Posted inଖେଳ

ବିଶ୍ୱକପ୍‌ ୨୦୨୩: ଅଗଷ୍ଟ ୨୫ରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୮: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଅନଲାଇନ ଟିକେଟ ବିକ୍ରି ଅଗଷ୍ଟ ୨୫ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ତେବେ ଆଇସିସି ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି। ଭାରତ-ପାକିସ୍ତାନ ମ୍ୟାଚ ବ୍ୟତୀତ ମୋଟ ୮ ଟି ମ୍ୟାଚ୍‌ ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ପରେ ଆଇସିସି ଟିକେଟ ବିକ୍ରିର ଅନ୍ତିମ ତାରିଖ ଘୋଷଣା କରିଛି।
ବିଶ୍ୱକପ ପାଇଁ ଅନଲାଇନ ଟିକେଟ କେବେ ଉପଲବ୍ଧ ହେବ?
ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ ପାଇଁ ଟିକେଟ ଅଗଷ୍ଟ ୨୫ରୁ ଅନଲାଇନ୍‌ରେ ଉପଲବ୍ଧ ହେବ। ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଅନ୍‌ଲାଇନ୍‌ରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିବାକୁ ସକ୍ଷମ ହେବେ।
କ୍ରିକେଟ ପ୍ରଶଂସକମାନେ ଆଇସିସି ୱେବସାଇଟରୁ ଅନଲାଇନରେ ଟିକେଟ କିଣିପାରିବେ।
ସୂଚନାଯୋଗ୍ୟ, ଅନ୍‌ଲାଇନ୍‌ରେ ଅଗଷ୍ଟ ୨୫ରୁ ଟିକେଟ ବିକ୍ରି ଆରମ୍ଭ ହେବ। କିନ୍ତୁ ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଫାଇନାଲ ଏବଂ ସେମିଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିପାରିବେ। ଅନଲାଇନ ଟିକେଟ ବ୍ୟତୀତ ଅଫଲାଇନ ଟିକେଟ ପ୍ରାୟ ୭-୮ ସେଣ୍ଟରରେ ଉପଲବ୍ଧ ହେବ। ଏହି ଉପାୟରେ କ୍ରିକେଟ ପ୍ରଶଂସକମାନେ ଅନଲାଇନ୍‌ ଟିକେଟ ବ୍ୟତୀତ ଅଫଲାଇନ ଟିକେଟ କିଣିପାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଅନ୍‌ଲାଇନ୍‌ ଟିକେଟ ବ୍ୟତୀତ ପ୍ରଶଂସକମାନେ ଷ୍ଟାଡିୟମରେ ପ୍ରବେଶ କରିବା ସମୟରେ ସେମାନଙ୍କ ସହିତ ଅଫଲାଇନ୍‌ ଟିକେଟ ରଖିବା ବାଧ୍ୟତାମୂଳକ ହେବ।

Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri