ଅକ୍ଟୋବର ୧୬ରେ ଓସିଏସ୍‌ ପ୍ରିଲିମ୍‌: ୨ଟି ସିଟିଂରେ ହେବ ପରୀକ୍ଷା

କଟକ ଅଫିସ, ୨୧।୯: ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ୨୦୨୧ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ ା ଏ ନେଇ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୧୬ ତାରିଖରେ ରାଜ୍ୟର ୫ଟି ସ୍ଥାନରେ ୨ଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର୍‌ -୧ ଏବଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପେପର୍‌-୨ ରହିଛି। ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଅଧିକ ୪୦ ମିନିଟ୍‌ ସମୟ ମିଳିବ ।