ରାମାୟଣ ନାଟକରେ ଅଶ୍ଳିଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ ଘଟଣା: ମାମଲା ରୁଜୁ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମରେ ପ୍ରତିଯୋଗିତା ମୂଳକ ୨ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପୈାରାଣିକ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା । ନାଟକରେ ରାବଣ ଭୂମିକାରେ ଅଭିନୟ କରିଥିବା କଳାକାର ଜଣଙ୍କ ଆଧ୍ୟାତ୍ମିକ ଓ ପୌରାଣିକ କଥାବସ୍ତୁ ରାମାୟଣ ଭଳି ପବିତ୍ର ଗ୍ରନ୍ଥକୁ ଅପମାନିତ କରି ସୀତାହରଣ ଦୃଶ୍ୟରେ ଅତ୍ୟନ୍ତ ଅଶ୍ଳିଳତା ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ। ନାଟକର ବିଭିନ୍ନ ଦୃଶ୍ୟରେ ଘୋଡ଼ା, ଓଟ ଭଳି ପ୍ରାଣୀ ଏବଂ ଜେସିବି ମେସିନ, କ୍ରେନ ମଧ୍ୟ ବ୍ୟବହାର କରାଯାଇଥିଲା। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯିବା ସହ ସଂସ୍କୃତିପ୍ରେମୀମାନେ ନିନ୍ଦା କରିଥିଲେ। ଦୁଇ ଦିନ ନାଟକ ପରିବେଷଣ ପାଇଁ ଚୁକ୍ତିନାମା ହୋଇଥିଲେ ମଧ୍ୟ ପୋଲିସ ଅନୁମତି ନ ଥାଇ ଉଭୟ ନାଟକ ଅନୁଷ୍ଠାନର ୨୦ରୁ ଉଦ୍ଧର୍‌ବ ନର୍ତ୍ତକୀ ଏବଂ ୫୦ରୁ ଊଦ୍ଧର୍‌ବ ଥାର୍ଡ ଜେଣ୍ଡର ୪ ଦିନ ନାଟକରେ ନଗ୍ନନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳବାର ଗଞ୍ଜାମ ଜିଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜ ଗୋପାଳ ପାଢ଼ୀ ଘଟଣାକୁ ବିରୋଧ କରି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ରଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୧୯/୨୫ ବିଏନଏସର ଦଫା- ୨୯୯/୨୯୬/୩୫୨/୩(ଆଇ) ଏବଂ ରିପ୍ରେଜେଣ୍ଟେସନ ପ୍ରିଭେନ୍ସନ ଆକ୍ଟ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା କହିଛନ୍ତି। ଯାତ୍ରାରେ ନାଟକ ପରିବେଷଣ ନାଁରେ କଳାକାରମାନେ ଅଶ୍ଳିଳତା ପ୍ରଦର୍ଶନ ଘଟଣା ଦିନକୁ ଦିନ ବଢି ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆନଯିବା ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ହିନ୍ଦୁ ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ମଞ୍ଚ ଉପରେ ସୀତାଙ୍କୁ ହରଣ ନାଁରେ କିଭଳି ଉତ୍ତେଜିତ ଦୃଶ୍ୟ କରି ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଓଡ଼ିଆ ସଂସ୍କୃତିକୁ କଳୁଷିତ କରିଛନ୍ତି ବୋଲି ଏତଲାରେ ଉଲ୍ଲେଖ ରହିଛି । ଏପରିକି ଲକ୍ଷାଧିକ ଟଙ୍କା ପାରିଶ୍ରମିକ ନେଇ ନାଟକ ଆସିଥିବା ଜଣେ ନୃତ୍ୟାଙ୍ଗନା ଅର୍ଦ୍ଧନଗ୍ନ ନୃତ୍ୟ ପରିବେଷଣ କରିବା ସହ ନିଜର ପୋଷାକ ଓ ଅନ୍ଥଃବସ୍ତ୍ର ଖୋଲି ନାଚିବା ଘଟଣା ଯୁବ ସମାଜକୁ ପଥଭ୍ରଷ୍ଟ କରିଥିବା ନେଇ ମଧ୍ୟ ଏତଲାରେ ଦର୍ଶାଯାଇଛି। ଯାତ୍ରା ନାଁରେ ନାଟକ ଆୟୋଜନ କରିଥିବା ପରିଚାଳନା କମିଟି, ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ଏବଂ ଦୁଇଟି ରାମାୟଣ ନାଟକ ଅନୁଷ୍ଠାନର ନିର୍ଦେଶକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରାଯାଇଛି।
ଥାନାରେ ଏତଲା ଦେବା ବେଳେ ଗଞ୍ଜାମ ଜିଲା ନାଟ୍ୟ ସଂଘର କାର୍ଯ୍ୟକର୍ତ୍ତା ସୁଶାନ୍ତ ପଟ୍ଟନାୟକ, ସପ୍ନେଶ୍ୱର ପ୍ରଧାନ , ଅରୁଣ କୁମାର ପଣ୍ଡା ଓ ଆଇନଜୀବୀ ତଥା ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri