ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)
କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ ହାଇଦ୍ରାବାଦ ସହରକୁ ଯାଇଥିଲେ। ତେବେ ସେ ଘରକୁ ଫେରିବା ସମୟରେ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରାୟ ୫ମାସ ତଳେ ସେ ହାଇଦ୍ରାବାଦ ଯାଇ ଶ୍ରମିକ ଭାବେ କାମ କରି ଆସୁଥିଲେ। ତେବେ ତାଙ୍କୁ ଜ୍ବର ହେବାରୁ ଗତ ମଙ୍ଗଳବାର ଟ୍ରେନ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଗୁରୁବାର ସୁଦ୍ଧା ସେ ଘରେ ପହଞ୍ଚତ୍ ନ ତତ୍ବାବେଳେ ତାଙ୍କ ସହିତ କୌଣସି ଯୋଗାଯୋଗ ମଧ୍ୟ ହୋଇ ନ ଥିଲା। ଏ ନେଇ ଶୁକ୍ରବାର ପରିବାର ଲୋକେ ଆମପାଣି ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ପରିବାର ବର୍ଗ ଜୟସିଂଙ୍କୁ ଖୋଜିବା ପାଇଁ ହାଇଦ୍ରାବାଦ ଅଭିମୁଖେ ବାହାରିଥିବା ତାଙ୍କ ବଡ଼ଭାଇ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share