ମାନବ ବିବର୍ତ୍ତନ ବୀକ୍ଷଣ

ଆବିଷ୍କାରର ଗୁରୁତ୍ୱ: ପ୍ରତ୍ନଜିନୋମ ବିଜ୍ଞାନ ବା ‘ପାଲିଓଜିନୋମିକ୍ସ’ ହେଉଛି ଏପରି ଏକ ବିଜ୍ଞାନ ଶାଖା, ଯେଉଁଥିରେ ବିଲୁପ୍ତ ପ୍ରଜାତିଙ୍କ ଖଣ୍ଡ ବିଖଣ୍ଡିତ ଡିଏନ୍‌ଏ ଅଣୁର ସମ୍ପୂର୍ଣ୍ଣ ପୁନର୍ଗଠନ ସମ୍ଭବ ହୋଇଥାଏ। ସ୍ବାଣ୍ଟେ ପାବୋଙ୍କ ଆବିଷ୍କାର ଏବଂ ଜିନୀୟ ତଥ୍ୟାବଳୀର ପୁନରୁଦ୍ଧାର ଯୋଗୁ ଆଧୁନିକ ମାନବଜାତି ବା ହୋମୋସାପିଏନ୍ସଙ୍କ ବିବର୍ତ୍ତନ ଏବଂ ପ୍ରବାସ ଗମନ ବା ମାଇଗ୍ରେସନ ଆଫ୍ରିକାରେ ସମ୍ଭବ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରମାଣ ପାଇଗଲେ। ଏହା ମଧ୍ୟ ଜଣାପଡ଼ିଲା ଯେ, ଆଧୁନିକ ମାନବ ଜାତି ଓ ନିଣ୍ଡେରଥାଲମାନଙ୍କ ପୂର୍ବଜ ଥିଲେ ସମାନ। ସେମାନେ ପୃଥିବୀରେ ଆତଯାତ ହୋଇଥିଲେ ୬ଲକ୍ଷ ବର୍ଷ ପୂର୍ବେ। ସେହି ସମୟରେ ହିଁ ଦୁଇ ଭଗିନୀସହ ନିଣ୍ଡେରଥାଲସ ଏବଂ ଡେନିସୋଭାନ୍ସ ବିଚ୍ଛିନ୍ନ ହୋଇପଡ଼ିଲେ ପରସ୍ପରଠାରୁ। ପାବୋଙ୍କ ଆବିଷ୍କାରରୁ ପୁନଶ୍ଚ ପ୍ରମାଣ ମିଳିଯାଇଛି ଯେ, ଆଧୁନିକ ମାନବଙ୍କ ଆଦିପୁରୁଷ ୟୁରୋପ ଓ ଏସିଆରେ ବସବାସ କରିବା ପୂର୍ବରୁ ନିଣ୍ଡେରଥାଲସ ଓ ଡିନିସୋଭାନ୍ସଙ୍କ ସହ ଦୈହିକ ମିଳନରେ ଜଡ଼ିତ ଥିଲେ। ସେତେବେଳେ ଏହି ଅନ୍ତର୍ଜନନ ବା ନିକଟତମ ଆତ୍ମୀୟଙ୍କ ସହ ଯୌନ ମିଳନ ହୋଇ ସନ୍ତାନ ସୃଷ୍ଟି ସମ୍ଭବ ହୋଇଥିବା କାରଣରୁ ଏବକାର କେତେକ ଅଧିବାସୀଙ୍କଠାରେ ପ୍ରଚୀନ କାଳର ସେହି ନିଣ୍ଡେଥାଲସ ଓ ଡେନିସୋଭାନ୍ସଙ୍କ କିଛି କିଛି ଜିନ୍‌ ରହିଯାଇଛି। ଉଦାହରଣ ସ୍ବରୂପ ଆଧୁନିକ ତିବ୍ବତୀୟଙ୍କଠାରେ ଡେନିସୋଭାନ୍ସଙ୍କ କିଛି ଜିନ୍‌ ରହିଥିବାରୁ ତିବ୍ଦତୀୟମାନଙ୍କ ପକ୍ଷେ ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ବସବାସ କରିବା ସମ୍ଭବ ହୋଇପାରୁଛି। ଏସିଆ ଓ ଦକ୍ଷିଣପୂର୍ବ ଏସିଆର ଆଧୁନିକ ମଣିଷଜାତିଙ୍କ ଜିନ୍‌ଗୁଡ଼ିକ ମଧ୍ୟରେ ଡେନିସୋଭାନ୍ସଙ୍କ ଜିନ୍‌ ୬ ପ୍ରତିଶତ ରହିଛି। ଏପରି ଜିନ୍‌ ସଂରଚନ ଫଳରେ ନିଣ୍ଡେରଥାଲସଙ୍କ କିଛି ଜିନ୍‌ ରହିଥିବା କାରଣରୁ କେତେକ କୋଭିଡ୍‌-୧୯ ରୋଗୀଙ୍କଠାରେ ଅତି ଗୁରୁତର ଧରଣର ଜଟିଳତା ପ୍ରକାଶ ପାଇଥିଲା ବୋଲି ୨୦୨୦ରେ ଦର୍ଶାଇଥିଲେ ପାବୋ। ଏହି ଜିନ୍‌ ସଂରଚନ ଯୋଗୁ ଆମ ଶରୀରର ପ୍ରତିରକ୍ଷାତନ୍ତ୍ର ବା ଇମ୍ୟୁନ ସିଷ୍ଟମ ସମ୍ପର୍କରେ ମିଳିପାରିଛି ଅନେକ ଉପାଦେୟ ତଥ୍ୟ। ମାତ୍ର ପ୍ରଶ୍ନ ଉଠେ, ଆମେ ହୋମୋ ସାଫିଏନ୍ସମାନେ ଏଯାବତ୍‌ ବେଶ୍‌ ସୁରୁଖୁରୁରେ ଜୀବନ ନିର୍ବାହ କରିଆସୁଥିବା ସତ୍ତ୍ୱେ ଆମର ନିକଟତମ ପୂର୍ବଜ ନିଣ୍ଡେରଥାଲସ ଓ ଡେନିସୋମାନ୍ସ ପୃଥିବୀପୃଷ୍ଠରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲେ କାହିଁକି? ସ୍ବାଣ୍ଟୋଙ୍କ ପବରର୍ତ୍ତୀ ବିକଶିତ ଗବେଷଣା ପଦ୍ଧତି ଏ ସମ୍ପର୍କରେ ସବିଶେଷ ଆଲୋକପାତ କରିପାରିବ ବୋଲି ଆଶା।

(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri