୁ ଏହି ବିଷୟ ଜଣାପଡ଼ିଛି।
ଚଳିତ ମାସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ୨ଟି ସର୍ଭେ ରିପୋର୍ଟରୁ କୃଷକ ପରିବାରର ସମ୍ପତ୍ତି ଏବଂ ମାସିକ ରୋଜଗାର ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ନ୍ୟାଶନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେଶନ(ଏନ୍‌ଏସ୍‌ଏସ୍‌ଓ) ଦ୍ୱାରା ସର୍ବଭାରତୀୟ ଋଣ ଓ ପୁଞ୍ଜି ନିବେଶ ସର୍ଭେ-୨୦୧୯। ଅନ୍ୟଟି ହେଲା ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ହୋଇଥିବା ଗ୍ରାମାଞ୍ଚଳ କୃଷକ ପରିବାରର ସ୍ଥିତି, ଭୂମି ଏବଂ ପ୍ରାଣୀଧନ ଆକଳନ-୨୦୧୯। ଏହି ଦୁଇ ସର୍ବେକ୍ଷଣ ୨୦୧୯ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ କରାଯାଇଥିଲା। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ହୋଇଥିବା ସର୍ଭେରେ ୨୦୧୮ ଜୁନ୍‌ ୩୦ ସୁଦ୍ଧା ଓଡ଼ିଶାର କୃଷକ ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟ(ଏଭିଏ) ୬ ଲକ୍ଷ ୨୧ ହଜାର ଟଙ୍କା ଥିଲା। ୨୦୧୩ରେ ହୋଇଥିବା ସର୍ଭେ ଏଭିଏ ୫ ଲକ୍ଷ ୭୧ ହଜାର ଟଙ୍କା ଥିଲା। ପ୍ରାୟ ୬ ବର୍ଷ ମଧ୍ୟରେ ଚାଷୀଙ୍କ ସମ୍ପତ୍ତିରେ ସେମିତି ଆଖିଦୃଶିଆ ବୃଦ୍ଧି ହୋଇ ନ ଥିବା ସର୍ଭେରୁ ସ୍ପଷ୍ଟ ହେଉଛି।
ଓଡ଼ିିଶାର ଗ୍ରାମୀଣ ଚାଷୀମାନଙ୍କର ଅବସ୍ଥା ଆହୁରି ଶୋଚନୀୟ। ଏନ୍‌ଏସ୍‌ଏସ୍‌ଓ ସର୍ଭେ ଅନୁଯାୟୀ ଗ୍ରାମୀଣ ଚାଷୀଙ୍କ ଏଭିଏ ୫ ଲକ୍ଷ ୨୩ ହଜାର ଟଙ୍କା ଥିବାବେଳେ ସହରାଞ୍ଚଳ ଚାଷୀଙ୍କ ଏଭିଏ ୧୩ ଲକ୍ଷ ୪୧ ହଜାର ଟଙ୍କା ରହିଛି। ଓଡ଼ିଶା ଗ୍ରାମାଞ୍ଚଳର କୃଷକମାନେ ଦେଶର ସବୁଠାରୁ ଗରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଅନ୍ୟ ରାଜ୍ୟର ଗ୍ରାମୀଣ ଅଞ୍ଚଳକୁ ଦେଖିଲେ, ଆସାମ ଚାଷୀମାନଙ୍କ ଏଭିଏ ୭ ଲକ୍ଷ ଟଙ୍କା ଥିବାବେଳେ ଝାଡ଼ଖଣ୍ଡ ୮ ଲକ୍ଷ ୬୦ ହଜାର, ଛତିଶଗଡ଼ ୮ ଲକ୍ଷ ୯୦ ହଜାର ଏବଂ ପଶ୍ଚିମବଙ୍ଗର ଚାଷୀଙ୍କ ଏଭିଏ ୭ ଲକ୍ଷ ୮୯ ହଜାର ଟଙ୍କା ରହିଛି। କେବଳ ସେତିକି ନୁହେଁ,
ପରିବାରର ଜମି ଓ ଜୀବିକା ଆଦିକୁ ନେଇ ଏନ୍‌ଏସ୍‌ଓ ପକ୍ଷରୁ ହୋଇଥିବା ସର୍ଭେରେ ଚାଷୀମାନଙ୍କ ମାସିକ ରୋଜଗାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଝାଡ଼ଖଣ୍ଡ ଚାଷୀଙ୍କର ମାସିକ ଆୟ ୪,୮୯୫ ଟଙ୍କା ରହିଛି, ଯାହାକି ଦେଶରେ ସର୍ବନିମ୍ନ। ଏହାପରେ ରହିଛନ୍ତି ଓଡ଼ିଶାର ଚାଷୀ। ସେମାନଙ୍କର ମାସିକ ଆୟ ୫ ହଜାର ୧୧୨ ଟଙ୍କା ରହିଛି।
ଚାଷୀମାନଙ୍କ ଆୟ ଦୁଇଗୁଣା କରିବାକୁ ରାଜ୍ୟ ସରକାର କୃଷି କ୍ୟାବିନେଟ, କୃଷି ବଜେଟ ଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆର୍ଥତ୍କ ସହାୟତା ପାଇଁ କାଳିଆ ଯୋଜନା କରିଛନ୍ତି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି। ଏ ବାବଦରେ ୨୦୧୯ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ପ୍ରାୟ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ୨୦୨୧-୨୨ରେ ରାଜ୍ୟ ସରକାର କୃଷି ବଜେଟରେ ୧୭,୪୬୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦୧୨-୧୩ କୃଷି ବଜେଟ(୫୬୨୭ କୋଟି) ତୁଳନାରେ ପ୍ରାୟ ତିନିଗୁଣ। ସେହିପରି ଚାଷୀଙ୍କର ବିକାଶ ପାଇଁ କୃଷି ନୀତି-୨୦୧୯ ‘ସମୃଦ୍ଧି ’ କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ବଳରାମ ଭଳି କେତେକ ଯୋଜନା କରାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଚାଷୀମାନଙ୍କୁ ସହାୟତା ଦେବାକୁ କୃଷି ଋଣ ପରିମାଣକୁ ୨୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କଲେଣି। ଏ ସବୁ ସତ୍ତ୍ୱେ ଚାଷୀଙ୍କ ଆୟ ଓ ସମ୍ପତ୍ତି ଆଶାନୁରୂପ ବୃଦ୍ଧି ହେଉନାହିଁ। ଓଡ଼ିଶାର ଚାଷୀଙ୍କ ଦୁରବସ୍ଥା ସମ୍ପର୍କରେ ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି, ସରକାର ଯେତିକି ଯୋଜନା କରୁଛନ୍ତି ତାହା ଏକ ରିଲିଫ୍‌ ଉଦ୍ଦେଶ୍ୟରେ ହେଉଛି। ଚାଷୀଙ୍କୁ କିଛି ଦେଇ ସନ୍ତୁଷ୍ଟ କରିଦେବାରେ ସରକାର ସୀମିତ ରହୁଛନ୍ତି। ଚାଷୀ କେମିତି ନିଜ ଗୋଡ଼ରେ ଛିଡା ହେବ ସେ ନେଇ କୌଣସି ଯୋଜନା ହେଉ ନାହିଁ। ଯେଉଁ ଭିତ୍ତିଭୂମି ଚାଷୀକୁ ସ୍ବାବଲମ୍ବୀ କରିବ ତାହା ତାଙ୍କୁ ଦିଆଯାଉ ନାହିଁ। ଜଳସେଚନ, ବିଦ୍ୟୁତ୍‌, ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ମିଳୁ ନ ଥିବାରୁ ଚାଷୀଙ୍କର ମୁଣ୍ଡ ପିଛା ଆୟ ବଢୁ ନାହିଁ। ଯୁବ ଚାଷୀ କୃଷିକ୍ଷେତ୍ରରୁ ଦୂରେଇ ଯାଉଛନ୍ତି। ଏନେଇ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ଓଡ଼ିଶାର ଚାଷୀ ଦେଶରେ ସବୁଠାରୁ ଗରିବ। ୬୧ ପ୍ରତିଶତ ଚାଷୀ ଋଣଗ୍ରସ୍ତ। ମେଘାଳୟଠାରୁ ମଧ୍ୟ ଆମ ରାଜ୍ୟ ଚାଷୀ ଗରିବ। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଜଳସେଚନ ସୁବିଧା ହୋଇପାରିଲା ନାହିଁ। ଚାଷୀ ବର୍ଷାକୁ ଚାହିଁ ମରୁଡ଼ିର ସମ୍ମୁଖୀନ ହେଉଛି । ଯଦି ସରକାର ଠିକ୍‌ ଢଙ୍ଗରେ ଯୋଜନା କରିଥାନ୍ତେ ତେବେ ଓଡ଼ିଶା ଦେଶରେ ୧ ନମ୍ବର ରାଜ୍ୟ ହୋଇ ପାରିଥାଆନ୍ତା। ଚାଷୀ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ପାଉନି। ଶୀତଳଭଣ୍ଡାର ନ ଥିବାରୁ ଚାଷୀ ରାସ୍ତାରେ ପନିପରିବା, ଧାନ ଫିଙ୍ଗିଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇଲେ କୃଷକଙ୍କ ଆୟ ବଢ଼ିପାରନ୍ତା। ଏସବୁକୁ ଦେଖିଲେ ଚାଷୀର ମୁଣ୍ଡପିଛା ଆୟ ବଢ଼ିବ କେମିତି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମତରେ ଚାଷୀ ଧାନ କୁଇଣ୍ଟାଲ ପିଛା ୨୩୪୪ ଟଙ୍କା ଖର୍ଚ୍ଚ କରୁଥିବାବେଳେ ମାତ୍ର ୧୯୦୦ ଟଙ୍କା ପାଉଛି। ଅର୍ଥାତ୍‌ ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛି। ରାଜ୍ୟରେ ଆଖୁଚାଷ ବନ୍ଦ। ପନିପରିବା ଚାଷୀ ବିକ୍ରି ନ କରି ପାରି ରାସ୍ତାରେ ଫିଙ୍ଗି ଦେଉଛନ୍ତି। ରାଜ୍ୟ ସରକାର ଯେତେ ଯୋଜନା କଲେ ବି ତାହା ପ୍ରଚାରସର୍ବସ୍ବ ହୋଇଯାଉଛି। ଚାଷୀ ବିରୋଧୀ ସରକାର। କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଥିବାବେଳେ ସେହି ଢଙ୍ଗରେ ରାଜ୍ୟ ସରକାର ମଧ୍ୟ ଏକ ବିଲ୍‌ ଆଣିଛନ୍ତି। ଚାଷୀ ଚାଷ ଛାଡ଼ିବାକୁ ଆରମ୍ଭ କଲେଣି।
ଅନ୍ୟପକ୍ଷେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚାଷ ଓ ଚାଷୀଙ୍କର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଚାଷୀମାନଙ୍କ ରୋଜଗାର ଓ ଦକ୍ଷତା ବୃଦ୍ଧି ସହ ବୈଷୟିକ ଜ୍ଞାନକୌଶଳର ବ୍ୟବହାର, ଅର୍ଥନୈତିକ ଅଭିବୃଦ୍ଧି, ପରିବେଶ ଅନୁକୂଳ ପାଇଁ କୃଷି ନୀତି ‘ସମୃଦ୍ଧି’ କାର୍ଯ୍ୟକାରୀ କରାଯାଉଛି। ସରକାର ସେମାନଙ୍କ ଆୟ ବୃଦ୍ଧି ସକାଶେ ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେଉଛନ୍ତି। ଚାଷୀଙ୍କୁ ଆର୍ଥିକ ସହାୟତା ସହ ଧାନ ବିହନ, ସାର, କୀଟନାଶକ ଇତ୍ୟାଦିରେ ରିହାତି ପ୍ରଦାନ କରାଯାଉଛି। ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ବୈଷୟିକ ତାଲିମ ଦିଆଯାଉଛି।
କେନ୍ଦ୍ରାପଡା ଜିଲାର ଚାଷୀ ବନମାଳି ପରିଡ଼ା କହିଛନ୍ତି, ଚାଷ କାର୍ଯ୍ୟରେ ଖର୍ଚ୍ଚ ବଢ଼ି ଚାଲିଛି। ମଜୁରି, ସାର, ବିହନ ଇତ୍ୟାଦି ଦର ମଧ୍ୟ ବଢ଼ିଛି। ଧାର କରଜ କରି ଫସଲ କଲେ ମଧ୍ୟ ତାହା ମରୁଡ଼ି, ବନ୍ୟା, ବାତ୍ୟାରେ ଉଜୁଡ଼ିଯାଉଛି। ଯାହାକିଛି ହେଉଛି ସେସବୁ ବିକ୍ରି ହେଉ ନ ଥ୍‌ତ୍ବାରୁ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି। ଶୀତଳଭଣ୍ଡାର ନ ଥିବାରୁ ଅମଳ ହେଉଥିବା ଶସ୍ୟକୁ ସାଇତି ରଖାଯାଇ ପାରୁନାହିଁ। ବାଧ୍ୟହୋଇ ଅଦର ଦରରେ ବିକ୍ରି କରିବାକୁ ପଡୁଛି। ସରକାର ହାତ ଟେକା ସାହାଯ୍ୟ ନ ଦେଇ ଶୀତଳ ଭଣ୍ଡାର, ବଜାର ସୃଷ୍ଟି କରି ପାରିଲେ ଅବସ୍ଥା ସୁଧୁରି ଯାଆନ୍ତା ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri